ଶ୍ରୀମନ୍ଦିର ବେଢ଼ା ପରିକ୍ରମା ନିର୍ମାଣ ସ୍ଥଳ ଦେଖିବ ଏଏସ୍‌ଆଇ, ୭ରେ ଦେବ ରିପୋର୍ଟ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ନିକଟରେ ହେଉଥିବା ନିର୍ମାଣକୁ ନେଇ ତୁମ୍ବି ତୋଫାନ, ରାଜନୈତିକ ଝଡ଼ ସୃଷ୍ଟି ହେବା ପରେ ସବୁ କଥା ଏଏସ୍‌ଆଇ ନିକଟରେ ଅଟକିଥିଲା। ଏଏସ୍‌ଆଇ ଅନୁମତି ମିଳି ନ ଥିବା ବେଳେ କିପରି କାମ ଆଗେଇ ଚାଲିଛି ବୋଲି ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଶେଷରେ ଆସନ୍ତାକାଲି କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପ ଅନୁଧ୍ୟାନ କରିବେ ଏଏସଆଇର ଏକ ବିଶେଷଜ୍ଞ ଦଳ। ଏଏସ୍‌ଆଇର ରିଜିଓନାଲ ଡାଇରେକ୍ଟର ଦିଲୀପ ଖମାରୀ, ସୁପରିଣ୍ଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ […]

puri

Niharika Rout
  • Published: Saturday, 30 April 2022
  • , Updated: 30 April 2022, 05:19 PM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ନିକଟରେ ହେଉଥିବା ନିର୍ମାଣକୁ ନେଇ ତୁମ୍ବି ତୋଫାନ, ରାଜନୈତିକ ଝଡ଼ ସୃଷ୍ଟି ହେବା ପରେ ସବୁ କଥା ଏଏସ୍‌ଆଇ ନିକଟରେ ଅଟକିଥିଲା। ଏଏସ୍‌ଆଇ ଅନୁମତି ମିଳି ନ ଥିବା ବେଳେ କିପରି କାମ ଆଗେଇ ଚାଲିଛି ବୋଲି ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଶେଷରେ ଆସନ୍ତାକାଲି କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପ ଅନୁଧ୍ୟାନ କରିବେ ଏଏସଆଇର ଏକ ବିଶେଷଜ୍ଞ ଦଳ।

ଏଏସ୍‌ଆଇର ରିଜିଓନାଲ ଡାଇରେକ୍ଟର ଦିଲୀପ ଖମାରୀ, ସୁପରିଣ୍ଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ ଅରୁଣ ମଲିକ, ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ ଚିତ୍ତରଞ୍ଜନ ଦାସ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିବେ। ସେମାନଙ୍କ ସହ ଓବିସିସି ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର, ଟାଟା ପ୍ରୋଜେକ୍ଟ ଅଧିକାରୀ ମଧ୍ୟ ମିଳିତ ଭାବେ ଅନୁଧ୍ୟାନ କରିବେ। ସେଠାରେ ପ୍ରକୃତରେ କ’ଣ ନିର୍ମାଣ ଚାଲିଛି ତାହାର ଅନୁଧ୍ୟାନ କରିବ ଏଏସଆଇ।  ନିର୍ମାଣାଧୀନ ପ୍ରକଳ୍ପର ଗଭୀରତା ଓ ପ୍ରସ୍ତାବିତ ଉଚ୍ଚତା ଅନୁଧ୍ୟାନ କରିବ ଟିମ୍‌। ଅନୁଧ୍ୟାନ ପରେ ସେଗୁଡ଼ିକ ରେକର୍ଡଭୁକ୍ତ କରାଯିବ। ଏହାପରେ ମେ’ ୭ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରାଯିବ।

ମେ’ ୧୬ରେ ଏହାର ଶୁଣାଣି ହାଇକୋର୍ଟରେ ହେବାର ଥିଲା। ହେଲେ କାମ ଚାଲୁଥିବାରୁ ତ୍ୱରିତ ଶୁଣାଣି ପାଇଁ ଗୁହାରି କରିଥିଲେ ଆବେଦନକାରୀ। ତେଣୁ ମେ’ ୯କୁ ଦିନ ଧାର୍ଯ୍ୟ କରାଯାଇଛି। ଏହାପୂର୍ବରୁ  ମେ’ ୭ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ତେଣୁ ଏହା ପୂର୍ବରୁ ପ୍ରକଳ୍ପ ଅନୁଧ୍ୟାନ ପାଇଁ ଟିମ୍‌ ଆସୁଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିର ନିକଟରେ ନିର୍ମାଣ କାର୍ଯ୍ୟକୁ ନେଇ କଥା ଲୋକସଭା ପର୍ଯ୍ୟନ୍ତ ପହଞ୍ଚିଲାଣି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କିଛି ଦିନ ପୂର୍ବେ ପୁରୀ ଶ୍ରୀମନ୍ଦିର ଆସିଥିବା ବେଳେ ତାଙ୍କୁ ଅଟକାଇଥିଲା ପୁଲିସ୍‌। ଏହାକୁ ନେଇ ରାଜନୀତି ପାଣିପାଗ ସରଗରମ ହୋଇଥିବା ବେଳେ ଶେଷରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ସାଂସଦ ଷଡ଼ଙ୍ଗୀ।

ଏଏସଆଇ ଅନୁମତି ଦେଉ ନ ଥିବାରୁ ବାହାରୁଛି କେଁ। ଏଏସଆଇ ଜାଣତରେ ପୁରୀ ଶ୍ରୀମନ୍ଦିର ନିକଟରେ  କାମ ଚାଲୁଥିବା ବେଳେ ଏଏସଆଇ କିନ୍ତୁ ଦେଇନି ଅନୁମତି।  ପୁରୀ ଶ୍ରୀମନ୍ଦିର ପରିସରରେ ଏଏସଆଇ କାର୍ଯ୍ୟାଳୟ ଥିବା ବେଳେ ସେଠାରେ ବସୁଥିବା ବିଭାଗୀୟ ମୁଖ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି। ତେଣୁ ଏଏସଆଇ ହିଁ ସବୁଠୁ ବଡ଼ ବଦମାସ ବୋଲି କିଛି ଦିନ ପୂର୍ବେ କହିଥିଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।

Related story