ଜଗା-ବଳିଆଙ୍କୁ ନୂଆ ଜୀବନ ଦେଇ ଲିମ୍‌କା ବୁକ୍ ଅଫ୍ ରେକର୍ଡସରେ ପ୍ରଫେସର ଅଶୋକ ମହାପାତ୍ର   

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଓଡ଼ିଶାର ଗର୍ବ ଗୌରବ ପ୍ରଫେସର ତଥା ଡ.ଅଶୋକ ମହାପାତ୍ରଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ସମ୍ମାନ। ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ତଥା ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ଡ.ଅଶୋକ ଲିମ୍‌କା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି। କନ୍ଧମାଳଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର କରି ନୂଆ ଜୀବନ ଦେଇଥିବା ଡ.ଅଶୋକ ଏହି ବିରଳ କୃତିତ୍ୱର ଅଧିକାରୀ ହୋଇପାରିଛନ୍ତି। ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସଫଳତାର ସହ କରାଯାଇଥିବା ବିରଳ ଯୋଡ଼ାମୁଣ୍ଡ ଅସ୍ତ୍ରୋପଚାର ଲିମ୍‌କା ବୁକ୍ ଅଫ୍ […]

6890

6890

Tapas Behera
  • Published: Tuesday, 12 November 2019
  • Updated: 13 November 2019, 11:32 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଓଡ଼ିଶାର ଗର୍ବ ଗୌରବ ପ୍ରଫେସର ତଥା ଡ.ଅଶୋକ ମହାପାତ୍ରଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ସମ୍ମାନ। ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ତଥା ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ଡ.ଅଶୋକ ଲିମ୍‌କା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି। କନ୍ଧମାଳଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର କରି ନୂଆ ଜୀବନ ଦେଇଥିବା ଡ.ଅଶୋକ ଏହି ବିରଳ କୃତିତ୍ୱର ଅଧିକାରୀ ହୋଇପାରିଛନ୍ତି। ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସଫଳତାର ସହ କରାଯାଇଥିବା ବିରଳ ଯୋଡ଼ାମୁଣ୍ଡ ଅସ୍ତ୍ରୋପଚାର ଲିମ୍‌କା ବୁକ୍ ଅଫ୍ ରେକର୍ଡସରେ ୨୦୨୦ସଂସ୍କରଣରେ ସ୍ଥାନ ପାଇଛି। ୨୦୧୭ ମସିହାରେ ନୂଆଦିଲ୍ଲୀ ଏମ୍ସଠାରେ ଏହି ଅସ୍ତ୍ରୋପଚାର ସଫଳତାର ସହ କରାଯାଇଥିଲା ।

ଓଡ଼ିଶାର ମାତ୍ର ୨୮ ମାସର ଦୁଇ ଯାଆଁଳା ଶିଶୁପୁତ୍ର ଜଗା-ବଳିଆଙ୍କ ମୁଣ୍ଡ ଖପୁରୀ ସହ ଯୋଡ଼ି ହୋଇ ରହିଥିବା ବେଳେ ୧୨୫ ଜଣ ଡାକ୍ତର ଏବଂ ଡାକ୍ତରଖାନାର ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଏହି ଟିମ୍ ୨ ଶିଶୁଙ୍କ ଯୋଡ଼ାମୁଣ୍ଡକୁ ଅଲଗା କରିବାରେ ନିୟୋଜିତ ହୋଇଥିଲେ । ଏହି ଜଟିଳ ଅସ୍ତ୍ରୋପଚାର ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା । ପ୍ରଥମ ଅସ୍ତ୍ରୋପଚାର ୨୦୧୭ ମସିହା ଅଗଷ୍ଟ ୨୮ ତାରିଖରେ କରାଯାଇଥିବା ବେଳେ ଦ୍ୱିତୀୟ ଅସ୍ତ୍ରୋପଚାର ଅକ୍ଟୋବର ୨୫ ତାରିଖରେ କରାଯାଇଥିଲା ।

ଏହି ବିରଳ ଅସ୍ତ୍ରୋପଚାର ଭାରତର ପ୍ରଥମ ଯୋଡ଼ାମୁଣ୍ଡ (କ୍ରାନିଓପାଗସ୍) ସର୍ଜରୀ ହୋଇଥିବା ନେଇ ଲିମ୍‌କା ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛି । ଅପରେସନ କରିବା ସମୟର ପ୍ରଫେସର ମହାପାତ୍ର ଦିଲ୍ଲୀ ଏମ୍ସର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱରେ ଥିଲେ । ମଙ୍ଗଳବାର ସୋଆଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ମହାପାତ୍ର କହିଛନ୍ତି ଯେ, ଏହି ଅପରେସନ୍ ଯଦିଓ ଖୁବ୍ ଜଟିଳ ଏବଂ ଆହ୍ୱାନପୂର୍ଣ୍ଣ ଥିଲା ତେବେ ଏହା ଭାରତର ପ୍ରଥମ ସଫଳ ଯୋଡ଼ାମୁଣ୍ଡ(କ୍ରାନିଓପାଗସ୍) ସର୍ଜରୀ ।

