ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ । ଗୃହରେ ସରକାରଙ୍କ ଘେରିବା ପାଇଁ ବିରୋଧୀ ବ୍ଲୁ- ପ୍ରିଣ୍ଟ ପ୍ରସ୍ତୁତ କରୁଛି । ବିଜେପିର ରଣନୀତି ପ୍ରସ୍ତୁତି ପରେ ଆଜି  କଂଗ୍ରେସର ବିଧାୟକ ଦଳ ବୈଠକ ବସୁଛି । ଏଥର ଡି’ ବ୍ରଦର୍ସଙ୍କ ସହ ବିଜେଡି ନେତାଙ୍କ ଲିଙ୍କ୍ ଅଭିଯୋଗକୁ ଦଳ ମୁଦ୍ଦା କରିବ ବୋଲି ଜଣାପଡିଛି। ତା’ ସହିତ ଚାଷୀଙ୍କ ସମସ୍ୟା, ପାନୀୟ ଜଳ ସମସ୍ୟା, ନାରୀ ସୁରକ୍ଷା ଓ ରମେଶ […]

a

Rakesh Mallick
  • Published: Monday, 14 March 2016
  • , Updated: 14 March 2016, 03:27 AM IST

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ । ଗୃହରେ ସରକାରଙ୍କ ଘେରିବା ପାଇଁ ବିରୋଧୀ ବ୍ଲୁ- ପ୍ରିଣ୍ଟ ପ୍ରସ୍ତୁତ କରୁଛି । ବିଜେପିର ରଣନୀତି ପ୍ରସ୍ତୁତି ପରେ ଆଜି  କଂଗ୍ରେସର ବିଧାୟକ ଦଳ ବୈଠକ ବସୁଛି । ଏଥର ଡି’ ବ୍ରଦର୍ସଙ୍କ ସହ ବିଜେଡି ନେତାଙ୍କ ଲିଙ୍କ୍ ଅଭିଯୋଗକୁ ଦଳ ମୁଦ୍ଦା କରିବ ବୋଲି ଜଣାପଡିଛି।

ତା’ ସହିତ ଚାଷୀଙ୍କ ସମସ୍ୟା, ପାନୀୟ ଜଳ ସମସ୍ୟା, ନାରୀ ସୁରକ୍ଷା ଓ ରମେଶ ଜେନାଙ୍କ ଗିରଫଦାରୀ ପ୍ରସଙ୍ଗ ବି କଂଗ୍ରେସ ଉଠାଇବ। ଆଜି ବସିବାକୁ ଥିବା କଂଗ୍ରେସ  ବିଧାୟକ ଦଳ ବୈଠକରେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

Related story