ଆସନ୍ତାକାଲିଠାରୁ ଭୁବନେଶ୍ୱରରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଭୁବନେଶ୍ୱରରୁ ଦିଲ୍ଲୀ ଦେଇ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ବିଦେଶ ଯିବା ଲାଗି ଟିକେଟ୍ କାଟିଥିବା ଯାତ୍ରୀଙ୍କର ବିଜୁପଟ୍ଟନାୟକ ବିମାନବନ୍ଦର ଟର୍ମିନାଲ୍-ଟୁରେ ଯାଞ୍ଚ କରାଯିବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ଶରଦ କୁମାର କହିଛନ୍ତି। ଏଠାରେ କଷ୍ଟମ୍ ଇମିଗ୍ରେସନ୍ ଚେକିଂ ଓ ପାସପୋର୍ଟ ଯାଞ୍ଚ ହେବ। ଡମି ପ୍ୟାସେଞ୍ଜରଙ୍କୁ ନେଇ ଗତକାଲି ସଫଳତାର ସହ ଡ୍ରାଏ ରନ୍ କରାଯାଇଥିଲା। ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ […]

bhubaneswarairport

Rakesh Mallick
  • Published: Thursday, 09 July 2015
  • , Updated: 09 July 2015, 02:05 AM IST

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଭୁବନେଶ୍ୱରରୁ ଦିଲ୍ଲୀ ଦେଇ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ବିଦେଶ ଯିବା ଲାଗି ଟିକେଟ୍ କାଟିଥିବା ଯାତ୍ରୀଙ୍କର ବିଜୁପଟ୍ଟନାୟକ ବିମାନବନ୍ଦର ଟର୍ମିନାଲ୍-ଟୁରେ ଯାଞ୍ଚ କରାଯିବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ଶରଦ କୁମାର କହିଛନ୍ତି। ଏଠାରେ କଷ୍ଟମ୍ ଇମିଗ୍ରେସନ୍ ଚେକିଂ ଓ ପାସପୋର୍ଟ ଯାଞ୍ଚ ହେବ।

ଡମି ପ୍ୟାସେଞ୍ଜରଙ୍କୁ ନେଇ ଗତକାଲି ସଫଳତାର ସହ ଡ୍ରାଏ ରନ୍ କରାଯାଇଥିଲା। ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏୟାର ଇଣ୍ଡିଆ ବିମାନ ଏଆଇ-୦୭୭ ଆସନ୍ତାକାଲି ନୂଆଦିଲ୍ଲୀରୁ ଆସି ୯ଟା ୫ ମିନିଟରେ ଭୁବନେଶ୍ୱରରେ ଅବତରଣ କରିବାର ଥିଲା। ମାତ୍ର ଏହି ବିମାନ ଆସିବ ନାହିଁ। ଅନ୍ୟପକ୍ଷରେ ଏୟାର ଇଣ୍ଡିଆ ବିମାନ- ଏଆଇ ୦୭୮ ଦିନ ୨ଟାରେ ଭୁବନେଶ୍ୱରରୁ ଦିଲ୍ଲୀ ଯିବ। ଏହି ବିମାନ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଦେଇ ବିଦେଶକୁ ଲିଙ୍କ୍ ଦେବ।

Related story