ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଅଶୋକ ପାଣିଗ୍ରାହୀ
- Published: Friday, 02 February 2018
- , Updated: 02 February 2018, 08:00 AM IST
<p>ବରଗଡ଼(ଓଡ଼ିଶା ରିପୋର୍ଟର) : ବିଜେପୁର ଉପନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ଅଶୋକ ପାଣିଗ୍ରାହୀ ପ୍ରାର୍ଥିପତ୍ର ଦାଖଲ କରିବେ। ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି। ବିଜେପିର ତୁଙ୍ଗନେତାମାନେ ବରଗଡ଼ରେ ଡେରା ପକାଇଛନ୍ତି। ସୂଚନା ଅନୁସାରେ ଆଜି ପ୍ରଥମେ ପଦ୍ମପୁର ଗୋରୁ ମାର୍କେଟ ପଡ଼ିଆରେ ଏକ ସାଧାରଣ ସଭା କରାଯିବ। ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ ଅଶୋକ ପାଣିଗ୍ରାହୀ । ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କ ସହିତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିବେ।</p>
<p>ଅନ୍ୟପକ୍ଷରେ ଅଶୋକ ପ୍ରାର୍ଥିପତ୍ର ଦାଖଲ କରୁଥିବାରୁ ପଦ୍ମପୁରରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ତିନି ପ୍ଲାଟୁନ ଫୋର୍ସ ସହିତ ବରଗଡ଼ ଏସ୍‌ପି ମଧ୍ୟ ନିଜେ ଉପସ୍ଥିତ ଅଛନ୍ତି। ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏ ପର୍ଯ୍ୟନ୍ତ ୫ ସେଟ୍ ପ୍ରାର୍ଥୀପତ୍ର କିଣାଯାଇଥିବା ସୂଚନା ମିଳିଛି। ବିଜେଡିରୁ ରୀତା ସାହୁ, ବିଜେପିରୁ ଅଶୋକ ପାଣିଗ୍ରାହୀ, ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ପାଇକ ଏବଂ ସ୍ୱାଧୀନ ଭାବେ କୁବେର ଜାଲ୍ ଯାଦବ ଓ ପ୍ରମୋଦ କୁମାର ଛତର ପ୍ରାର୍ଥିପତ୍ର କିଣିଥିବା ସୂଚନା ମିଳିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ଆସନ୍ତା ୫ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ।</p>