ପ୍ରଶ୍ନପତ୍ର ନଖୋଲି ବି ଏଏସଓ ଚାକିରି?

ଭୁବନେଶ୍ୱର(ଲକ୍ଷ୍ମୀନାରାୟଣ କାନୁନ୍‌ଗୋ): ପରୀକ୍ଷାରେ ପ୍ରଶ୍ନପତ୍ର ନଖୋଲି ବି ଏଏସଓ ଚାକିରି! ସିସିଟିଭି ଯାଞ୍ଚ କରିବାକୁ ଚ୍ୟାଲେଞ୍ଜ କଲେ ପରୀକ୍ଷାର୍ଥୀ। ଉତ୍ତରଖାତାରେ କେବଳ ଆଗୁଆ ଡାର୍କେନିଂ କରୁଥିଲେ ଛାତ୍ରୀ। ପ୍ରଶ୍ନପତ୍ର ମିଳିବା ପରେ ସିଲ ନଖୋଲି ବ୍ୟାଗରେ ରଖିଦେଉଥିଲେ! ସିସିଟିଭି ଯାଂଚ୍ ସଂପର୍କରେ ନିରବ ଓପିଏସସି। ତେଣୁ ଓପିଏସସିର ଏଏସଓ ପରୀକ୍ଷାରେ ବଡ଼ ଘୋଟାଲା ସନ୍ଦେହ। ଭୁବନେଶ୍ବରର ଜଣେ ଏଏସଓ ପରୀକ୍ଷାର୍ଥୀ ମୌସୁମୀ ବାଜପେୟୀଙ୍କ ଏଭଳି ଅଭିଯୋଗ ଶୁଣିଲା ପରେ ଆପଣ ବି ଚକିତ ହୋଇଯିବେ! ପରୀକ୍ଷା କେନ୍ଦ୍ର […]

aso

aso

Ordigital Desk
  • Published: Friday, 11 November 2022
  • Updated: 11 November 2022, 10:22 PM IST

Sports

Latest News

ଭୁବନେଶ୍ୱର(ଲକ୍ଷ୍ମୀନାରାୟଣ କାନୁନ୍‌ଗୋ): ପରୀକ୍ଷାରେ ପ୍ରଶ୍ନପତ୍ର ନଖୋଲି ବି ଏଏସଓ ଚାକିରି! ସିସିଟିଭି ଯାଞ୍ଚ କରିବାକୁ ଚ୍ୟାଲେଞ୍ଜ କଲେ ପରୀକ୍ଷାର୍ଥୀ। ଉତ୍ତରଖାତାରେ କେବଳ ଆଗୁଆ ଡାର୍କେନିଂ କରୁଥିଲେ ଛାତ୍ରୀ। ପ୍ରଶ୍ନପତ୍ର ମିଳିବା ପରେ ସିଲ ନଖୋଲି ବ୍ୟାଗରେ ରଖିଦେଉଥିଲେ! ସିସିଟିଭି ଯାଂଚ୍ ସଂପର୍କରେ ନିରବ ଓପିଏସସି। ତେଣୁ ଓପିଏସସିର ଏଏସଓ ପରୀକ୍ଷାରେ ବଡ଼ ଘୋଟାଲା ସନ୍ଦେହ।

ଭୁବନେଶ୍ବରର ଜଣେ ଏଏସଓ ପରୀକ୍ଷାର୍ଥୀ ମୌସୁମୀ ବାଜପେୟୀଙ୍କ ଏଭଳି ଅଭିଯୋଗ ଶୁଣିଲା ପରେ ଆପଣ ବି ଚକିତ ହୋଇଯିବେ! ପରୀକ୍ଷା କେନ୍ଦ୍ର ଥିଲା- ଝାରପଡ଼ାର ଅରବିନ୍ଦ ଇଣ୍ଟିଗ୍ରାଲ୍ ଏଜୁକେସନ୍ ସେଣ୍ଟର। ଅଭିଯୋଗକାରିଣୀ ମୌସୁମୀଙ୍କର ରୋଲ ନମ୍ବରର ଶେଷ ଦୁଇଟି ଅଙ୍କ ଥିଲା-୮୫। ଦୁଇ ଧାଡ଼ି ଆଗରେ ବସିଥିଲେ ଆଉ ଜଣେ ଝିଅ । ସେ ପ୍ରଶ୍ନପତ୍ର ଆସିବା ପୂର୍ବରୁ ଉତ୍ତରପତ୍ରରେ ଅବଜେକ୍ଟିଭ୍ ଉତ୍ତରଗୁଡ଼ିକୁ ଡୋର୍କେନିଂ କରି ଉଠିଯାଉଥିଲେ। ପ୍ରଶ୍ନପତ୍ରରୁ ସିଲ ଖୋଲୁନଥିଲେ। ହେଲେ ସେ ସଚିବାଳୟରେ ନିଯୁକ୍ତ ହେବାକୁ ଥିବା ଏଏସଓ ପଦ ପାଇଁ କ୍ବାଲିଫାଏ କରିଛନ୍ତି। ଓପିଏସସି ସିସିଟିଭି ଯାଂଚ୍ କରୁ। ଯଦି ତାଙ୍କ ଅଭିଯୋଗ ଠିକ ନଥାଏ ସେ ଆଉ ପରୀକ୍ଷା ଦେବେ ନାହିଁ ବୋଲି ଚ୍ୟାଲେଞ୍ଜ କରିଛନ୍ତି। କେବଳ ସେତିକି ନୁହେଁ, କେନ୍ଦ୍ରରେ କୌଣସି ପରୀକ୍ଷାର୍ଥୀଙ୍କର ଆଧାର କାର୍ଡ ମଧ୍ୟ ଯାଞ୍ଚ କରାଯାଉନଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି।

ତେବେ ଏହି ଅଭିଯୋଗକୁ ଗୁରୁବାର କଟକ ଓପିଏସସି ଅଫିସରେ ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ସିଧାସଳଖ ଶୁଣିବା ପରେ, ସିସିଟିଭି ଫୁଟେଜ୍ ଦେଖାଇ ହେବ ନାହିଁ, ସେମାନେ ଯାଂଚ୍ କରିବେ କହି ପିଲାଙ୍କୁ ଫେରାଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ମୌସୁମୀ ବାଜପେୟୀ।

ପରୀକ୍ଷା ପାଇଁ ବିଜ୍ଞାପନ ପ୍ରକାଶ ବେଳେ ଅଧିକାଂଶ ପରୀକ୍ଷାରେ ପ୍ରତି ବିଷୟରେ ସର୍ବନିମ୍ନ କ୍ବାଲିଫାଇଙ୍ଗ ମାର୍କ ବା ପାସ୍ ମାର୍କ ଜଣାଇ ଦିଆଯାଇଥାଏ। ତା’ ପରେ ଯୋଗ୍ୟତା ବା କଟ୍ ଅଫ୍ ମାର୍କ ନିର୍ଦ୍ଧାରଣ କରାଯାଇଥାଏ। ମାତ୍ର ଓପିଏସସି କର୍ତ୍ତୃପକ୍ଷ ବିଜ୍ଞାପନ ପ୍ରକାଶ ସମୟରେ ପ୍ରତି ବିଷୟର କ୍ବାଲିଫାଇଙ୍ଗ ମାର୍କ ବା ପାସ୍ ମାର୍କ ଜଣାଇ ଦୁର୍ନୀତି ପାଇଁ ବାଟ ଖୋଲି ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ଛାତ୍ର ନେତା ରଜତ ମିଶ୍ର। ତେବେ ସିସିଟିଭି ଯାଞ୍ଚ ପ୍ରସଙ୍ଗରେ ଓପିଏସସି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରନି।

ରାଜ୍ୟ ସଚିବାଳୟରେ ଖାଲିପଡ଼ିଥିବା ୭୯୬ ଏଏସଓ- ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦରେ ଚାକିରି ପାଇଁ ଅଗଷ୍ଟ ୨୭ ତାରିଖରେ ରାଜ୍ୟର ୪୩୩ କେନ୍ଦ୍ରରେ ପରୀକ୍ଷା କରିଥିଲା ଓପିଏସସି- ରାଜ୍ୟ ଲୋକସେବା ଆୟୋଗ। ପ୍ରାୟ ୧.୪୮ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ତିନିଟି ସିଟିଂରେ ୪୦୦ ମାର୍କର ଅବଜେକଟିଭ୍ ପରୀକ୍ଷା ଦେଇଥିଲେ। ଚୂଡ଼ାନ୍ତ ପରୀକ୍ଷା ଫଳ ବାହାରିବା ପୂର୍ବରୁ ଅନ୍ୟାନ୍ୟ କେତେକ ପରୀକ୍ଷା ଭଳି ‘ଆନସର କି’ ଓ ‘କଟଅଫ୍ ମାର୍କ’ ପ୍ରକାଶ କରାଯାଉନଥିବାରୁ ପରୀକ୍ଷାରେ ସ୍ବଚ୍ଛତା ନେଇ ଥିବା ସନ୍ଦେହ ଦୃଢ଼ୀଭୂତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story