ଆଇଆଇସିଙ୍କୁ ମାଡ଼ ମାରି ଏଏସ୍‌ଆଇ ନିଲମ୍ବିତ

ବ୍ରହ୍ମପୁର( ଜଗନ୍ନାଥ ସାହୁ): ମହଙ୍ଗା ପଡ଼ିଲା ପାଟପୁର ଥାନା IICଙ୍କୁ ଆକ୍ରମଣ । ନିଲମ୍ବିତ ହେଲେ ASI ପ୍ରତୀମଞ୍ଜରୀ ଗଡ଼ନାୟକ । ଗତକାଲି ପାଟପୁର ଥାନା ଭିତରେ ପଶି  IIC ଅଜୟ ବାରିକଙ୍କୁ ASI ପ୍ରତୀମଞ୍ଜରୀ ଓ ତାଙ୍କୁ ସ୍ୱାମୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଡ୍ୟୁଟି ଭାଗବଣ୍ଟାକୁ ନେଇ ଏହି ଗଣ୍ଡଗୋଳ ଆରମ୍ଭ ହୋଇଥିବା ଜଣାଯାଇଛି। ଗତ ରାତିରେ ଆଇଆଇସି ଡ୍ୟୁଟି ଭାଗବଣ୍ଟା କରୁଥିବା ବେଳେ ASI ପ୍ରତୀମଞ୍ଜରୀ ଓ ତାଙ୍କ ସ୍ୱାମୀ ମିଶି […]

police-1-1

Niharika Rout
  • Published: Wednesday, 01 January 2020
  • , Updated: 01 January 2020, 10:56 AM IST

ବ୍ରହ୍ମପୁର( ଜଗନ୍ନାଥ ସାହୁ): ମହଙ୍ଗା ପଡ଼ିଲା ପାଟପୁର ଥାନା IICଙ୍କୁ ଆକ୍ରମଣ । ନିଲମ୍ବିତ ହେଲେ ASI ପ୍ରତୀମଞ୍ଜରୀ ଗଡ଼ନାୟକ । ଗତକାଲି ପାଟପୁର ଥାନା ଭିତରେ ପଶି  IIC ଅଜୟ ବାରିକଙ୍କୁ ASI ପ୍ରତୀମଞ୍ଜରୀ ଓ ତାଙ୍କୁ ସ୍ୱାମୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ଡ୍ୟୁଟି ଭାଗବଣ୍ଟାକୁ ନେଇ ଏହି ଗଣ୍ଡଗୋଳ ଆରମ୍ଭ ହୋଇଥିବା ଜଣାଯାଇଛି। ଗତ ରାତିରେ ଆଇଆଇସି ଡ୍ୟୁଟି ଭାଗବଣ୍ଟା କରୁଥିବା ବେଳେ ASI ପ୍ରତୀମଞ୍ଜରୀ ଓ ତାଙ୍କ ସ୍ୱାମୀ ମିଶି ଅତର୍କିତ ଭାବେ  IICଙ୍କୁ  ଆକ୍ରମଣ କରିଥିଲେ ।  ଏହାସହ ତଣ୍ଟି ଚିପି ମାରିଦେବାକୁ ମଧ୍ୟ ଚେଷ୍ଟା କରିଥିବା ଆଇଆଇସି ଅଭିଯୋଗ କରିଥିଲେ। ଏନେଇ ମାମଲା ରୁଜୁ ହେବା ପରେ ASI ପ୍ରତୀମଞ୍ଜରୀ ଗଡ଼ନାୟକଙ୍କୁ ନିଲମ୍ବିତ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର ।

Related story