୯ରୁ ଆମରଣ ଅନଶନ କରିବ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଯୁକ୍ତି ଦାବିରେ ରାଜଧାନୀ ଭୁବନେଶ୍ୱରରେ ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିବା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ କରିବ ଆମରଣ ଅନଶନ। ଅକ୍ଟୋବର ୯ ତାରିଖରୁ ସଂଘ ଆମରଣ ଅନଶନରେ ବସିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ସଂଘ ପକ୍ଷରୁ କୁହାଯାଇଛି, ୨୦୧୬ରୁ ଆଜି ଯାଏଁ ୫ ବର୍ଷ ହେଲା ପ୍ରାଥମିକ ସ୍କୁଲ୍‌ରେ ଶିକ୍ଷକ ମାନଙ୍କୁ ନିଯୁକ୍ତି ମିଳିନି। ପ୍ରାଥମିକ ଶିକ୍ଷାରେ ଅଧିକ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ହେଲେ ନିଯୁକ୍ତି […]

Protest

Protest

Jitendra Garnayak
  • Published: Saturday, 06 November 2021
  • Updated: 06 November 2021, 08:13 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଯୁକ୍ତି ଦାବିରେ ରାଜଧାନୀ ଭୁବନେଶ୍ୱରରେ ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିବା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ କରିବ ଆମରଣ ଅନଶନ। ଅକ୍ଟୋବର ୯ ତାରିଖରୁ ସଂଘ ଆମରଣ ଅନଶନରେ ବସିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।

ସଂଘ ପକ୍ଷରୁ କୁହାଯାଇଛି, ୨୦୧୬ରୁ ଆଜି ଯାଏଁ ୫ ବର୍ଷ ହେଲା ପ୍ରାଥମିକ ସ୍କୁଲ୍‌ରେ ଶିକ୍ଷକ ମାନଙ୍କୁ ନିଯୁକ୍ତି ମିଳିନି। ପ୍ରାଥମିକ ଶିକ୍ଷାରେ ଅଧିକ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ହେଲେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କରୁନାହାନ୍ତି ସରକାର। ଏହାର ପ୍ରତିବାଦରେ ଭୁବନେଶ୍ୱର ଲୋୟର ପିଏମ୍‌ଜି ଧାରଣାରେ ବସିଛନ୍ତି ସଂଘର ସଦସ୍ୟ।

ସଂଘର କାର୍ଯ୍ୟକାରୀ ସଭାପତି ମନୋଜ କୁମାର କର କହିଛନ୍ତି ଯେ ସରକାର ସେମାନଙ୍କ ଦାବି ନେଇ କିଛି ସ୍ପଷ୍ଟୋକ୍ତି ରଖି ନାହାନ୍ତି। ତେଣୁ ୯ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାର ହଜାର ହଜାର କନିଷ୍ଠ ଶିକ୍ଷକ ଆଶାୟୀ ଲୋୟର ପିଏମ୍‌ଜିକୁ ଆସି ଅନଶନରେ ଯୋଗ ଦେବେ।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗ ନେଇ ବିଭାଗୀୟ ମନ୍ତ୍ରୀଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

ସୂଚନାଯୋଗ୍ୟ, ରାଜ୍ୟରେ ୨୦ ହଜାରରୁ ଊର୍ଦ୍ଧ୍ୱ କନିଷ୍ଠ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ନେଇ ପୂର୍ବରୁ ସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା। ୨୦୧୬ ଡିସେମ୍ଭର ପରଠୁ ଆଉ ନିଯୁକ୍ତି ପ୍ରକାଶ ପାଇ ନଥିବା ବେଳେ ପ୍ରାୟ ୭୦ ହଜାରରୁ ଅଧିକ ଆଶାୟୀ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି। ଏହାସହ କନିଷ୍ଠ ଶିକ୍ଷକଙ୍କ ବୟସସୀମା ୩୨ରୁ ୪୨କୁ ବୃଦ୍ଧି କରିବାକୁ ବି ଦାବି କରିଛି ସଂଘ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos