ଭଲ ଅଛନ୍ତି ଜଗା-କାଳିଆ : ସବୁ ଠିକ୍ ରହିଲେ ଖୁବ୍‌ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ଅପରେସନ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍ସରେ ପ୍ରଥମ ପର୍ଯ୍ୟାୟ ଅପରେସନ୍ ପରେ ସାରା ଦେଶର ନଜର ଏବେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଉପରେ। ପ୍ରଥମ ଅପରେସନ୍ କେତେଦୂର ସଫଳ ହୋଇଛି ଓ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ କେବେ ହେବ? ଏହାକୁ ନେଇ ଅନେକ ଲୋକଙ୍କ ମନରେ ଅନେକ ପ୍ରଶ୍ନ। ଏହି ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ପୂର୍ବତନ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ତଥା ବର୍ତ୍ତମାନ ଦିଲ୍ଲୀ ଏମ୍ସର ନ୍ୟୁରୋସର୍ଜନ ବିଭାଗର ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ର। ଯିଏ ନିଜେ ପୁରା ପ୍ରକ୍ରିୟାରେ ପ୍ରମୁଖ ଭୂମିକା ନେଉଛନ୍ତି। ଡାକ୍ତର ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ପ୍ରଥମ ପର୍ଯ୍ୟାୟ ଅପରେସନରେ କୌଣସି ସମସ୍ୟା ଉପୁଜିନାହିଁ। ସେମାନଙ୍କାର ଯେମିତି ପ୍ରୋଗ୍ରେସ ହେବା କଥା ସେମିତି ଠିକ ହେଉଛି। ଯଦି ସବୁ ଠିକ୍&zwnj;ଠାକ୍&zwnj; ରହେ ତାହାହେଲେ ଦ୍ୱିତୀୟ ପର୍ଯ୍ୟୟରେ ୨୦ରୁ ୨୫ ଘଣ୍ଟା ଧରି ଅପରେସନ୍ କରାଯାଇ ଉଭୟ ଶିଶୁଙ୍କୁ ସଂପୂର୍ଣ୍ଣ ଅଲଗା କରାଯିବାକୁ ଚେଷ୍ଟା କରାଯିବ ବୋଲି ଡାକ୍ତର ମହାପାତ୍ର କହିଛନ୍ତି। ସଫଳତାର ସହ ଦୁହିଁଙ୍କୁ ଅଲଗା କରିବା ଏମ୍ସ ତଥା ଦେଶ ପାଇଁ ବଡ଼ ଚ୍ୟାଲେଞ୍ଜ। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଅପରେସନରେ ତାଙ୍କ ବ୍ୟତୀତ ଆଉ ଦୁଇଜଣ ଡାକ୍ତର ସାମିଲ ଥିଲେ। ଅପରେସନ ସମୟରେ ଦେଶ, ରାଜ୍ୟ ଓ ଏହି ପିଲାଙ୍କ ପାଇଁ ଚିନ୍ତା କରି ଏହି ଅପରେସନ କରାଯାଇଥିଲା ସେ କହିଛନ୍ତି ଏହା ଦେଶର ପ୍ରଥମ ଘଟଣା ହୋଇଥିବାରୁ ଅପରେସନ ସମୟରେ ଜଗନ୍ନାଥଙ୍କ ନିକଟରେ ପ୍ରାଥନା କରୁଥିଲୁ କି କେମିତି ସଫଳତା ମିଳୁ। ଅନ୍ୟପଟେ ଏନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି। ରାଜ୍ୟସରକାରଙ୍କ ପକ୍ଷରୁ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ସହାୟତା ରହିଛି। ରାଜ୍ୟସରକାର କୌଣସି ବିଳମ୍ବ ନ କରି ଏଥିପାଇଁ ୧ କୋଟି ଟଙ୍କା ପ୍ରଦାନ କରିଥିବା ସେ କହିଛନ୍ତି।</p>

Ordigital Desk
  • Published: Saturday, 02 September 2017
  • Updated: 02 September 2017, 07:26 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos