ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ, କ’ଣ ହେବ ପ୍ରଥମ ଦିନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେଉଛି। ବିଭିନ୍ନ ପ୍ରସଙ୍ଗରେ ବିଧାନସଭାର ଏହି ଅଧିବେଶନ ବେଶ୍ ଉଷ୍ମ ହେବ ବୋଲି ଆକଳନ କରାଯାଉଥିବାବେଳେ ପ୍ରଥମଦିନରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ସହ ୨୦୧୯-୨୦ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ମଧ୍ୟ ଆଗତ ହେବାର କାର୍ଯ୍ୟକ୍ରମ ରହିଛି। ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଧିବେଶନର ପ୍ରଥମଦିନରେ ଗୃହରେ ୩ଜଣ ପୂର୍ବତନ ବିଧାୟକ ଓ ଜଣେ ଶହୀଦ ପୁଲିସ ଯବାନଙ୍କ ସମ୍ମାନରେ ଗୃହରେ […]

assembly

Manoranjan Sial
  • Published: Tuesday, 12 November 2019
  • , Updated: 12 November 2019, 04:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେଉଛି। ବିଭିନ୍ନ ପ୍ରସଙ୍ଗରେ ବିଧାନସଭାର ଏହି ଅଧିବେଶନ ବେଶ୍ ଉଷ୍ମ ହେବ ବୋଲି ଆକଳନ କରାଯାଉଥିବାବେଳେ ପ୍ରଥମଦିନରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ସହ ୨୦୧୯-୨୦ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ମଧ୍ୟ ଆଗତ ହେବାର କାର୍ଯ୍ୟକ୍ରମ ରହିଛି।

ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଧିବେଶନର ପ୍ରଥମଦିନରେ ଗୃହରେ ୩ଜଣ ପୂର୍ବତନ ବିଧାୟକ ଓ ଜଣେ ଶହୀଦ ପୁଲିସ ଯବାନଙ୍କ ସମ୍ମାନରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହେବା ସହ ଏହା ଉପରେ ଆଲୋଚନା ହେବ। ପୂର୍ବତନ ବିଧାୟକ ସହୁରା ମଲ୍ଲିକ, ଉଦିତ୍ ପ୍ରତାପ ଦେଓ ଓ ବୃନ୍ଦାବନ ପାତ୍ରଙ୍କ ସମେତ ଓଡ଼ିଶା ପୁଲିସର ସଶସ୍ତ୍ର ଯବାନ ଜୟରାମ କବାସିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆସିବ।

ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ମସିହାରେ ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତାକାଲି ପୂର୍ବାହ୍ନରେ ଉଭୟ ବିଜେଡି ଓ ବିଜେପିର ବିଧାୟକ ଦଳ ବୈଠକ ମଧ୍ୟ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

Related story