ଆସନ୍ତାକାଲି ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଚାଲିବ ପ୍ରଥମ ଟ୍ରେନ୍

ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଆସନ୍ତାକାଲି ଚାଲିବ ପ୍ରଥମ ଟ୍ରେନ୍। ୨୮୯ କିଲୋମିଟର ବିଶିଷ୍ଟ ଏହି ରେଳପଥର ଖୋର୍ଦ୍ଧା ପଟୁ ବେଗୁନିଆ ପର୍ଯ୍ୟନ୍ତ ୩୨ କିଲୋମିଟର କାମ ସରିଛି। ଆସନ୍ତାକାଲି ଅପରାହ୍ନ ସାଢେ଼ ୪ଟାବେଳେ ରେଳମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନୂଆ ଟ୍ରେନ ଚାଲିବ ବୋଲି ଡିଆରଏମ୍ ଏସ୍.କେ. ସିଂହ କହିଛନ୍ତି। ଡିଆରଏମଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରେଳବାଇ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ନବକଳେବର ପାଇଁ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ପୁରୀକୁ ୨ଶହ ସ୍ୱତନ୍ତ୍ର […]

khdha

Rakesh Mallick
  • Published: Wednesday, 15 July 2015
  • , Updated: 15 July 2015, 09:26 AM IST

ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଆସନ୍ତାକାଲି ଚାଲିବ ପ୍ରଥମ ଟ୍ରେନ୍। ୨୮୯ କିଲୋମିଟର ବିଶିଷ୍ଟ ଏହି ରେଳପଥର ଖୋର୍ଦ୍ଧା ପଟୁ ବେଗୁନିଆ ପର୍ଯ୍ୟନ୍ତ ୩୨ କିଲୋମିଟର କାମ ସରିଛି। ଆସନ୍ତାକାଲି ଅପରାହ୍ନ ସାଢେ଼ ୪ଟାବେଳେ ରେଳମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନୂଆ ଟ୍ରେନ ଚାଲିବ ବୋଲି ଡିଆରଏମ୍ ଏସ୍.କେ. ସିଂହ କହିଛନ୍ତି। ଡିଆରଏମଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରେଳବାଇ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ନବକଳେବର ପାଇଁ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ପୁରୀକୁ ୨ଶହ ସ୍ୱତନ୍ତ୍ର ଟ୍ରେନ ଚାଲିବା ସହ ରେଳଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା, ଟିକେଟ କାଉଣ୍ଟର ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ଡିଆରଏମ ସୂଚନା ଦେଇଥିଲେ । ଏହି ସମ୍ବାଦିକ ସମ୍ମଳନୀରେ ରେଳ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Related story