ନୂଆ ମୁଖ୍ୟ ଶାସନ ସଚିବଙ୍କ ଆଗରେ କ’ଣ ରହିଛି ଚ୍ୟାଲେଞ୍ଜ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଣିକି ରକେଟ୍ ବେଗରେ ଯିବ ସରକାରୀ ଫାଇଲ୍ । ନାଲିଫିତା ତଳେ ଚାପି ହୋଇଯିବନି କି ଟେବୁଲ୍ ଉପରେ ପଡ଼ିରହିବନି। ଇଏ ହେଉଛି ନୂଆ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ କାମ କରିବା ଫଣ୍ଡା । ନୂଆ ଦାୟିତ୍ୱ ନେଇଥିବା ୧୯୮୬ ବ୍ୟାଚ୍‌ର ଏହି ଆଇଏଏସ୍ ଅଫିସରଙ୍କ ସାମ୍ନାରେ ଅନେକ ସମସ୍ୟା ରହିଛି । ସମସ୍ତ ସମସ୍ୟାକୁ କିଭଳି ସାମ୍ନା କରି ରାଜ୍ୟ ପ୍ରଶାସନକୁ ଆଗକୁ ନେବେ ଏହା ତାଙ୍କ ପାଇଁ ସବୁଠାରୁ ବଡ଼ […]

asit-trapathi

asit-trapathi

Tapas Behera
  • Published: Monday, 19 August 2019
  • Updated: 19 August 2019, 07:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଣିକି ରକେଟ୍ ବେଗରେ ଯିବ ସରକାରୀ ଫାଇଲ୍ । ନାଲିଫିତା ତଳେ ଚାପି ହୋଇଯିବନି କି ଟେବୁଲ୍ ଉପରେ ପଡ଼ିରହିବନି। ଇଏ ହେଉଛି ନୂଆ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ କାମ କରିବା ଫଣ୍ଡା । ନୂଆ ଦାୟିତ୍ୱ ନେଇଥିବା ୧୯୮୬ ବ୍ୟାଚ୍‌ର ଏହି ଆଇଏଏସ୍ ଅଫିସରଙ୍କ ସାମ୍ନାରେ ଅନେକ ସମସ୍ୟା ରହିଛି । ସମସ୍ତ ସମସ୍ୟାକୁ କିଭଳି ସାମ୍ନା କରି ରାଜ୍ୟ ପ୍ରଶାସନକୁ ଆଗକୁ ନେବେ ଏହା ତାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍ । ଭିତ୍ତିଭୂମି, ବିଜୁଳି ଯୋଗାଣ, ଶିକ୍ଷା ଓ ଟେଲିକମ୍ କ୍ଷେତ୍ରରେ ରାଜ୍ୟ କିଭଳି ଆଗକୁ ଯାଇପାରିବ ସେନେଇ ପ୍ରାଥମିକତା ଭିତ୍ତିରେ କର୍ଯ୍ୟ କରାଯିବ ବୋଲି କହିଛନ୍ତି ନୂଆ ମୁଖ୍ୟ ଶାସନ ସଚିବ।

ଏବେ ନଜର ପକାନ୍ତୁ ନୂଆ ମୁଖ୍ୟ ଶାସନ ସଚିବଙ୍କ ଆଗରେ କ’ଣ ସବୁ ଚ୍ୟାଲେଞ୍ଜ ରହିଛି । ବଢିଚାଲିଥିବା ଋଣ ବୋଝ ଯୋଗୁ ଆର୍ଥିକ ଶୃଙ୍ଖଳା ରକ୍ଷା, ଆଗାମୀ ଦିନରେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି। ରାଜ୍ୟକୁ ପୁଞ୍ଜି ଆଣିବା ଲାଗି ସରକାର କରିଥିବା ଷ୍ଟାର୍ଟ ଅପ୍ ଓଡ଼ିଶା ଓ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ସେମିତି ସଫଳତା ମିଳିନାହିଁ। ଫଳରେ ରାଜ୍ୟରେ ବେକାରୀ ବଢିବାରେ ଲାଗିଛି। ତା’ସହିତ ସରକାରଙ୍କ ବିଭିନ୍ନ ବିଭାଗରେ ବହୁ ପଦବୀ ଖାଲି ପଡ଼ିଛି । ଆର୍ଥିକ ସମ୍ବଳ ଅଭାବରୁ ସେଥିରେ ନିଯୁକ୍ତି କରାଯାଇପାରୁନି।  ଖାସ୍ କରି ନିର୍ବାଚନ ସମୟରେ ସରକାର ଘୋଷଣା କରିଥିବା  ବିଭିନ୍ନ ଯୋଜନା ବାବଦକୁ ଅର୍ଥ ସଂଗ୍ରହ ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବାକୁ ଯାଉଛି। ସେପଟେ ବିଭିନ୍ନ ବିଭାଗରେ ପିସି କାରବାର ଉତ୍କଟ ରୂପ ଧାରଣ କରିଥିବା ବେଳେ ଅସିତ୍ ରାଜ୍ୟ ପ୍ରଶାସନକୁ  କେତେ ସ୍ୱଚ୍ଛ ଓ ଦକ୍ଷ କରିପାରୁଛନ୍ତି ତାଉପରେ ନଜର ରହିବ।

୧୯୮୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅସିତ୍ ତ୍ରିପାଠୀ ତାଳଚେର ସବ୍‌କଲେକ୍ଟର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଥିବା ବେଳେ ଫର୍ଚ୍ୟୁନ୍ ଟାୱାରରେ ଓ ଇନ୍‌ଫୋସିଟି କ୍ୟାମ୍ପସର ନିର୍ମାଣ କରାଯାଇଥିଲା। ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେବା ପୂର୍ବରୁ ସେ ରାଜ୍ୟର ଉନ୍ନୟନ କମିଶନର ତଥା ଦୀର୍ଘ ସମୟ ଧରି ଗୃହ ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି।  ବିଦାୟୀ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଆଜି ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story