ଆସନ୍ତାକାଲିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରପଡ଼ା: ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଜୈବ ବିବିଧତାରେ ଭରପୂର ଭିତରକନିକାର ସବୁଠାରୁ ଆକର୍ଷଣ ବିରଳ ବଉଳା କମ୍ଭୀରଙ୍କର ଏବେ ପ୍ରଜନନ ଋତୁ ଆରମ୍ଭ ହୋଇଯାଇଛି। ଏହି ସମୟରେ କୁମ୍ଭୀରମାନେ ଅଣ୍ଡାଦାନ ସହ ଅଣ୍ଡାକୁ ଜଗି ରହୁଥିବାରୁ ଅଧିକ ହିଂସ୍ର ହୋଇଥାନ୍ତି। ତେଣୁ ସେମାନଙ୍କ ଠାରୁ ଆକ୍ରମଣର ଅଧିକ ଭୟ ରହିଥାଏ। ଏହାଛଡ଼ା ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ସେମାନଙ୍କ ମିଳନ ପର୍ବରେ  ବାଧା ଉପୁଜିଥାଏ। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା  ଏବଂ  […]

kendrapada

Rakesh Mallick
  • Published: Saturday, 30 April 2016
  • , Updated: 30 April 2016, 04:31 AM IST

କେନ୍ଦ୍ରପଡ଼ା: ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଜୈବ ବିବିଧତାରେ ଭରପୂର ଭିତରକନିକାର ସବୁଠାରୁ ଆକର୍ଷଣ ବିରଳ ବଉଳା କମ୍ଭୀରଙ୍କର ଏବେ ପ୍ରଜନନ ଋତୁ ଆରମ୍ଭ ହୋଇଯାଇଛି। ଏହି ସମୟରେ କୁମ୍ଭୀରମାନେ ଅଣ୍ଡାଦାନ ସହ ଅଣ୍ଡାକୁ ଜଗି ରହୁଥିବାରୁ ଅଧିକ ହିଂସ୍ର ହୋଇଥାନ୍ତି।

ତେଣୁ ସେମାନଙ୍କ ଠାରୁ ଆକ୍ରମଣର ଅଧିକ ଭୟ ରହିଥାଏ। ଏହାଛଡ଼ା ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ସେମାନଙ୍କ ମିଳନ ପର୍ବରେ  ବାଧା ଉପୁଜିଥାଏ। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା  ଏବଂ  ସେମାନଙ୍କ ମିଳନ ପର୍ବରେ  ବାଧା ନ କରିବା ଲାଗି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ଆଗମନ ଉପରେ କଟକଣା ଜାରି କରାଯାଇଛି।

ଚଳିତବର୍ଷ ଭିତରକନିକାରେ ପ୍ରବାହିତ ନଦୀ ନାଳଗୁଡ଼ିକରେ  ୧୬୭୧ଟି ବଉଳା କୁମ୍ଭୀର ଥିବା ଜଣାପଡ଼ିଛି।

Related story