ଆଶୀର୍ବାଦଙ୍କୁ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ା ସଂଗଠକ ପୁରସ୍କାର ନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ା ସଂଗଠକ ପୁରସ୍କାର ନ ଦେବା ଲାଗି ଅଖିଳ ଭାରତ  ଭ୍ରଷ୍ଟାଚାର ବିରୋଧୀ ସଂଗଠନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି। ଆଶୀର୍ବାଦଙ୍କ ବିରୋଧରେ ହାଇକୋର୍ଟରେ ତିନିଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଚିଟଫଣ୍ଡ ଓ ଜମି ଦୁର୍ନୀତି ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ତାଙ୍କ ନାଁରେ ରହିଥିବା ସଂଗଠନ ପକ୍ଷରୁ ଚିଠିରେ ଉଲ୍ଲେଖ ରହିଛି। ଅଭିଯୋଗ ସାବ୍ୟସ୍ତ ହୋଇ ନ ଥିବାରୁ ତାଙ୍କୁ ଚୟନ […]

asribad -behera

Rakesh Mallick
  • Published: Wednesday, 24 August 2016
  • , Updated: 24 August 2016, 09:00 AM IST

ଭୁବନେଶ୍ୱର: ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ା ସଂଗଠକ ପୁରସ୍କାର ନ ଦେବା ଲାଗି ଅଖିଳ ଭାରତ  ଭ୍ରଷ୍ଟାଚାର ବିରୋଧୀ ସଂଗଠନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି।

ଆଶୀର୍ବାଦଙ୍କ ବିରୋଧରେ ହାଇକୋର୍ଟରେ ତିନିଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଚିଟଫଣ୍ଡ ଓ ଜମି ଦୁର୍ନୀତି ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ତାଙ୍କ ନାଁରେ ରହିଥିବା ସଂଗଠନ ପକ୍ଷରୁ ଚିଠିରେ ଉଲ୍ଲେଖ ରହିଛି। ଅଭିଯୋଗ ସାବ୍ୟସ୍ତ ହୋଇ ନ ଥିବାରୁ ତାଙ୍କୁ ଚୟନ କରିବାରେ କୌଣସି ଭୁଲ ନାହିଁ ବୋଲି କ୍ରୀଡା ବିଭାଗ ଓ ଜୁରୀ କମିଟି ଯୁକ୍ତି ରଖିଛି।

Related story