ଏଟି ଠକେଇ: ଦୋଷ ସ୍ୱୀକାର ପାଇଁ ସିବିଆଇ କୋର୍ଟରେ ପ୍ରଦୀପଙ୍କ ଆବେଦନ

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ(ଏଟି) ଠକେଇ ମାମଲାରେ ମୁଖ୍ୟ ପ୍ରଦୀପ ସେଠୀ ଦୋଷ ସ୍ୱୀକାର ନେଇ ଏକ ପିଟିସନ୍‌ ସିବିଆଇ କୋର୍ଟରେ ଦାଖଲ କରିଛନ୍ତି। ସିବିଆଇ କରିଥିବା ମାମଲାରେ ନିଜ ଦୋଷ ସ୍ୱୀକାର କରି ଝାଡ଼ପଡ଼ା ଜେଲରଙ୍କ ଜରିଆରେ ପ୍ରଦୀପ କୋର୍ଟରେ ଆବେଦନ କରିଛନ୍ତି। ଡିସେମ୍ୱର ଗତ ୨୧ ତାରିଖରେ ଏହି ପିଟିସନ୍‌ ଦାଖଲ କରାଯାଇଥିବା ସିବିଆଇ କୋର୍ଟ ସ୍ପଷ୍ଟ କରିଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨ ତାରିଖରେ  ହୋଇପାରେ। ପୂର୍ବରୁ କମିଶନରେଟ୍‌ ପୋଲିସ୍‌ ଦ୍ୱାରା […]

chit_fund-1

Rakesh Mallick
  • Published: Wednesday, 28 December 2016
  • , Updated: 28 December 2016, 08:47 PM IST

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ(ଏଟି) ଠକେଇ ମାମଲାରେ ମୁଖ୍ୟ ପ୍ରଦୀପ ସେଠୀ ଦୋଷ ସ୍ୱୀକାର ନେଇ ଏକ ପିଟିସନ୍‌ ସିବିଆଇ କୋର୍ଟରେ ଦାଖଲ କରିଛନ୍ତି। ସିବିଆଇ କରିଥିବା ମାମଲାରେ ନିଜ ଦୋଷ ସ୍ୱୀକାର କରି ଝାଡ଼ପଡ଼ା ଜେଲରଙ୍କ ଜରିଆରେ ପ୍ରଦୀପ କୋର୍ଟରେ ଆବେଦନ କରିଛନ୍ତି। ଡିସେମ୍ୱର ଗତ ୨୧ ତାରିଖରେ ଏହି ପିଟିସନ୍‌ ଦାଖଲ କରାଯାଇଥିବା ସିବିଆଇ କୋର୍ଟ ସ୍ପଷ୍ଟ କରିଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨ ତାରିଖରେ  ହୋଇପାରେ।

ପୂର୍ବରୁ କମିଶନରେଟ୍‌ ପୋଲିସ୍‌ ଦ୍ୱାରା ଏଟି ବିରୋଧରେ ହୋଇଥିବା ଆଉ ଏକ ଚିଟ୍‌ଫଣ୍ଡ ଠକେଇ ମାମଲାରେ ପ୍ରଦୀପ ଅନୁରୂପ ଭାବେ ପିଟିସନ୍‌ ଦାଖଲ କରିଥିବା ବେଳେ ତାହା ଅଗ୍ରାହ୍ୟ ହୋଇଯାଇଥିଲା।

Related story