ଚିତ୍ରକୋଣ୍ଡା ଏସ୍‌ଡିପିଓଙ୍କୁ ନେଇ ବିଧାନସଭା ହୁଲସ୍ତୁଲ, ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ଅଧରେ ଗାଁରେ ପଶି ନାବାଳିକା, ଗର୍ଭବତୀ ସମେତ ବହୁ ମହିଳାଙ୍କୁ ଚିତ୍ରକୋଣ୍ଡା ଏସ୍‌ଡିପିଓ  ଅଂଶୁମାନ ଦ୍ୱିବେଦୀ ମାଡ଼ ମାରିଥିବା ଅଭିଯୋଗ ହେବା ପରେ ଏହାକୁ ନେଇ ଆଜି  ହୁଲସ୍ତୁଲ ହୋଇଛି ବିଧାନସଭା । କୌଣସି ମହିଳା ପୁଲିସ୍‌ ନ ନେଇ ରାତି ଅଧରେ ଗାଁରେ ପଶି ମହିଳାଙ୍କ ଉପରେ ଅତ୍ୟାଚାର କରିବା ଓ ଦୁର୍ବ୍ୟବହାର କରିବା ଅଭିଯୋଗକୁ ନେଇ ତାତିଛନ୍ତି ବିରୋଧୀ । ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହେବାରୁ ଗୃହକୁ ଅପରାହ୍ନ […]

Odisha Assembly

Odisha Assembly

Niharika Rout
  • Published: Wednesday, 13 July 2022
  • Updated: 13 July 2022, 02:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ଅଧରେ ଗାଁରେ ପଶି ନାବାଳିକା, ଗର୍ଭବତୀ ସମେତ ବହୁ ମହିଳାଙ୍କୁ ଚିତ୍ରକୋଣ୍ଡା ଏସ୍‌ଡିପିଓ  ଅଂଶୁମାନ ଦ୍ୱିବେଦୀ ମାଡ଼ ମାରିଥିବା ଅଭିଯୋଗ ହେବା ପରେ ଏହାକୁ ନେଇ ଆଜି  ହୁଲସ୍ତୁଲ ହୋଇଛି ବିଧାନସଭା । କୌଣସି ମହିଳା ପୁଲିସ୍‌ ନ ନେଇ ରାତି ଅଧରେ ଗାଁରେ ପଶି ମହିଳାଙ୍କ ଉପରେ ଅତ୍ୟାଚାର କରିବା ଓ ଦୁର୍ବ୍ୟବହାର କରିବା ଅଭିଯୋଗକୁ ନେଇ ତାତିଛନ୍ତି ବିରୋଧୀ । ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହେବାରୁ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।

ଜୁନ୍ ୫ ତାରିଖ ରାତିରେ ଚିତ୍ରକୋଣ୍ଡା ଏସ୍‌ଡିପିଓ  ଅଂଶୁମାନ ଦ୍ୱିବେଦୀ କୌଣସି ମହିଳା ପୁଲିସଙ୍କୁ ନ ନେଇ ଗାଁ ଭିତରେ ପଶି ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏପରିକି ନାବାଳିକା, ଗର୍ଭବତୀ ବି ତାଙ୍କ ଅତ୍ୟାଚାରରୁ ବର୍ତ୍ତି ପାରି ନ ଥିବା କହିଛନ୍ତି  କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।  ଏହି ଘଟଣାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ  ସହ ସଂପୃକ୍ତ ଏସ୍‌ଡିପିଙ୍କୁ ନିଲମ୍ବନ କରିବା ଲାଗି ସେ ଗୃହରେ ଦାବି ଉପସ୍ଥାପନ କରିଛନ୍ତି  ।

କ୍ରାଇମବ୍ରାଞ୍ଚ ଦ୍ୱାରା ଏହି ଘଟଣାର ତଦନ୍ତ କରାଇବାକୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି  । ସେହିପରି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହାର ତଦନ୍ତ ଗୃହ କମିଟି ଓ ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଛନ୍ତି।  ସେପଟେ ଏହି ପ୍ରସଙ୍ଗକୁ ସମର୍ଥନ ଜଣାଇ ତଦନ୍ତ କମିଟି ଗଠନ ପାଇଁ ଦାବି କରିଛି ବିଜେପି  ।

ଏହାସହ ବାଚସ୍ପତିଙ୍କ ରୁଲିଂ ଦାବି କରି କଂଗ୍ରେସ ଓ ବିଜେପି ବିଧାୟକ ଗୃହରେ ହଟ୍ଟଗୋଳ କରିବା ସହ ନାରାବାଜି କରିଛନ୍ତି । ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos