Advertisment

ଗୁରୁବାର ଶେଷ ହେବ ହାତୀ ଗଣନା

ଭୁବନେଶ୍ୱର: ଓଡ଼ିଶାରେ ହାତୀ ଗଣନା ଚାଲିଛି। ଗଣନା ପରେ ରାଜ୍ୟରେ କେତେ ପୁରୁଷ, କେତେ ମାଇ ଓ କେତେ ଛୁଆ ହାତୀ ରହିଛିନ୍ତି ତାହାର ସ୍ପଷ୍ଟ  ଚିତ୍ର ଜଣା ପଡିବ। ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଗୁରୁବାର ଯାଏଁ ଚାଲିବ। ରାଜ୍ୟର ମୋଟ ୫୦ଟି ବନଖଣ୍ଡରୁ ୪୪ଟିରେ ଏହି ଗଣନା ଚାଲିଛି। ଗଣନା ପରେ ବିଟ୍, ଜୋନ, ଡିଭିଜନ ଏବଂ ରାଜ୍ୟସ୍ତରରେ ହିସାବ କରାଯାଇ ଜୁନ ୨୫ ତାରିଖରେ ହାତୀଙ୍କ ଚୂଡ଼ାନ୍ତ ସଂଖ୍ୟା ଘୋଷଣା […]

ଅଦ୍ୟତନ ହୋଇଛି
ରାଉରକେଲା ଓ ରାଇରଙ୍ଗପୁରରେ ହାତୀ ଆକ୍ରମଣରେ ଦୁଇ ମୃତ

elephant in odisha

Advertisment

ଭୁବନେଶ୍ୱର: ଓଡ଼ିଶାରେ ହାତୀ ଗଣନା ଚାଲିଛି। ଗଣନା ପରେ ରାଜ୍ୟରେ କେତେ ପୁରୁଷ, କେତେ ମାଇ ଓ କେତେ ଛୁଆ ହାତୀ ରହିଛିନ୍ତି ତାହାର ସ୍ପଷ୍ଟ  ଚିତ୍ର ଜଣା ପଡିବ। ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଗୁରୁବାର ଯାଏଁ ଚାଲିବ। ରାଜ୍ୟର ମୋଟ ୫୦ଟି ବନଖଣ୍ଡରୁ ୪୪ଟିରେ ଏହି ଗଣନା ଚାଲିଛି। ଗଣନା ପରେ ବିଟ୍, ଜୋନ, ଡିଭିଜନ ଏବଂ ରାଜ୍ୟସ୍ତରରେ ହିସାବ କରାଯାଇ ଜୁନ ୨୫ ତାରିଖରେ ହାତୀଙ୍କ ଚୂଡ଼ାନ୍ତ ସଂଖ୍ୟା ଘୋଷଣା କରାଯିବ। ହାତୀ ଗଣିନା ଅଭିଯାନର ନାମ ରଖାଯାଇଛି ’ଆସ ହାତୀ ଗଣିବା’। ହାତୀ ଗଣନା କାର୍ଯ୍ୟକ୍ରମରେ ବନ ବିଭାଗ କର୍ମଚାରୀ, ଶିକ୍ଷାନବୀସ ଏବଂ ସ୍ୱେଚ୍ଛାସେବୀମାନେ ସାମିଲ ହୋଇଛନ୍ତି। ରାଜ୍ୟର ମୋଟ ୫୦ଟି ଜଙ୍ଗଲ ଅଞ୍ଚଳ ତଥା ବନଖଣ୍ଡ ମଧ୍ୟରୁ ହାତୀ ରହୁଥିବା ପ୍ରାୟ ୪୪ଟିରେ ଏହି ଗଣନା କାର୍ଯ୍ୟ ଚାଲିଥିବା ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ହରିଶ କୁମାର ବିଷ୍ଟ ସୂଚନା ଦେଇଛନ୍ତି।vlcsnap-2015-05-27-13h58m16s386

Advertisment

ଅନ୍ୟପକ୍ଷରେ ହାତୀଙ୍କ ଅନ୍ୟତମ ପ୍ରମୁଖ ବାସସ୍ଥଳୀ ଭାବେ ପରିଚିତ ରାଜଧାନୀର ଚନ୍ଦକା ଜଙ୍ଗଲରେ ମଧ୍ୟ ହାତୀଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଚନ୍ଦକା ଡମପଡ଼ା ଅଭୟାରଣ୍ୟ ପାଇଁ ବନ ବିଭାଗର ମୋଟ ୩୬ଟି ଟିମ୍ ଗଠନ କରାଯାଇଛି। ପ୍ରତି ଟିମରେ ରହିଛନ୍ତି ୨ରୁ ୩ ଜଣ କର୍ମଚାରୀ। ସେହିଭଳି ବାରିପଦା ବନଖଣ୍ଡର ୮ଟି ରେଞ୍ଜରେ ଗଣନା ପାଇଁ ନିୟୋଜିତ ହୋଇଛନ୍ତି ୫୩ଟି ଟିମ୍। ମୋଟ ୬ ହଜାର କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି ଚନ୍ଦକା ଡିଏଫଓମନୋଜ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ହାତୀଙ୍କ ସଂଖ୍ୟା ଜାଣିବା ଲାଗି ପ୍ରତି ୩ ବର୍ଷରେ ଥରେ ଗଣନା କରାଯାଏ। ୨୦୧୨ରେ ଓଡ଼ିଶାରେ ହାତୀଙ୍କ ସଂଖ୍ୟା ୧ହଜାର ୯୩୦ ଥିଲା। ତେବେ ଏଥର ହାତୀଙ୍କ ସଂଖ୍ୟା ବଢ଼ିଛି ନା କମିଛି ଜୁନ ୨୫ରେ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ତାହା ସ୍ପଷ୍ଟ ହେବ ବୋଲି ପିସିସିଏଫ୍ (ୱାଇଲ୍ଡ ଲାଇଫ)  ଏସ୍.ଏସ୍. ଶ୍ରୀବାସ୍ତବ ସୂଚନା ଦେଇଛନ୍ତି।vlcsnap-2015-05-27-14h00m40s428

ଅନ୍ୟପକ୍ଷରେ ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ମଧ୍ୟ ୩୪ଟି ଟିମ ୩୦ ଗୋଟି ଜଳାଶୟ ନିକଟରେ ହାତୀ ଗଣନା କରିବା ପାଇଁ ନିୟୋଜିତ ହୋଇଛନ୍ତି । ଜଳାଶୟ ନିକଟରେ ଥିବା ଗଛ ଉପରେ ମଞ୍ଚା କରାଯାଇ କର୍ମଚାରୀମାନେ ହାତୀଙ୍କ ଗତିପଥକୁ ଲକ୍ଷ୍ୟ ରଖିଛନ୍ତି। ଅପରାହ୍ଣରୁ ସକାଳ ୭ଟା ପର୍ଯ୍ୟନ୍ତ ରହି କର୍ମଚାରୀମାନେ ହାତୀର ଲମ୍ୱ,ଉଚ୍ଚତା,ଲାଞ୍ଜ ଓ ଦାନ୍ତର ରଙ୍ଗ ଆଦିକୁ ଲକ୍ଷ୍ୟ କରି ଗଣନା କରୁଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe