‘ଏଏସଆଇ ଜାଣତରେ ସବୁ ହେଉଛି, ସିଏ ହିଁ ବଦମାସ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଏସଆଇ ଜାଣତରେ ପୁରୀ ଶ୍ରୀମନ୍ଦିର ନିକଟରେ ଚାଲୁଥିବା କାମ ଚାଲୁଥିବା ବେଳେ ଏଏସଆଇ କିନ୍ତୁ ଦେଇନି ଅନୁମତି। ସବୁ ରାଜନୈତିକ ଦଳ ବିକାଶକୁ ସମର୍ଥନ କରୁଛନ୍ତି। ହେଲେ ଏଏସଆଇ ଅନୁମତି ନ ଥିବାରୁ ବାହାରୁଛି କେଁ। ପୁରୀ ଶ୍ରୀମନ୍ଦିର ପରିସରରେ ଏଏସଆଇ କାର୍ଯ୍ୟାଳୟ ଥିବା ବେଳେ ସେଠାରେ ବସୁଥିବା ବିଭାଗୀୟ ମୁଖ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି। ତେଣୁ ଏଏସଆଇ ହିଁ ସବୁଠୁ ବଡ଼ ବଦମାସ ବୋଲି କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ। ଗତକାଲି ଭୁବନେଶ୍ୱର […]

puri

puri

Niharika Rout
  • Published: Thursday, 28 April 2022
  • Updated: 28 April 2022, 01:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଏସଆଇ ଜାଣତରେ ପୁରୀ ଶ୍ରୀମନ୍ଦିର ନିକଟରେ ଚାଲୁଥିବା କାମ ଚାଲୁଥିବା ବେଳେ ଏଏସଆଇ କିନ୍ତୁ ଦେଇନି ଅନୁମତି। ସବୁ ରାଜନୈତିକ ଦଳ ବିକାଶକୁ ସମର୍ଥନ କରୁଛନ୍ତି। ହେଲେ ଏଏସଆଇ ଅନୁମତି ନ ଥିବାରୁ ବାହାରୁଛି କେଁ। ପୁରୀ ଶ୍ରୀମନ୍ଦିର ପରିସରରେ ଏଏସଆଇ କାର୍ଯ୍ୟାଳୟ ଥିବା ବେଳେ ସେଠାରେ ବସୁଥିବା ବିଭାଗୀୟ ମୁଖ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି। ତେଣୁ ଏଏସଆଇ ହିଁ ସବୁଠୁ ବଡ଼ ବଦମାସ ବୋଲି କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ।

ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପୁରୀ ଗସ୍ତ ବେଳେ ପ୍ରଶାସନ ତଥା ପୁଲିସ୍‌ ତାଙ୍କ ବାଟ ରୋକିଥିବା ବେଳେ ଏହାକୁ ନେଇ ତେଜିଥିଲା ରାଜନୀତି। ଗତକାଲି ଅପରାଜିତାଙ୍କ ପଦଯାତ୍ରା ବେଳେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ଦେଖା ନ ଥିବା ବେଳେ ଆଜି ଗଣମାଧ୍ୟମ ସମ୍ମୁଖରେ ନିଜ ମତ ରଖିଛନ୍ତି ବିଧାୟକ। ଏହି ସମୟରେ ସେ ନିଜ ଦଳର ସାଂସଦଙ୍କୁ ସମର୍ଥନ କରିଥିବା ବେଳେ ବିଜେଡିକୁ କିନ୍ତୁ ଟାର୍ଗେଟ କରି ନାହାନ୍ତି। ଏହି ସବୁ ଘଟଣା ପାଇଁ ଏଏସଆଇକୁ ଦାୟୀ କରିଛନ୍ତି ବିଧାୟକ ଷଡଙ୍ଗୀ।

