ଆସନ୍ତା ୧୪ ଯାଏଁ ଆନ୍ଦୋଳନରୁ ଓହରିଲା ଓମ୍‌ସା

ଭୁବନେଶ୍ୱର: ଆସନ୍ତା ସେପଟେମ୍ୱର ୧ରୁ ସମୂହ ଇସ୍ତଫାର ଧମକ ଦେଇଥିବା ଓଡ଼ିଶା ମେଡିକାଲ୍‌ ସର୍ଭିସ୍‌ ଆସୋସିଏସନ୍‌ (ଓମ୍‌ସା)ତାର ଆନ୍ଦୋଳନକୁ ସ୍ଥଗିତ ରଖିଛି। ଆସନ୍ତା ୧୪ ତାରିଖ ଯାଏଁ  ଆନ୍ଦୋଳନ ନିଷ୍ପତ୍ତିରୁ ଓମ୍‌ସା  ଓହରି ଯାଇଛି। ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସହିତ ଦାବି ପୂରଣ ନେଇ ଆଲୋଚନା ପରେ ଆନ୍ଦୋଳନ ନିଷ୍ପତ୍ତିରୁ ସାମୟିକ ଭାବେ ଓହରିଛି ସଂଘ। ଆସନ୍ତା ୧୪ ତାରିଖରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ପରବର୍ତ୍ତୀ ବୈଠକରେ […]

andolana

Rakesh Mallick
  • Published: Sunday, 28 August 2016
  • , Updated: 28 August 2016, 08:30 AM IST

ଭୁବନେଶ୍ୱର: ଆସନ୍ତା ସେପଟେମ୍ୱର ୧ରୁ ସମୂହ ଇସ୍ତଫାର ଧମକ ଦେଇଥିବା ଓଡ଼ିଶା ମେଡିକାଲ୍‌ ସର୍ଭିସ୍‌ ଆସୋସିଏସନ୍‌ (ଓମ୍‌ସା)ତାର ଆନ୍ଦୋଳନକୁ ସ୍ଥଗିତ ରଖିଛି। ଆସନ୍ତା ୧୪ ତାରିଖ ଯାଏଁ  ଆନ୍ଦୋଳନ ନିଷ୍ପତ୍ତିରୁ ଓମ୍‌ସା  ଓହରି ଯାଇଛି।

ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସହିତ ଦାବି ପୂରଣ ନେଇ ଆଲୋଚନା ପରେ ଆନ୍ଦୋଳନ ନିଷ୍ପତ୍ତିରୁ ସାମୟିକ ଭାବେ ଓହରିଛି ସଂଘ। ଆସନ୍ତା ୧୪ ତାରିଖରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ଓମ୍‌ସାର ଦାବି ସମ୍ପର୍କରେ ଆଲୋଚନା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଡାକ୍ତରମାନଙ୍କ ସୁରକ୍ଷା, ଡିଏସିପି ଲାଗୁ, କ୍ୟାଡର ରିଷ୍ଟ୍ରକଚର ଓ ଅବସର ବୟସ ସୀମା ୬୨ କରିବା ଆଦି ୧୧ଦଫା ଦାବି ସଂଘ କରିଥିଲା।

Related story