ଏଏସଓ ପରୀକ୍ଷା: ସନ୍ଦେହ ବଢ଼ାଉଛି ଓପିଏସସି କର୍ତ୍ତୃପକ୍ଷଙ୍କ ନିରବତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ସବୁ କ୍ଷେତ୍ରରେ ‘ଫାଇଭ-ଟି’ ଓ ପାରଦର୍ଶିତା କଥା କହୁଥିଲେ ମଧ୍ୟ ସରକାରୀ ନିଯୁକ୍ତି ସଂସ୍ଥା ‘ଓଡ଼ିଶା ଲୋକସେବା ଆୟୋଗ’(ଓପିଏସସି)ର ପରୀକ୍ଷା ପରିଚାଳନାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏବେ ଓପିଏସସି କର୍ତ୍ତୃପକ୍ଷଙ୍କ ନିରପେକ୍ଷତା ଓ ସ୍ୱଚ୍ଛତା ଉପରେ ଚାକିରି ଆଶାୟୀ ହଜାର ହଜାର ଯୁବକଯୁବତୀ ପ୍ରଶ୍ନ ଉଠାଇବା ସହ ତୁରନ୍ତ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି […]

aso

aso

Ordigital Desk
  • Published: Wednesday, 09 November 2022
  • Updated: 09 November 2022, 09:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ସବୁ କ୍ଷେତ୍ରରେ ‘ଫାଇଭ-ଟି’ ଓ ପାରଦର୍ଶିତା କଥା କହୁଥିଲେ ମଧ୍ୟ ସରକାରୀ ନିଯୁକ୍ତି ସଂସ୍ଥା ‘ଓଡ଼ିଶା ଲୋକସେବା ଆୟୋଗ’(ଓପିଏସସି)ର ପରୀକ୍ଷା ପରିଚାଳନାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏବେ ଓପିଏସସି କର୍ତ୍ତୃପକ୍ଷଙ୍କ ନିରପେକ୍ଷତା ଓ ସ୍ୱଚ୍ଛତା ଉପରେ ଚାକିରି ଆଶାୟୀ ହଜାର ହଜାର ଯୁବକଯୁବତୀ ପ୍ରଶ୍ନ ଉଠାଇବା ସହ ତୁରନ୍ତ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଆଉ ଗତ ୩ଦିନ ଧରି ସୋସିଆଲ ମିଡିଆଠୁ ଆରମ୍ଭ କରି ଗଣମାଧ୍ୟମରେ ଓପିଏସସି ଦ୍ୱାରା ହୋଇଥିବା ପରୀକ୍ଷା ପରିଚାଳନାରେ ଅନିୟମିତତା ଓ ଦୁର୍ନୀତିକୁ ନେଇ ଅସନ୍ତୁଷ୍ଟ ପ୍ରାର୍ଥୀମାନେ ଅଭିଯୋଗ କରୁଥିଲାବେଳେ ଓପିଏସସି କର୍ତ୍ତୃପକ୍ଷ ନିରବ ରହିବା ପରୋକ୍ଷରେ ସାଧାରଣରେ ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରିଛି।

ସୂଚନା ଅନୁସାରେ, ଗତ ଅଗଷ୍ଟ ମାସରେ ଓପିଏସସି କର୍ତ୍ତୃପକ୍ଷ ୭୯୬ଟି ଏଏସଓ ପଦବୀ ନିମନ୍ତେ ଲିଖିତ ପରୀକ୍ଷା କରିଥିଲେ । ଗତ ସୋମବାର ଏହାର ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ଓ ମୋଟ ୧୧୦୪ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କୁ ନଭେମ୍ବର ୧୪ରୁ ଡକ୍ୟୁମେଂଟ ଯାଂଚ ଓ ୨୭ରେ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ଦେବାକୁ ଓପିଏସସି ପକ୍ଷରୁ କୁହାଯାଇଛି । ମାତ୍ର ଏହି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ହଜାର ହଜାର ପରୀକ୍ଷାର୍ଥୀ ନିଜର ଅସନ୍ତୋଷ ବ୍ୟକ୍ତ କରି କେଉଁ ଆଧାରରେ ସେମାନଙ୍କୁ ବାଦ୍ ଦିଆଯାଇଛି ତାହା ଜାଣିବାକୁ ଦାବି କରିଛନ୍ତି । ଏଏସଓ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ସେମାନେ ଭୁବନେଶ୍ୱରରେ ଓପିଏସସି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଓପିଏସସି କର୍ତ୍ତୃପକ୍ଷଙ୍କୁ ମଧ୍ୟ ଭେଟି ତୁରନ୍ତ ଉତ୍ତର ସିଟ୍ ସାର୍ବଜନୀନ ପାଇଁ ଦାବି କରିଛନ୍ତି । ଏହାସହିତ କେତେ ପ୍ରତିଶତ କଟଅଫ୍ ମାର୍କ ରଖାଯାଇଛି ତାହା ମଧ୍ୟ ଜଣାଇବାକୁ କହିଛନ୍ତି।

ଆନ୍ଦୋଳନରତ ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁସାରେ, କିଛି ପରୀକ୍ଷାର୍ଥୀ ବିଲକୁଲ୍ ପରୀକ୍ଷା ନଦେଇ ମଧ୍ୟ ଲିଖିତ ପରୀକ୍ଷାରେ ପାସ୍ କରିଛନ୍ତି । ସମଗ୍ର ଦେଶରେ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ସବୁ ଅନଲାଇନ ମୋଡରେ ହେଉଥିବାବେଳେ ଓପିଏସସି କର୍ତ୍ତୃପକ୍ଷ କାହିଁକି ଅଫଲାଇନରେ ପରୀକ୍ଷା କରୁଛନ୍ତି । ତା’ଛଡ଼ା ପରୀକ୍ଷାରେ ଉପଯୋଗ ହେଉଥିବା ଓଏମଆର ସିଟକୁ ସାର୍ବଜନୀନ କରିବାରେ ଅସୁବିଧା କେଉଁଠି ରହିଛି । ଓପିଏସସି କର୍ତ୍ତୃପକ୍ଷ ପରୀକ୍ଷାକୁ ଅବଜେକ୍ଟିଭ୍ ଟାଇପ୍ ଓ ମଲଟପୁଲ ଚଏସ ଫର୍ମାଟରେ କରୁଥିବାବେଳେ ଏହାକୁ ଅନଲାଇନରେ କରିବା ଅବା ଏହାର ଉତ୍ତର ସିଟକୁ ସାର୍ବଜନୀନ କରିବାରେ ସମସ୍ୟା କେଉଁଠି ବୋଲି ଆନ୍ଦୋଳନରତ ପିଲାମାନେ ଦାବି କରିଛନ୍ତି । କେତେକ ପିଲା ଏଏସଓ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ଦାବି କରିଛନ୍ତି । ସେମାନେ ଏହି ଚାକିରି ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ଓପିଏସସିରେ ଦୁର୍ନୀତି ଯୋଗୁ ଭଲ ପ୍ରାର୍ଥୀମାନେ ଏଥିରୁ ବଂଚିତ ହୋଇଥିବା ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆ ଟ୍ୱିଟରରେ ଏନେଇ ଆଶାୟୀମାନେ ନିଜର କ୍ଷୋଭ ବ୍ୟକ୍ତ କରିବା ସହ ଓପିଏସସିଙ୍କ ପରୀକ୍ଷା ପରିଚାଳନାରେ ରହିଥିବା ତ୍ରୁଟିକୁ ଉଜାଗର କରିଛନ୍ତି।

ଅନ୍ୟପକ୍ଷରେ ଓପିଏସସି ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହୁଥିଲେ ମଧ୍ୟ ହଜାର ହଜାର କୋମଳମତି ପିଲାମାନଙ୍କ ସନ୍ଦେହ ଓ ଅଭିଯୋଗକୁ ଦୂର କରିବାକୁ ଆଗ୍ରହ ନଦେଖାଇବା ପରୋକ୍ଷରେ ସନ୍ଦେହ ବଢ଼ାଇଛି । କୃତକାର୍ଯ୍ୟ ହୋଇନଥିବା ପରୀକ୍ଷାର୍ଥୀମାନେ ଯେଉଁ ସବୁ ପ୍ରସଙ୍ଗରେ ଅଭିଯୋଗ ଆଣୁଛନ୍ତି, ତା’ଉପରେ ଓପିଏସସି କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ରଖି ଅବା କଟଅଫ୍ ମାର୍କ ଓ ଉତ୍ତର ସିଟକୁ ସାର୍ବଜନୀନ କରି ଓପିଏସସି ନିଜର ସ୍ୱଚ୍ଛତା ପ୍ରତିପାଦନ କରିବାରେ ଅସୁବିଧା କେଉଁଠି ? ତା’ଛଡ଼ା ଡିଜିଟାଲ ଯୁଗରେ ଓପିଏସସି କର୍ତ୍ତୃପକ୍ଷ ବିଭିନ୍ନ ପରୀକ୍ଷାକୁ ଅନଲାଇନ୍ ମୋଡରେ କରିବାକୁ କାହିଁକି ପଛଘୁଂଚା ଦେଉଛନ୍ତି, ତାହା ଏବେବି ରହସ୍ୟଘେରରେ । ପିଲାମାନଙ୍କ ଭବିଷ୍ୟତ ସହ ନଖେଳି ଓପିଏସସି କର୍ତ୍ତୃପକ୍ଷ ତୁରନ୍ତ ଏଏସଓ ପରୀକ୍ଷା ପରିଚାଳନା ସଂକ୍ରାନ୍ତ ଏକ ସ୍ପଷ୍ଟୀକରଣ ଜାରି କରିବାକୁ ସାଧାରଣରେ ଦାବି ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story