ବିଧାନସଭା ମୁଲତବୀ, ସତର୍କ କରୁଛନ୍ତି ନା ଭୟ ଦେଖାଉଛନ୍ତି ସରକାର: ବିରୋଧୀ ଦଳ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସକୁ ରାଜ୍ୟ ସରକାର ଆଜି ‘ରାଜ୍ୟ ବିପର୍ଯ୍ୟୟ’ ଭାବେ ଘୋଷଣା କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ସ୍ୱାଗତ କରିଥିବାବେଳେ ବିଧାନସଭାକୁ ମାର୍ଚ୍ଚ ୨୯ତାରିଖ ପର୍ଯ୍ୟନ୍ତ ମୁଲତବୀ କରାଯିବାକୁ ଦୃଢ଼ ନିନ୍ଦା କରିଛନ୍ତି। କରେନା ଭାଇରସ ପାଇଁ ବିଧାନସଭା ଅଧିବେଶନକୁ ବନ୍ଦ କରାଯିବାର କ’ଣ କାରଣ ରହିଛି ଓ ଏହା ଦ୍ୱାରା ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ଅଧିକ ଭୟଭୀତ କରାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟରେ ଜଣେ […]

pradipta-1-1

pradipta-1-1

Manoranjan Sial
  • Published: Friday, 13 March 2020
  • Updated: 13 March 2020, 07:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସକୁ ରାଜ୍ୟ ସରକାର ଆଜି ‘ରାଜ୍ୟ ବିପର୍ଯ୍ୟୟ’ ଭାବେ ଘୋଷଣା କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ସ୍ୱାଗତ କରିଥିବାବେଳେ ବିଧାନସଭାକୁ ମାର୍ଚ୍ଚ ୨୯ତାରିଖ ପର୍ଯ୍ୟନ୍ତ ମୁଲତବୀ କରାଯିବାକୁ ଦୃଢ଼ ନିନ୍ଦା କରିଛନ୍ତି। କରେନା ଭାଇରସ ପାଇଁ ବିଧାନସଭା ଅଧିବେଶନକୁ ବନ୍ଦ କରାଯିବାର କ’ଣ କାରଣ ରହିଛି ଓ ଏହା ଦ୍ୱାରା ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ଅଧିକ ଭୟଭୀତ କରାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟରେ ଜଣେ ହେଲେବି କରୋନା ପଜେଟିଭ୍ ରୋଗୀ ଚିହ୍ନଟ ହୋଇନଥିବା ଓ ଓଡ଼ିଶାରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବାବେଳେ ବିଧାନସଭା ଅଧିବେଶନକୁ ବନ୍ଦ କରି ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ଅଧିକ ଭୟଭୀତ କରାଇବାକୁ ଉଦ୍ୟମ କରିଛନ୍ତି ବୋଲି ସେ କହିଛନ୍ତି।

ଗଣମାଧ୍ୟମକୁ ଏକ ପ୍ରେସ୍ ରିଲିଜ୍ ଜାରି କରି ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଛନ୍ତି ଯେ, ଏବେ ସଂସଦ ଅଧିବେଶନ ଚାଲିବା ସହିତ ଅଧିକାଂଶ ରାଜ୍ୟରେ ବିଧାନସଭାର ବଜେଟ୍ ଅଧିବେଶନ ଚାଲିଛି। ସେହି ରାଜ୍ୟଗୁଡ଼ିକ ମଧ୍ୟରେ ତେଲେଙ୍ଗାନା, ଆସାମ, ରାଜସ୍ଥାନ, ପଞ୍ଜାବ, ବିହାର, କର୍ଣ୍ଣାଟକ ଓ ଛତିଶଗଡ଼ ଆଦି ରାଜ୍ୟ ରହିଛି। କେଉଁଠି ବି କରୋନା ପରିସ୍ଥିତି ଯୋଗୁ ବଜେଟ୍ ଅଧିବେଶନକୁ ଅଧାରୁ ବନ୍ଦ କରାଯାଇଥିବାର ଖବର ନାହିଁ। ଓଡ଼ିଶାରେ କ’ଣ କରୋନା ସ୍ଥିତି କେରଳ, କର୍ଣ୍ଣାଟକ ଓ ଦିଲ୍ଲୀ ତୁଳନାରେ ସାଂଘାତିକ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ରାଜ୍ୟ ସରକାର ବିଧାନସଭା ଅଧିବେଶନକୁ ଅଧାରୁ ବନ୍ଦ ବା ସ୍ଥଗିତ କରିବାର ପାଶ୍ୱର୍ ପ୍ରତିକ୍ରିୟା ଭୟାବହ ହେବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏଥିପାଇଁ ଲୋକସେବା ଭବନକୁ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ କରିବାକୁ ପଡ଼ିବ। ସବୁଠୁ ଅସୁରକ୍ଷିତ ସ୍ଥାନ ଯଥା-ବସଷ୍ଟାଣ୍ଡ, ରେଳ ଷ୍ଟେସନ, ବିମାନ ବନ୍ଦରଗୁଡ଼ିକୁ କ’ଣ ସରକାର ବନ୍ଦ କରିବେ କି? ଗତକାଲି ପର୍ଯ୍ୟନ୍ତ କୌଣସି ସ୍କୁଲ, କଲେଜ, ସିନେମା ହଲ୍ ଓ ସପିଂ ମଲ୍ ବନ୍ଦ କରାଯାଇ ନାହିଁ। ଅଧିକାଂଶ ଶିଳ୍ପରେ ତାଲା ଝୁଲିବ, ଲକ୍ଷଲକ୍ଷ ଶ୍ରମିକଙ୍କ ଅବସ୍ଥା ସାଂଘାତିକ ହେବ। ଦିନମଜୁରିଆମାନେ ସବୁଠୁ ଅଧିକ କ୍ଷତି ସହିବେ। ସେମାନଙ୍କୁ ସରକାର ଜୀବିକା ଯୋଗାଇ ଦେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ବିଧାନସଭା ଅଧିବେଶନର ଅବଧି ଆଉ ୨୭ଦିନ ବାକି ଥିବାବେଳେ କରୋନା ଆଳରେ ମାର୍ଚ୍ଚ ୨୯ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇ ଦେବାକୁ ଚାହିଁଛନ୍ତି। ୟସବ୍ୟାଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଟଙ୍କା ଓ ଖଣି ନିଲାମ ଜନିତ ମହାଦୁର୍ନୀତି ତଥ୍ୟ ଉନ୍ମେଚିତ ହେବାର ଆଶଙ୍କା ଥିବାରୁ ବିଧାନସଭାକୁ ମୁଲତବୀ କରିବାର ଷଡ଼ଯନ୍ତ୍ର ରାଜ୍ୟ ସରକାର ରଚିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos