ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁ ଆଶ୍ୱସ୍ତ, ଇସ୍ତଫାପତ୍ର ଗୃହୀତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୂଦାନ ମୁର୍ମୁ ଜଣେ ଡାକ୍ତର। ସେ ମୟୂରଭଞ୍ଜ ଜିଲ୍ଲା ଭାଲୁକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାକିରି କରୁଥିଲେ। ସାଧାରଣ ନିର୍ବାଚନ ଲଢ଼ିବା ପାଇଁ ସେ ୬ ମାସ ତଳୁ ତାଙ୍କ ଇସ୍ତଫାପତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦେଇଥିଲେ। ହେଲେ ଗତକାଲି ପର୍ଯ୍ୟନ୍ତ ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟ […]

drbhudan

Jitendra Garnayak
  • Published: Thursday, 04 April 2019
  • , Updated: 04 April 2019, 01:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଭୂଦାନ ମୁର୍ମୁ ଜଣେ ଡାକ୍ତର। ସେ ମୟୂରଭଞ୍ଜ ଜିଲ୍ଲା ଭାଲୁକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାକିରି କରୁଥିଲେ। ସାଧାରଣ ନିର୍ବାଚନ ଲଢ଼ିବା ପାଇଁ ସେ ୬ ମାସ ତଳୁ ତାଙ୍କ ଇସ୍ତଫାପତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦେଇଥିଲେ। ହେଲେ ଗତକାଲି ପର୍ଯ୍ୟନ୍ତ ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟ ସରକାର ଗ୍ରହଣ କରି ନଥିଲେ। ଏଥିପାଇଁ ଡାକ୍ତର ଭୂଦାନ ମୁର୍ମୁ ଭାରି ବ୍ୟସ୍ତ ହୋଇପଡ଼ିଥିଲେ। କାରଣ ବିଜେପି ତାଙ୍କୁ ମୟୂରଭଞ୍ଜର ସାରସକଣା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ଓ ଏଥିପାଇଁ ଆସନ୍ତ ୯ ତାରିଖ ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ।

ଇସ୍ତଫାପତ୍ର ଗୃହୀତ ହେଉ ନଥିବା ଯୋଗୁ ଗତକାଲି ଭୂଦାନଙ୍କ ସହିତ ବିଜେପିର ଏକ ପ୍ରତିନିଧି ଦଳ ନବୀନ ନିବାସ ଯାଇଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କ ନିକଟରେ ଏ ବିଷୟରେ ଫେରାଦ ହେବା ସହିତ ଦିନ ତମାମ ଧାରଣା ଦେଇଥିଲେ। ଆଜି ମଧ୍ୟ ଡାକ୍ତର ଭୂଦାନ ମୁର୍ମୁ ଓ ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟି ଏ ସଂପର୍କରେ ଅବଗତ କରାଇଥିଲେ।

ଇସ୍ତଫାପତ୍ର ଗୃହୀତ ହେବା ପରେ ଭୂଦାନ କହିଛନ୍ତି ଯେ ଡାକ୍ତରୀ ପେଶାରେ ସେ କେବଳ ରୋଗୀମାନଙ୍କ ସେବା କରି ପାରୁଥିଲେ। ରାଜନୀତିକୁ ଆସିବା ପରେ ସମାଜର ସାମୂହିକ ସେବା କରିବାକୁ ସୁଯୋଗ ପାଇବେ।

ସୂଚନାଯୋଗ୍ୟ, ସାରସକଣା ଆସନରେ ବିଜେଡି ଅମର ସିଂ ଟୁଡୁଙ୍କୁ ପ୍ରାର୍ଥୀ କରିଛି।

Related story