ଆସନ୍ତାକାଲିଠାରୁ ସମସ୍ତ ସିଡିପିଓ ଅଫିସ୍‌ ଘେରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ଅପପୁଷ୍ଟି ଓ କୁପୋଷଣ ପ୍ରସଙ୍ଗରେ ଅଗଷ୍ଟ୧ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସିଡିପିଓ କାର୍ଯ୍ୟାଳୟ ଘେରାଉ କରିବ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା। ସାରା ରାଜ୍ୟରେ କମ୍‌ ଓଜନ ବିଶିଷ୍ଟ ଶିଶୁଙ୍କ ସଂଖ୍ୟା ୮ ଲକ୍ଷ ୩୯ ହଜାରରୁ ଅଧିକ। ଯାଜପୁର ନଗଡ଼ା ସମେତ କେନ୍ଦ୍ରାପଡ଼ା, ସୁନ୍ଦରଗଡ ଓ କନ୍ଧମାଳରେ ଅପପୁଷ୍ଟିରୁ ଶିଶୁଙ୍କୁ ଅଙ୍ଗନୱାଡି କେନ୍ଦ୍ର ଦ୍ୱାରା ନିମ୍ନମାନର ଛତୁଆ ଯୋଗାଣ ବାରମ୍ୱାର ସାମନାକୁ  ଆସିଛି। ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟ ରକ୍ଷାରେ […]

bjp

Rakesh Mallick
  • Published: Sunday, 31 July 2016
  • , Updated: 31 July 2016, 09:07 AM IST

ଭୁବନେଶ୍ୱର: ରାଜ୍ୟରେ ଅପପୁଷ୍ଟି ଓ କୁପୋଷଣ ପ୍ରସଙ୍ଗରେ ଅଗଷ୍ଟ୧ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସିଡିପିଓ କାର୍ଯ୍ୟାଳୟ ଘେରାଉ କରିବ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା। ସାରା ରାଜ୍ୟରେ କମ୍‌ ଓଜନ ବିଶିଷ୍ଟ ଶିଶୁଙ୍କ ସଂଖ୍ୟା ୮ ଲକ୍ଷ ୩୯ ହଜାରରୁ ଅଧିକ। ଯାଜପୁର ନଗଡ଼ା ସମେତ କେନ୍ଦ୍ରାପଡ଼ା, ସୁନ୍ଦରଗଡ ଓ କନ୍ଧମାଳରେ ଅପପୁଷ୍ଟିରୁ ଶିଶୁଙ୍କୁ ଅଙ୍ଗନୱାଡି କେନ୍ଦ୍ର ଦ୍ୱାରା ନିମ୍ନମାନର ଛତୁଆ ଯୋଗାଣ ବାରମ୍ୱାର ସାମନାକୁ  ଆସିଛି। ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟ ରକ୍ଷାରେ ଫେଲ୍‌ ମାରିଛନ୍ତି ସରକାର। ମମତା  ଯୋଜନାରେ ମହିଳାଙ୍କୁ ବର୍ଷ ବର୍ଷ ଧରି ସାହାଯ୍ୟ ମିଳୁନାହିଁ। ଏଭଳି ପ୍ରସଙ୍ଗକୁ ନେଇ ରାଜ୍ୟର ସମସ୍ତ ସିଡିପିଓ କାର୍ଯ୍ୟାଳୟ ଘେରିବାକୁ ବିଜେପି ମହିଳା ମୋର୍ଚ୍ଚା ନିଷ୍ପତ୍ତି ନେଇଛି।

Related story