‘ପଦର ଅପବ୍ୟବହାର କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ, ବରଖାସ୍ତ କରନ୍ତୁ ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଟୁରିଜିମ୍ ରୋଡ୍ ସୋ”ରେ ଯୋଗ ଦେବା ନିମନ୍ତେ ଗତ ଅକ୍ଟୋବର ୪ ତାରିଖରେ ସଂସ୍କୃତି ଓ  ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ହାଇଦ୍ରାବାଦ ଗସ୍ତ କରିଥିବା ଦୁଇ ମହିଳାଙ୍କୁ ନେଇ ଆଜି ବିଧାନସଭା ହୁଲସ୍ଥୁଲ ହୋଇଛି। ଫଳରେ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ ରହିଛି। ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ। ସରକାରୀ ଖର୍ଚ୍ଚରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ […]

assembly-1-1

Niharika Rout
  • Published: Thursday, 28 November 2019
  • , Updated: 28 November 2019, 02:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଟୁରିଜିମ୍ ରୋଡ୍ ସୋ”ରେ ଯୋଗ ଦେବା ନିମନ୍ତେ ଗତ ଅକ୍ଟୋବର ୪ ତାରିଖରେ ସଂସ୍କୃତି ଓ  ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ହାଇଦ୍ରାବାଦ ଗସ୍ତ କରିଥିବା ଦୁଇ ମହିଳାଙ୍କୁ ନେଇ ଆଜି ବିଧାନସଭା ହୁଲସ୍ଥୁଲ ହୋଇଛି। ଫଳରେ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ ରହିଛି।

ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ। ସରକାରୀ ଖର୍ଚ୍ଚରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ୨ ମହିଳାଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ ମନ୍ତ୍ରୀ । କେଉଁ ଅଧିକାରରେ ସରକାରୀ ଖର୍ଚ୍ଚରେ ୨ ମହିଳା ଅତିଥିଙ୍କୁ ନେଇ ବୁଲିବାକୁ ଯାଇଥିଲେ, ଏ ବିଷୟରେ ମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେ କହିଥିଲେ । ଅପରପକ୍ଷେ  ମନ୍ତ୍ରୀ ନିଜ ପଦର ଅପବ୍ୟବହାର କରିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରନ୍ତୁ ବୋଲି ଦାବି କରିଥିଲେ କଂଗ୍ରେସ୍ ବିଧାୟକ ସନ୍ତୋଷ ସିଂ ସାଲୁଜା।

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୪ ତାରିଖରେ ହାଇଦ୍ରାବାଦଠାରେ “ଟୁରିଜିମ୍ ରୋଡ୍ ସୋ”ରେ ଭାଗ ନେବା ପାଇଁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ନିଜର ବ୍ୟକ୍ତିଗତ ଅତିଥି ଭାବେ ଦୁଇଜଣ ମହିଳାଙ୍କୁ ନିଜ ସହ ବିମାନରେ ହାଇଦ୍ରାବାଦ ନେଇଥିଲେ। ସମ୍ପୃକ୍ତ ଦୁଇ ମହିଳାଙ୍କ ପାଇଁ ବିମାନ ଟିକେଟ୍ ଏବଂ ପଞ୍ଚ ତାରକା ହୋଟେଲ  ତାଜ୍ କ୍ରିଷ୍ଣାଠାରେ ରହଣି ନିମନ୍ତେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ଅଭିଯୋଗ ଆଣିଛି କଂଗ୍ରେସ।

Related story