ବାହୁଡ଼ା ସୁଦ୍ଧା ଶ୍ରୀମନ୍ଦିର ଗର୍ଭଗୃହ ମରାମତି କାମ ସାରିବ ଏଏସ୍‌ଆଇ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଗର୍ଭଗୃହର ସ୍ଥିତି ଯାଞ୍ଚ କଲା ଏଏସ୍ଆଇ। ଆଜି ଗର୍ଭଗୃହର ପ୍ରଥମ ଓ ଦ୍ୱିତୀୟ ମହଲା, ଗ୍ରାଉଣ୍ଡ ଫ୍ଲୋରର କାନ୍ଥ, ସିଲିଂ, ଷ୍ଟିଲ୍‌ କ୍ରସ୍ ଆଦି ଯାଞ୍ଚ୍‌ କରାଯାଇଛି। ଗର୍ଭଗୃହରେ ବାୟୁ ଚଳାଚଳ କିଭଳି ସଠିକ୍ ଭାବେ ହେବ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ତା’ସହ ଜଗମୋହନ ମଧ୍ୟ ଯାଞ୍ଚ କରାଯାଉଛି। ଜଗମୋହନ ସହ ନାଟମଣ୍ଡପର ସଂଯୋଗ ସ୍ଥଳ ଜୟ-ବିଜୟ ଦ୍ୱାରର ମରାମତି କାର୍ଯ୍ୟ କାଲିଠୁ ଚାଲିବ। ତା’ସହ ଗରୁଡ଼ ସ୍ତମ୍ଭର ସମ୍ମୁଖ […]

Jagannath-Puri-temple-

Rakesh Mallick
  • Published: Monday, 16 July 2018
  • , Updated: 16 July 2018, 09:32 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଗର୍ଭଗୃହର ସ୍ଥିତି ଯାଞ୍ଚ କଲା ଏଏସ୍ଆଇ। ଆଜି ଗର୍ଭଗୃହର ପ୍ରଥମ ଓ ଦ୍ୱିତୀୟ ମହଲା, ଗ୍ରାଉଣ୍ଡ ଫ୍ଲୋରର କାନ୍ଥ, ସିଲିଂ, ଷ୍ଟିଲ୍‌ କ୍ରସ୍ ଆଦି ଯାଞ୍ଚ୍‌ କରାଯାଇଛି। ଗର୍ଭଗୃହରେ ବାୟୁ ଚଳାଚଳ କିଭଳି ସଠିକ୍ ଭାବେ ହେବ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ତା’ସହ ଜଗମୋହନ ମଧ୍ୟ ଯାଞ୍ଚ କରାଯାଉଛି। ଜଗମୋହନ ସହ ନାଟମଣ୍ଡପର ସଂଯୋଗ ସ୍ଥଳ ଜୟ-ବିଜୟ ଦ୍ୱାରର ମରାମତି କାର୍ଯ୍ୟ କାଲିଠୁ ଚାଲିବ। ତା’ସହ ଗରୁଡ଼ ସ୍ତମ୍ଭର ସମ୍ମୁଖ ଭାଗ ବିମ୍ ଦୁର୍ବଳ ଥିବାରୁ ଏହାର ମରାମତି କରାଯିବ। ଶ୍ରୀଗୁଣ୍ଡିଚା ଯାତ୍ରା ଅର୍ଥାତ୍ ନଅ ଦିନ ଭିତରେ ସବୁ ମରାମତି ସାରିବାକୁ ଚେଷ୍ଟା କରିବ ଏଏସ୍‌ଆଇ। ସେପଟେ ଜୟ-ବିଜୟ ଦ୍ୱାର ଉପରିଭାଗର ପଥର ଅବସ୍ଥା ଦୁର୍ବଳ ଥିବା କହିଛନ୍ତି କୋର୍‌ କମିଟି ଅଧ୍ୟକ୍ଷ ଏନ୍.ସି.ପାଲ। ଆଜିର ଯାଞ୍ଚବେଳେ ASI କୋର କମିଟି ସହ ବିଶେଷଜ୍ଞ କମିଟି ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।

Related story