ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା

ପୁରୀ: ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା। ନୂତନ ଚତୁର୍ଦ୍ଧା ବିଗ୍ରହଙ୍କ ପ୍ରଥମ ସ୍ନାନ ଯାତ୍ରା। ଏନେଇ  ଜୋରଦାର  ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସ୍ନାନ ମଣ୍ଡପ ଉପରେ ଗଜାନନ ବା ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ। ଟାହିଆ ଓ ହାତୀବେଶକୁ ବେଶ ସୁନ୍ଦରଭାବେ ତିଆରି କରିବାରେ ଲାଗିପଡ଼ିଛନ୍ତି କାରିଗର। ସେପଟେ ଅଣସର ପାଇଁ ମଧ୍ୟ ବେଶ୍ ଜୋରସୋର ପଟିଦିଅଁ ପ୍ରସ୍ତୁତି ଚାଲିଛି। ପଟିଦିଅଁଙ୍କୁ ଚିତ୍ରକର ସେବାୟତ ତିଆରି କରୁଛନ୍ତି । ଏସବୁ ଭିତରେ ପରମ୍ପରା ମୁତାବକ ଶ୍ରୀମନ୍ଦିରରେ […]

puri temple

Rakesh Mallick
  • Published: Sunday, 19 June 2016
  • , Updated: 19 June 2016, 08:46 AM IST

ପୁରୀ: ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା। ନୂତନ ଚତୁର୍ଦ୍ଧା ବିଗ୍ରହଙ୍କ ପ୍ରଥମ ସ୍ନାନ ଯାତ୍ରା। ଏନେଇ  ଜୋରଦାର  ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସ୍ନାନ ମଣ୍ଡପ ଉପରେ ଗଜାନନ ବା ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ। ଟାହିଆ ଓ ହାତୀବେଶକୁ ବେଶ ସୁନ୍ଦରଭାବେ ତିଆରି କରିବାରେ ଲାଗିପଡ଼ିଛନ୍ତି କାରିଗର। ସେପଟେ ଅଣସର ପାଇଁ ମଧ୍ୟ ବେଶ୍ ଜୋରସୋର ପଟିଦିଅଁ ପ୍ରସ୍ତୁତି ଚାଲିଛି। ପଟିଦିଅଁଙ୍କୁ ଚିତ୍ରକର ସେବାୟତ ତିଆରି କରୁଛନ୍ତି । ଏସବୁ ଭିତରେ ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ଦଇତାପତି ସେବାୟତ। ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ କରାଯାଇଛି। ସେହିପରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ଧ୍ୟାନ ଦିଆଯାଉଛି।

Related story