ଇଏ କେମିତିକା ପ୍ରତିଶୋଧ? କମ୍ପ୍ୟୁଟର କ୍ଲାସ୍ ଯାଉଥିବା ବେଳେ ଢାଳିଦେଲା ତରଳ ନିଆଁ

Ordigital Desk
  • Published: Monday, 15 January 2018
  • , Updated: 15 January 2018, 08:44 PM IST
<p>ଧର୍ମଗଡ଼:(ଓଡ଼ିଶା ରିପୋର୍ଟର): କଳାହାଣ୍ଡି କଲମପୁରରେ ଚାଞ୍ଚଲ୍ୟ। ଏକତରଫା ପ୍ରେମର କରୁଣ ପରିଣତି । ରାସ୍ତାରେ ଯାଉଥିବା ଯୁବତୀଙ୍କ ଉପରକୁ ଏସିଡ୍ ମାଡ କଲା ବିଫଳ ପ୍ରେମିକ। ଆକ୍ରମଣରେ ଯୁବତୀଙ୍କ ମୁହଁ ଓ ଗୋଟିଏ ହାତ ପୋଡି ଯାଇଛି । ଯନ୍ତ୍ରଣା ଜର୍ଜରିତ ଯୁବତୀଙ୍କର ଭବାନୀପାଟଣା ସଦର ହସ୍ପିଟାଲରେ ଚାଲିଛି ଚିକିତ୍ସା । ଫେରାର ଅଭିଯୁକ୍ତକୁ ଧରିବାକୁ ଚାଲିଛି ତନାଘନା। &nbsp;&nbsp;ଚିନ୍ତାର କଥା ହେଉଛି, ଏହାକୁ ମିଶାଇ ଗତ ୩ମାସ ଭିତରେ ରାଜ୍ୟରେ ଏହା ତୃତୀୟ ଏସିଡ୍ ଆକ୍ରମଣ। କଳାହାଣ୍ଡି ଜିଲ୍ଲା କଲମପୁରରେ ରାସ୍ତା ମଝିରେ ଯୁବତୀ ଜଣକ ନିଜ ଗାଁ ଖଣ୍ଡିଡଙ୍ଗରୀଗୁଡ଼ାରୁ କଲମପୁରକୁ କମ୍ପ୍ୟୁଟର କ୍ଲାସ୍ ପାଇଁ ଯିବା ବେଳେ ବଙ୍କାପଲା ଛକରେ ତାଙ୍କ ଉପରକୁ ହୋଇଛି ଆକ୍ରମଣ।</p> <p>ଯୁବତୀଙ୍କ ଅଭିଯୋଗ ଅନୁସାରେ, ନିଜ ଗାଁର ପର୍ଶୁରାମ ମାଝୀ ନାମକ ଜଣେ ଯୁବକ ତାଙ୍କ ଉପରକୁ ଏସିଡ୍ ଫିଙ୍ଗି ଚମ୍ପଟ ମାରିଥିଲା। ପୂର୍ବରୁ ଉକ୍ତ ଯୁବକ ଜଣକ ତାଙ୍କୁ ଅନେକ ଥର ପ୍ରେମ ନିବେଦନ କରିବା ସହ ଧମକ ଚମକ ମଧ୍ୟ ଦେଇ ଆସୁଥିଲା। ସେପଟେ ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଲମପୁର ଡାକ୍ତରଖାନାରୁ ଭବାନୀପାଟଣାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। &nbsp;ଆଉ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଜୟପାଟଣା ପୋଲିସ୍ ଘଟଣାର ତନାଘନା ଆରମ୍ଭ କରିଛି। &nbsp;ତେବେ ଏକତରଫା ପ୍ରେମ ନା ଅନ୍ୟ କିଛି କାରଣକୁ ନେଇ ଏସିଡ୍ ମାଡ ହୋଇଛି ସେ ନେଇ ଚାଲିଛି ଖୋଳତାଡ଼। &nbsp;ଅନ୍ୟପଟେ ରାଜ୍ୟରେ ଥମୁନି ଏସିଡ୍ ଆକ୍ରମଣ।</p> <p>ଗତ ୩ ମାସ ଭିତରେ ଘଟିଲାଣି ତିନି ତିନିଟି ସାଂଘାତିକ ଘଟଣା । ଗତ ନଭେମ୍ବର ୧୭ରେ ବ୍ରହ୍ମପୁର ବଡ଼ ମେଡିକାଲ୍ ପରିସରରେ ଜଣେ ପାଥୋଲଜି ଛାତ୍ରୀଙ୍କୁ ତାଙ୍କ ସ୍ୱାମୀ ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଥିଲା। &nbsp;ସେହିପରି ଡିସେମ୍ବର ୧୩ ତାରିଖରେ ଗଞ୍ଜାମ ଜିଲ୍ଲା ବରିଡା ଗାଁରେ ଧାର ଟଙ୍କା ମଗାକୁ ନେଇ ସୁରଟ ଫେରନ୍ତା ଜଣେ ଯୁବକଙ୍କ ଉପରେ ହଇଥିଲା ଏସିଡ୍ ଆକ୍ରମଣ।</p> <p>ଆଉ ଆଜି କଳାହାଣ୍ଡି କଲମପୁରରେ ପୁଣି ଏଭଳି ଘଟଣାର ପୁନରାବୃତ୍ତି। ପ୍ରଶ୍ନ ଉଠୁଛି ସୁପ୍ରିମକୋର୍ଟଙ୍କ କଡ଼ା କଟକଣା ସତ୍ତ୍ୱେ କେମିତି ବିକ୍ରି ହେଉଛି ଏ ତରଳ ନିଆଁ ? &nbsp;କେମିତି ସହଜରେ ଦୁର୍ବୃର୍ତ୍ତଙ୍କ ହାତରେ ଲାଗି ଯାଉଛି ଏସିଡ୍? କଣ ଏହାର ବିକ୍ରି ନେଇ ସଠିକ୍ ଗାଇଡ୍&zwnj;ଲାଇନ୍ ପାଳନ ହେଉନାହିଁ କି ?</p>

Related story