ଏ ନେଇ ସେ କହିଛନ୍ତି, ସାଂସଦ ଅପରାଜିତା ଷଡଙ୍ଗୀ ଠିକ କଥା କହୁଛନ୍ତି, ବିନା ଅନୁମତିରେ କରିଡର କାମ ହେଉଛି। ବିବାଦ କିଛି ନାହିଁ। ସମସ୍ତେ ବିକାଶକୁ ସ୍ୱାଗତ କରୁଛନ୍ତି। ମାତ୍ର  ଏଏସଆଇ ଅନୁମତି ନ ଥିବାରୁ ଏହି ବିବାଦ ମୁଣ୍ଡ ଟେକିଛି। ଅନୁମତି ଆଣି କାମ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ଶ୍ରୀମନ୍ଦିର ନିକଟରେ ଶୌଚାଳୟ, ରେଷ୍ଟ ରୁମ୍‌ ଆଦି ତିଆରି ହେଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଥିବା ବେଳେ ଏହାକୁ ସହଜେ ବିଶ୍ୱାସ କରୁ ନାହାନ୍ତି ବିରୋଧୀ କି ରାଜ୍ୟବାସୀ।

ମନ୍ଦିର ନିକଟରେ କୌଣସି ବଡ଼ ନିର୍ମାଣ କାମ ହେଉନି। ପ୍ରଶାସନ ପକ୍ଷରୁ ଯାହା ସାଇନ ବୋର୍ଡରେ ଲେଖା ଯାଇଛି, ସେଇ କାମ ହେଉଛି। ମାତ୍ର ସ୍ଥାୟୀ କାମ ହେଉଥିବାରୁ ୩୦ ଫୁଟର ଗାତ ଖୋଳା ଯାଉଛି। ପୁରୀ ଏକ ବାତ୍ୟା ପ୍ରଭାବିତ ଜିଲ୍ଲା ହୋଇଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଏସଆଇ ରାଜ୍ୟ ମୁଖ୍ୟଙ୍କ ଜାଣତରେ ସବୁ ହେଉଛି। ମାତ୍ର କାଗଜପତ୍ର  ନ ଥିବାରୁ ତାହାକୁ ବେଆଇନ କୁହାଯାଉଛି। ଏଏସଆଇ ସବୁ ଜାଣିବି ଅନୁମତି ଦେଇ ନ ଥିବାରୁ ଏଏସଆଇ ହିଁ ବଦମାସ ବୋଲି କହିଛନ୍ତି ବିଧାୟକ ଷଡଙ୍ଗୀ।

ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର।  ଶ୍ରୀମନ୍ଦିର ଚାରିପଟେ ବହୁତଳ କୋଠା ନିର୍ମାଣ ହେଉଛି। ଯେଉଁ ଭଳି ଭାବେ ଖୋଳା ଚାଲିଛି ତାହା ବିନା ASIର ଅନମୁତିରେ ସମ୍ଭବ ନୁହେଁ। ସେପଟେ ଯାହା ହେଉଛି ସେ ସବୁ ପ୍ରଶାସନ ବୁଝିସୁଝି କରୁଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ଶ୍ରୀମନ୍ଦିର କରିଡରକୁ ନେଇ ରାଜନୀତି ସରି ଯାଉ, ତାପରେ ଗୃହ କମିଟି ପୁରୀ ଯିବ।  ଖୁବଶୀଘ୍ର ବିଧାନସଭା କମିଟି ପୁରୀ ଗସ୍ତ କରିବ। ତାପୂର୍ବରୁ ଯିଏ ଯିଏ ପୁରୀ ବୁଲି ଆସିବା କଥା ଆସନ୍ତୁ। କରିଡର ପ୍ରସଙ୍ଗକୁ ନେଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛି, ରିପୋର୍ଟ ବି ନେଉଛି। ଗ୍ରାଉଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ ପରେ ସବିଶେଷ ରିପୋର୍ଟ ଦିଆଯିବ ବୋଲି ବାଚସ୍ପତି ଦୋହରାଇଛନ୍ତି।

https://youtu.be/i_MasTu-Ryo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story