ନୂଆଦିଲ୍ଲୀର ଏମ୍ସଠାରେ ଥିବା ସମସ୍ତ ଆବଶ୍ୟକୀୟ ସୁବିଧା ଏବଂ ବିଶେଷଜ୍ଞମାନଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ। ଏହି ଅପରେସନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବଳିଆର ମସ୍ତିଷ୍କରେ ଏମ୍ସର ଭେନ୍‌ବ୍ୟାଙ୍କରୁ ଭେନ୍(ଶିରା) ଆଣି ସଂଯୋଗ କରିବା । ଏହି ଦୁଇ ଶିଶୁଙ୍କ ଯୋଡାମୁଣ୍ଡରେ ମାତ୍ର ଗେ।।ଟିଏ ଭେନ୍ ହିଁ ରହିଥିଲା । ତେଣୁ ଏହି ପ୍ରକ୍ରିୟା ସାରା ପୃଥିବୀରେ ପ୍ରଥମ ବୋଲି ସେ କହିଛନ୍ତି । ଜଗା-ବଳିଆ ଯେତେବେଳେ ଏମ୍ସରେ ଭର୍ତି ହୋଇଥିଲେ, ସେତେବେବେଳେ ପ୍ରାଥମିକ ଆକଳନରୁ ଏହି ଦୁଇ ଶିଶୁ ଅପରେସନ ପ୍ରକ୍ରିଆକୁ ସହ୍ୟ କରିପାରିବେ କି ନାହିଁ ତାହା ଚିନ୍ତାର କାରଣ ଥିଲା । ତେବେ ୨୬ ଜୁଲାଇ ୨୦୧୭ରେ ଦୀର୍ଘ ୧୨ ଘଣ୍ଟା ଧରି ଦୁଇ ଶିଶୁଙ୍କୁ ନିଶ୍ଚେତନ କରି ସମସ୍ତ ପରୀକ୍ଷା ନିରୀକ୍ଷା କରାଯିବା ପରେ ଅପରେସନ କରାଯିବାର ନିଷ୍ପତି ନିଆଯାଇଥିଲା ବୋଲି ପ୍ରଫେସର ମହାପାତ୍ର କହିଛନ୍ତି ।

ଜଗା-ବଳିଆଙ୍କର ଅପରେସନ୍ ପାଇଁ ଗଠିତ ଟିମ୍ ଆଲବର୍ଟ ଆଇନଷ୍ଟାଇନ୍ କଲେଜ ଅଫ୍ ମେଡିସିନ୍, ବ୍ରୋନକ୍ସ, ନ୍ୟୁୟର୍କର ପ୍ରଖ୍ୟାତ ଶିଶୁରୋଗ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଜେମ୍ସ ଟି ଗୁଡ୍ରିକଙ୍କ ଠାରୁ ପରାମର୍ଶ ନେଇଥିଲେ । କାରଣ ପ୍ରଫେସର ଗୁଡ୍ରିକ୍ ବିଶ୍ୱର ଏ କ୍ଷେତ୍ରରେ ସବୁଠାରୁ ବଡ଼ ବିଶେଷଜ୍ଞ ଏବଂ ସେ ପୂର୍ବରୁ ଏଭଳି ଦୁଇଟି ଅପରେସନ ମଧ୍ୟ କରିସାରିଛନ୍ତି ବୋଲି ପ୍ରଫେସର ମହାପାତ୍ର କହିଥିଲେ । ଅପରସନ ପୂର୍ବରୁ ଆମେ ଅନେକ ତଥ୍ୟ ସଂଗ୍ରହ କରିଥିଲୁ ଏବଂ ଅପରେସନ ସମ୍ପାଦନ କରିବା ପୂର୍ବରୁ ତିନୋଟି ଡ୍ରାଏ ରନ୍ ମଧ୍ୟ କରଥିଲୁ ।

ଆମେ ଜାଣିଥିଲୁ ହୁଏତ ୨୫ରୁ ୩୦ ପ୍ରତିଶତ ସଫଳତା ମିଳିପାରେ । କିନ୍ତୁ ଏମ୍ସର ପୂରାଟିମ୍ ଏହି ଅପରେସନକୁ ଶତ ପ୍ରତିଶତ ସଫଳ କରିବାରେ ନିଜକୁ ନିୟୋଜିତ କରିଥିଲେ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି । ଏଭଳି ଅସ୍ତ୍ରୋପଚାର ସଫଳତର ହାର ଖୁବ କମ୍ ରହିଥିବା ବେଳେ ଗତ ୩୩ ବର୍ଷ ମଧ୍ୟରେ ବିଶ୍ୱରେ ଏଭଳି ମାତ୍ର ୧୨ରୁ ୧୩ଟି ସର୍ଜରୀ କରାଯାଇଥିବା ସେ କହିଛନ୍ତି । ଜଗା-ବଳିଆ ଏମ୍ସରେ ଦୁଇବର୍ଷ ରହିବା ପରେ ଓଡ଼ିଶା ଫେରିଛନ୍ତି । ଯଦିଓ ସେମାନେ ସୁସ୍ଥ ଅଛନ୍ତି ବଳିଆ ଶରୀରରେ ଉନ୍ନତି ଟିକେ ମନ୍ଥର ଗତିରେ ହେଉଛି । ତେବେ ଆମକୁ ଆହୁରି ଦୁଇ ତିନିବର୍ଷ ଅପେକ୍ଷା କରିବାକୁ ପଡ଼ିବ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos