ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ୨ ଲଳନା କିଏ: କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ସରକାରୀ ଖର୍ଚ୍ଚରେ ବିମାନରେ ହାଇଦ୍ରାବାଦ ଯାଇ ଫାଇଭ ଷ୍ଟାର ହୋଟେଲରେ ରହିଥିବା ଦୁଇ ମହିଳା କିଏ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏହାସହିତ ନିଜ ପଦବୀ ଓ କ୍ଷମତାର ଅପବ୍ୟବହାର କରିଥିବା ଯୋଗୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଅନ୍ୟପକ୍ଷରେ କଂଗ୍ରେସର ଏଭଳି ଅଭିଯୋଗ ଉପରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କିଛି ପ୍ରତିକ୍ରିୟା ଦେବାକୁ […]

Satya prakash Nayak

Satya prakash Nayak

Jitendra Garnayak
  • Published: Wednesday, 27 November 2019
  • Updated: 27 November 2019, 06:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ସରକାରୀ ଖର୍ଚ୍ଚରେ ବିମାନରେ ହାଇଦ୍ରାବାଦ ଯାଇ ଫାଇଭ ଷ୍ଟାର ହୋଟେଲରେ ରହିଥିବା ଦୁଇ ମହିଳା କିଏ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏହାସହିତ ନିଜ ପଦବୀ ଓ କ୍ଷମତାର ଅପବ୍ୟବହାର କରିଥିବା ଯୋଗୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଅନ୍ୟପକ୍ଷରେ କଂଗ୍ରେସର ଏଭଳି ଅଭିଯୋଗ ଉପରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ଗତ ଅକ୍ଟୋବର ୪ ତାରିଖରେ ହାଇଦ୍ରାବାଦ ଠାରେ “ଟୁରିଜିମ୍ ରୋଡ୍ ସୋ”ରେ ଭାଗ ନେବା ପାଇଁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ନିଜର ବ୍ୟକ୍ତିଗତ ଅତିଥି ଭାବେ ଦୁଇଜଣ ମହିଳାଙ୍କୁ ନିଜ ସହ ବିମାନରେ ହାଇଦ୍ରାବାଦ ନେବା ଏବଂ ହୋଟେଲ ତାଜ୍ କ୍ରିଷ୍ଣାଠାରେ ରହିବା ବନ୍ଦୋବସ୍ତ କରି ନିଜ ପଦବୀ ଓ କ୍ଷମତାର ଅପବ୍ୟବହାର କରିଛନ୍ତି। ସମ୍ପୃକ୍ତ ଦୁଇ ମହିଳାଙ୍କ ପାଇଁ ବିମାନ ଟିକେଟ୍ ଏବଂ ହୋଟେଲରେ ରହଣି ନିମନ୍ତେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ତେବେ ସଂପୃକ୍ତ ମହିଳାଙ୍କ କେଉଁ ଯୋଗ୍ୟତା ଓ ଅଭିଜ୍ଞତା ହାଇଦ୍ରାବାଦ ରୋଡ୍ ସୋରେ ଓଡ଼ିଶାବାସୀଙ୍କୁ ସହାୟତା କରିଛି ଓ ସେମାନଙ୍କୁ ସରକାରୀ ଖର୍ଚ୍ଚରେ ଆତିଥ୍ୟ ଦେବା କେତେଦୂର ସମୀଚୀନ? ହାଇଦ୍ରାବାଦଠାରେ ତାଜ୍ କ୍ରିଷ୍ଣା ହୋଟେଲରେ ମନ୍ତ୍ରୀ ଏବଂ ଦୁଇଜଣ ମହିଳାଙ୍କ ରହଣିର ହୋଟେଲ ଖର୍ଚ୍ଚ କିଏ ବହନ କରିଛି, ଓଟିଡିସି ନା ଅନ୍ୟ ସଂସ୍ଥା? ସଂପୃକ୍ତ ମହିଳା ଦୁଇଜଣଙ୍କୁ ନିଜ ସହ ଅତିଥି ଭାବରେ ହାଇଦ୍ରାବାଦ ନେବା ପାଇଁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କଠୁ ଅନୁମତି ନେଇଛନ୍ତି ନା ନାହିଁ? ଅନ୍ୟ ସଂସ୍ଥା ଠାରୁ ଅନୁଗ୍ରହ ଆଣିବାରେ ଓଟିଡିସିର ଭୂମିକାର ତଦନ୍ତ ହେଉ ବୋଲି ଶ୍ରୀ ନାୟକ ଦାବି କରିବା ସହ ଏ ଘଟଣାରେ କ’ଣ ସତ୍ୟାସତ୍ୟ ରହିଛି ମୁଖ୍ୟମନ୍ତ୍ରୀ ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ ଓ ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରନ୍ତୁ ବୋଲି କଂଗ୍ରେସ ଦାବି କରୁଛି। ଏହି ସାମ୍ବାଦିକ ସମ୍ମିଳନୀରେ ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି, ପ୍ରଶାନ୍ତ ଶତପଥୀ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story