ଆସ୍କା: ବାଣ ତିଆରି ବେଳେ ବିସ୍ଫୋରଣ,୨ ମୃତ

ଆସ୍କା: ବାଣ ତିଆରି ବେଳେ ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସ୍କା ଅନ୍ତର୍ଗତ ନଳବଣ୍ଟ ଗାଁରେ। ଆଜି ଭୋରରେ ଏହି ବିସ୍ଫୋରଣ ହୋଇଥିଲା। ମୃତକ ଦ୍ୱୟ ହେଲେ ଅଶୋକ ପ୍ରଧାନ ଓ ପିଣ୍ଟୁ ଖଟୁଆ। ଗୁରୁତର ଅବସ୍ଥାରେ ସେମାନଙ୍କୁ  ଆସ୍କା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ  ଅଶୋକ ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣଙ୍କୁ ବ୍ରହ୍ମପୁର ମେଡିକାଲ ନିଆଯାଉଥିବା ବେଳେ  ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା […]

vlcsnap-2015-09-04-10h44m54s783

vlcsnap-2015-09-04-10h44m54s783

Rakesh Mallick
  • Published: Friday, 04 September 2015
  • Updated: 04 September 2015, 05:22 AM IST

Sports

Latest News

ଆସ୍କା: ବାଣ ତିଆରି ବେଳେ ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସ୍କା ଅନ୍ତର୍ଗତ ନଳବଣ୍ଟ ଗାଁରେ। ଆଜି ଭୋରରେ ଏହି ବିସ୍ଫୋରଣ ହୋଇଥିଲା। ମୃତକ ଦ୍ୱୟ ହେଲେ ଅଶୋକ ପ୍ରଧାନ ଓ ପିଣ୍ଟୁ ଖଟୁଆ। ଗୁରୁତର ଅବସ୍ଥାରେ ସେମାନଙ୍କୁ  ଆସ୍କା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ  ଅଶୋକ ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣଙ୍କୁ ବ୍ରହ୍ମପୁର ମେଡିକାଲ ନିଆଯାଉଥିବା ବେଳେ  ତାଙ୍କର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଢିପାପଢାଲ ପଞ୍ଚାୟତ ଗୌଡିଆପଢାଲ ଗାଁରେ ଗତ ବୁଧବାର ବାଣ ବିସ୍ଫୋରଣ ଘଟି ଜଣେ ଯୁବତୀ ଓ ୫ବର୍ଷର ବାଳକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos