ଆଠଗଡ଼ରେ ପୁଣି ହିଂସା, ଜଣେ ବିଜେଡି କର୍ମୀ ଆହତ

ଆଠଗଡ଼: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆଜି ପୁଣି ଆଠଗଡ଼ରେ ନିର୍ବାଚନୀ ହିଂସା ଦେଖାଦେଇଛି। ସୁବାସ ଭୋଇ ନାମକ ଜଣେ ବିଜେଡି କର୍ମୀ ଆଠଗଡ଼ ଯାଉଥିବା ବେଳେ ଦୋରଡ଼ ପଞ୍ଚାୟତ ଅଫିସ୍‌ ଆଗରେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି। ଏହାସହ ଫାଙ୍କା ଗୁଳି ଚାଳନା ମଧ୍ୟ କରାଯାଇଥିଲା। ସୁବାସଙ୍କୁ ଆଠଗଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତକାଲି କୁମାରପୁର-ଶଶାଙ୍କ ରାସ୍ତାରେ ବିଧାୟକ ରଣେନ୍ଦ୍ର ସ୍ୱାଇଁଙ୍କ ପ୍ରଚାର ବେଳେ […]

patakura

Rakesh Mallick
  • Published: Thursday, 16 February 2017
  • , Updated: 16 February 2017, 12:37 PM IST

ଆଠଗଡ଼: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆଜି ପୁଣି ଆଠଗଡ଼ରେ ନିର୍ବାଚନୀ ହିଂସା ଦେଖାଦେଇଛି। ସୁବାସ ଭୋଇ ନାମକ ଜଣେ ବିଜେଡି କର୍ମୀ ଆଠଗଡ଼ ଯାଉଥିବା ବେଳେ ଦୋରଡ଼ ପଞ୍ଚାୟତ ଅଫିସ୍‌ ଆଗରେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି। ଏହାସହ ଫାଙ୍କା ଗୁଳି ଚାଳନା ମଧ୍ୟ କରାଯାଇଥିଲା।

ସୁବାସଙ୍କୁ ଆଠଗଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗତକାଲି କୁମାରପୁର-ଶଶାଙ୍କ ରାସ୍ତାରେ ବିଧାୟକ ରଣେନ୍ଦ୍ର ସ୍ୱାଇଁଙ୍କ ପ୍ରଚାର ବେଳେ ବିଜେଡିର ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ଦୁଇଟି ବାଇକ୍‌ ପୋଡ଼ି ଦିଆଯାଇଥିବା ବେଳେ ଅନ୍ୟ ୨ଟି ବାଇକ୍‌ ଓ ଗୋଟିଏ ସାଇକେଲ ଭାଙ୍ଗା ଯାଇଥିବା ଗୁରୁଡିଝାଟିଆ ଥାନାରେ ଅଭିଯୋଗ ହୋଇଥିଲା।

Related story