ଆସନ୍ତାକାଲିଠୁ ବିଧାନସଭା, ଆସିବ ୬ ବିଲ୍ : ଆରମ୍ଭରୁ ସରଗରମ କରିବ ‘କୋଟିଆ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଦୁଇଟି ପର୍ଯ୍ୟାୟରେ ବିଧାନସଭାର ୩୧ଦିନିଆ ବଜେଟ୍ ଅଧିବେଶନ ଆରମ୍ଭ ହେବ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନରେ ପ୍ରଥମଦିନରୁ ହିଁ ‘କୋଟିଆ’ ସୀମା ବିବାଦକୁ ନେଇ ଗୃହ ସରଗରମ ହେବାର ସମ୍ଭାବନା ରହିଛି। ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଅଧିବେଶନର ପ୍ରଥମ ଦିନରୁ ହିଁ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି କରିଥିବାବେଳେ ଶାସକ ବିଜେଡି ମଧ୍ୟ ଆଜି ବିଧାୟକ ଦଳ ବୈଠକରେ ନିଜର ରଣନୀତି ଚୂଡ଼ାନ୍ତ […]

Odisha assembely

Odisha assembely

Ordigital Desk
  • Published: Wednesday, 17 February 2021
  • Updated: 17 February 2021, 11:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଦୁଇଟି ପର୍ଯ୍ୟାୟରେ ବିଧାନସଭାର ୩୧ଦିନିଆ ବଜେଟ୍ ଅଧିବେଶନ ଆରମ୍ଭ ହେବ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନରେ ପ୍ରଥମଦିନରୁ ହିଁ ‘କୋଟିଆ’ ସୀମା ବିବାଦକୁ ନେଇ ଗୃହ ସରଗରମ ହେବାର ସମ୍ଭାବନା ରହିଛି। ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଅଧିବେଶନର ପ୍ରଥମ ଦିନରୁ ହିଁ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି କରିଥିବାବେଳେ ଶାସକ ବିଜେଡି ମଧ୍ୟ ଆଜି ବିଧାୟକ ଦଳ ବୈଠକରେ ନିଜର ରଣନୀତି ଚୂଡ଼ାନ୍ତ କରିଛି। ବିଜେଡି ଦ୍ୱାରା ଜାତୀୟ ଐତିହ୍ୟ ପ୍ରାଧିକରଣ ବାଇ-ଲ’ ଓ କେନ୍ଦ୍ରୀୟ ଅବହେଳାକୁ ବିଧାନସଭାରେ ମୁଖ୍ୟ ପ୍ରସଙ୍ଗ କରାଯିବ। ବଜେଟ ଅଧିବେଶନରେ ସରକାର ୬ଟି ବିଲ୍ ଆଗତ କରିବେ ବୋଲି ଜଣାପଡ଼ିଛି।

ଆଜି ବିଜେଡି ସଂସଦୀୟ ଦଳ ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ବିରୋଧୀ ଦଳ ରାଜ୍ୟର ସ୍ୱାର୍ଥ ସମ୍ବଳିତ ଯେଉଁ ପ୍ରସଙ୍ଗ ଉଠାଇବ ତାହା ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଗୃହରେ ଦଳର ସମସ୍ତ ବିଧାୟକଙ୍କୁ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ବିଜେଡି ଉଠାଇବ। କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ରାଜ୍ୟକୁ ୬୦ହଜାର କୋଟି ଟଙ୍କା ନମିଳିବା, କୋଇଲା ରୟାଲିଟି, ବକେୟା ଜିଏସଟି ଅର୍ଥ ପ୍ରଦାନରେ ବିଳମ୍ବ, ସ୍ୱାମୀନାଥନ କମିଟି ରିପୋର୍ଟକୁ କାର୍ଯ୍ୟକାରୀ ନକରାଯିବା, ରେଳବାଇ ଓ କେନ୍ଦ୍ରୀୟ ଅନୁଦାନ ଦେବାରେ ଅବହେଳା ଆଦିକୁ ବିଜେଡି ପ୍ରସଙ୍ଗ କରିବ।

ବଜେଟ୍ ଅଧିବେଶନରେ ମୋଟ ୬ଟି ବିଲ୍ ଆସିବ। ବିଧାନସଭା ଅଧିବେଶନରେ ଅନୁମୋଦନ ପାଇଁ ଯେଉଁ ସବୁ ବିଲ୍ ଆସିବ ତାହା ହେଲା ଓଡ଼ିଶା ମାରିଟାଇମ୍ ବୋର୍ଡ ବିଲ୍ ,ସୋସାଇଟି ରେଜିଷ୍ଟ୍ରେସନ (ଓଡ଼ିଶା ସଂଶୋଧନ) ବିଲ-୨୦୨୦, ଓଡ଼ିଶା ପବ୍ଲିକ ଲାଇବ୍ରେରୀ(ସଂଶୋଧନ) ବିଲ-୨୦୨୦, ଓଡ଼ିଶା ବ୍ୟୟମଞ୍ଜୁରୀ ଆଇନ(ଉଚ୍ଛେଦ) ବିଲ-୨୦୨୦, ଓଡ଼ିଆ ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ-୨୦୨୦, ଓଡ଼ିଶା ଏଗ୍ରିକଲଚରାଲ ପ୍ରଡ୍ୟୁସ ଆଣ୍ଡ ଲାଇଭଷ୍ଟକ ମାର୍କେଟିଂ(ପ୍ରମୋସନ ଆଣ୍ଡ ଫେସିଲେସନ) ବିଲ-୨୦୨୦ ଆସିବ।

ଅନ୍ୟପକ୍ଷରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, କୋଟିଆରେ ଆନ୍ଧ୍ର ସରକାରଙ୍କ ଜବରଦଖଲ ରାଜନୀତି ସମେତ ଚାଷୀ ପ୍ରସଙ୍ଗ ଓ ବେକାରୀ ସମସ୍ୟା ନେଇ ବୈଠକରେ ଆଲୋଚନା ହୋଇଛି ।ଆସନ୍ତାକାଲି ରାଜ୍ୟ କଂଗ୍ରେସ ପ୍ରଭାରୀ ଏ ଚେଲାକୁମାର ଓଡ଼ିଶା ଆସିବେ। ତାଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ବିଧାୟକ ଦଳ ବୈଠକ ବସିବ। ତେବେ କେଉଁ କେଉର୍ ପ୍ରସଙ୍ଗରେ ସରକାରଙ୍କୁ ବିଧାନସଭାରେ କଂଗ୍ରେସ ଘେରିବ ତାହା ବିଧାୟକ ଦଳର ବୈଠକ ପରେ ଚୂଡ଼ାନ୍ତ ହେବ ବୋଲି ଶ୍ରୀ ବାହିନୀପତି କହିଛନ୍ତି।

ସୂଚନାଯୋଗ୍ୟ, ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତାକାଲିଠୁ ଦୁଇଟି ପର୍ଯ୍ୟାୟରେ ୩୧ଦିନ ପାଇଁ ବସିବ। ଅଧିବେଶନର ପ୍ରଥମାର୍ଦ୍ଧ ସାଢ଼େ ୧୦ଟାରୁ ସାଢ଼େ ୧ଟା ଓ ଦ୍ୱିତୀୟାର୍ଦ୍ଧ ୪ଟାରୁ ୬ଟା ପର୍ଯ୍ୟନ୍ତ ହେବ। ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଫେବୃୟାରୀ ୨୨ତାରିଖ ସୋମବାର ଉପସ୍ଥାପନ ହେବ। ମାର୍ଚ୍ଚ ୩୧ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos