ଆସିଲା ପୋଷ୍ଟମୋର୍ଟମ ରିପୋର୍ଟ: ଶ୍ୱାସରୁଦ୍ଧ ଯୋଗୁ ନଳୀନିପ୍ରଭାଙ୍କ ମୃତ୍ୟୁ ହୋଇଥିବା ସୂଚନା

ଭୁବନେଶ୍ୱର:ସ୍ୱେଚ୍ଛାସେବୀ ନଳୀନିପ୍ରଭା ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ ଆସିଛି। ମୃତ୍ୟୁ ପୂର୍ବରୁ ନଳୀନିଙ୍କ ତଣ୍ଟିରେ ଦାଗ ଥିବା ଏଥିରେ କୁହାଯାଇଛି। ସେହିପରି ଶ୍ୱାସ ରୁଦ୍ଧ ହେବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କମିଶନର କହିଛନ୍ତି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇନାହିଁ। ଗତ ୨୩ ତାରିଖରେ ନଳୀନିପ୍ରଭାଙ୍କ ଗଳିତ ମୃତଦେହ ମିଳିଥିଲା। ଏହାର ତିନିଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି। ୨୦୦୬ରୁ ନଳିନୀ କ୍ୟାନସର ପାଇଁ ଚିକିତ୍ସିତ […]

nalini pravha-murder case

Rakesh Mallick
  • Published: Saturday, 30 May 2015
  • , Updated: 31 May 2015, 02:14 PM IST

ଭୁବନେଶ୍ୱର:ସ୍ୱେଚ୍ଛାସେବୀ ନଳୀନିପ୍ରଭା ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ ଆସିଛି। ମୃତ୍ୟୁ ପୂର୍ବରୁ ନଳୀନିଙ୍କ ତଣ୍ଟିରେ ଦାଗ ଥିବା ଏଥିରେ କୁହାଯାଇଛି। ସେହିପରି ଶ୍ୱାସ ରୁଦ୍ଧ ହେବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କମିଶନର କହିଛନ୍ତି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇନାହିଁ। ଗତ ୨୩ ତାରିଖରେ ନଳୀନିପ୍ରଭାଙ୍କ ଗଳିତ ମୃତଦେହ ମିଳିଥିଲା। ଏହାର ତିନିଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି। ୨୦୦୬ରୁ ନଳିନୀ କ୍ୟାନସର ପାଇଁ ଚିକିତ୍ସିତ ହେଉଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି। ତେବେ ମୃତ୍ୟୁ ପୂର୍ବରୁ ବେକରେ ଦାଗ ରହିବାକୁ ନେଇ ପୋଲିସ ତଦନ୍ତ ଚାଲିଛି। କାହା ସହ ନଳୀନିଙ୍କ ଶତୃତା ଥିଲାକି ? କି ତାଙ୍କ ମୃତ୍ୟୁ ଯୋଗୁ କେହି ଲାଭବାନ ହେବେକି ଏସବୁକୁ ଆଧାରକରି ତଦନ୍ତ ଚାଲୁ ରହିଛି।

Related story