ଗାନ୍ଧୀ ମାର୍ଗରେ ଆଣ୍ଠେଇଲେ, କାନ ଧରିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଶାୟୀ ଶିକ୍ଷକ ରାଜଧାନୀ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ କାନଧରି ଆଣ୍ଠେଇଲେ। ଚାକିରି ପାଇଁ ନିବେଦନ କଲେ। ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଲେ। ଓଏସ୍‌ଏସ୍‌ଟିଇଟି କ୍ୱାଲିଫାଇଡ୍ ହିନ୍ଦୀ, ସଂସ୍କତ ଓ ପିଇଟି ଟ୍ରେନ୍‌ଡ୍‌ ଅନଏମ୍ପ୍ଲଏଡ୍‌ ଟିଚର୍ସ ଆସୋସିଏସନ୍ ପକ୍ଷରୁ ଆଜି ଏପରି ଅଭିନବ ପ୍ରତିବାଦ କରାଯାଇଛି। ଆନ୍ଦୋଳନକାରୀ ଆଶାୟୀଙ୍କ କହିବା କଥା, ୨୦୧୪ରୁ ୨୦୨୧  ମସିହା ମଧ୍ୟରେ ରାଜ୍ୟ ସରକାର ନିଯୁକ୍ତି ନେଇ କୌଣସି ବିଜ୍ଞାପନ ବାହାର କଲେନାହିଁ। ତାଲିମ ପ୍ରାପ୍ତ ହୋଇଥିଲେ ସୁଦ୍ଧା […]

Teacher

Teacher

Manoranjan Sial
  • Published: Friday, 06 August 2021
  • Updated: 06 August 2021, 04:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଶାୟୀ ଶିକ୍ଷକ ରାଜଧାନୀ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ କାନଧରି ଆଣ୍ଠେଇଲେ। ଚାକିରି ପାଇଁ ନିବେଦନ କଲେ। ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଲେ। ଓଏସ୍‌ଏସ୍‌ଟିଇଟି କ୍ୱାଲିଫାଇଡ୍ ହିନ୍ଦୀ, ସଂସ୍କତ ଓ ପିଇଟି ଟ୍ରେନ୍‌ଡ୍‌ ଅନଏମ୍ପ୍ଲଏଡ୍‌ ଟିଚର୍ସ ଆସୋସିଏସନ୍ ପକ୍ଷରୁ ଆଜି ଏପରି ଅଭିନବ ପ୍ରତିବାଦ କରାଯାଇଛି।

ଆନ୍ଦୋଳନକାରୀ ଆଶାୟୀଙ୍କ କହିବା କଥା, ୨୦୧୪ରୁ ୨୦୨୧  ମସିହା ମଧ୍ୟରେ ରାଜ୍ୟ ସରକାର ନିଯୁକ୍ତି ନେଇ କୌଣସି ବିଜ୍ଞାପନ ବାହାର କଲେନାହିଁ। ତାଲିମ ପ୍ରାପ୍ତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନିଯୁକ୍ତି ମିଳୁନାହିଁ। ରାଜ୍ୟ ସରକାରଙ୍କ ଏପରି ନୀତି ବିରୋଧରେ ଶିକ୍ଷିତ ବେକାର ଯୁବକ ଓ ଯୁବତୀମାନେ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ରେ ଏକତ୍ର ହୋଇଥିଲେ। ପରେ ବିଶାଳ ଶୋଭାଯାତ୍ରାରେ ଯାଇ ଗାନ୍ଧୀ ମାର୍ଗରେ ଆଣ୍ଠେଇ ପ୍ରତିବାଦ କରିଛନ୍ତି। ୫ ଦଫା ଦାବି ପୂରଣ ପାଇଁ ଦାବି କରିଛନ୍ତି।

ଦାବି ଗଡ଼ିକ ହେଲା- ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୭ ବର୍ଷରୁ ଖାଲି ପଡିଥିବା ହିନ୍ଦୀ, ସଂସ୍କତ ଓ କ୍ରୀଡା ଶିକ୍ଷକ ପଦବୀ ପୂରଣ ପାଇଁ ତୁରନ୍ତ ବିଜ୍ଞାପନ ବାହାର କରାଯାଉ, ସଂରକ୍ଷିତ ପଦବୀ ଗୁଡିକ ଖାଲି ପଡିଲେ ସେ ଗୁଡ଼ିକୁ ସବର୍ଣ୍ଣମାନଙ୍କ ଦ୍ୱାରା ପୂର୍ଣ୍ଣ କରାଯାଉ; ଅନ୍ୟ ପ୍ରତିଯୋଗିତା ପରୀକ୍ଷାର ପ୍ରଶ୍ନପତ୍ର ଭଳି ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ମାଧ୍ୟମରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଉ; ପରୀକ୍ଷାର ମୂଲ୍ୟାୟନ ଦୁଇଭାଗରେ ବିଭକ୍ତ ନକରି ସମ୍ପୂର୍ଣ୍ଣ ମାର୍କକୁ ନେଇ ପାସ୍‌ ମାର୍କ ନିର୍ଦ୍ଧାଣ କରାଯାଉ ପ୍ରମୁଖ ରହିଛି।

ଆନ୍ଦୋଳନରତ ଜଣେ ଛାତ୍ର କହିଛନ୍ତି-“ହାଇସ୍କୁଲରେ ଖାଲି ପଡ଼ିଥିବା ହିନ୍ଦୀ, ସଂସ୍କତ ଓ କ୍ରୀଡା ଶିକ୍ଷକ ନିଯୁକ୍ତି ନେଇ ଦୀର୍ଘ ୭ ବର୍ଷ ହେଲା ଆମେ ଦାବି କରି ଆସୁଛୁ। ହେଲେ ସରକାର ଆମ ଦାବି ଶୁଣୁ ନାହାନ୍ତି। ସରକାରଙ୍କ ସବୁ ମାନଦଣ୍ଡ ପୂରଣ କଲେ ମଧ୍ୟ ନିଯୁକ୍ତି ମିଳୁନାହିଁ। ଆମକୁ କେବଳ ଭଣ୍ଡାଇ ଦିଆଯାଉଛି। ନିଯୁକ୍ତି ନପାଇବାରୁ ବାଧ୍ୟ ହୋଇ ଏପରି ପନ୍ଥା ଆପଣାଇଲୁ।”

ଆଉ ଜଣେ ଆଶାୟୀ ଛାତ୍ରୀ କହିଛନ୍ତି-“ଆମେ ଏତେ ପାଢ଼ିଲା ପରେ ମଧ୍ୟ ଆଜି ଆଣ୍ଠେଇବାକୁ ପଡ଼ୁଛି। ଏହାର ଅର୍ଥ ଆମେ ପାଠ ପଢ଼ି ଭୁଲ୍‌ କରିଦେଇଛୁ। ବିଇଡି କରିବା ଭୁଲ୍‌ ଥିଲା। ଆମର ସେହି ଭୁଲ୍‌କୁ ଆଜି ପ୍ରାୟଶ୍ଚିତ କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story