୫୫ ନମ୍ବର ରାଜପଥରେ ହାତୀ ଆତଙ୍କ

ଆଠଗଡ଼: ବଳୀ ସୁନିଆଁ ମୁହଁ ନିକଟ ୫୫ ନମ୍ବର ଜାତୀୟ ରାଜପଥରରେ ୨୦ରୁ ଅଧିକ ହାତୀ ଥିବା ଏକ ଦଳ ଆତଙ୍କ ମଚାଇବାରୁ କିଛି ସମୟ ପାଇଁ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା। ହାତୀପଲ ରାସ୍ତା ଅତିକ୍ରମ କରୁଥିବା ବେଳେ ରାଜପଥରେ ଅଟକି ଯାଇଥିଲେ। ଫଳରେ ରାଜପଥର ଦୁଇ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘଡଡ଼ାଇବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା। […]

hati

Rakesh Mallick
  • Published: Thursday, 22 December 2016
  • , Updated: 22 December 2016, 06:31 PM IST

ଆଠଗଡ଼: ବଳୀ ସୁନିଆଁ ମୁହଁ ନିକଟ ୫୫ ନମ୍ବର ଜାତୀୟ ରାଜପଥରରେ ୨୦ରୁ ଅଧିକ ହାତୀ ଥିବା ଏକ ଦଳ ଆତଙ୍କ ମଚାଇବାରୁ କିଛି ସମୟ ପାଇଁ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା। ହାତୀପଲ ରାସ୍ତା ଅତିକ୍ରମ କରୁଥିବା ବେଳେ ରାଜପଥରେ ଅଟକି ଯାଇଥିଲେ। ଫଳରେ ରାଜପଥର ଦୁଇ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା।

ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘଡଡ଼ାଇବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା। ହାତୀ ପଲ ଏବେ ବି ରାସ୍ତାକଡ଼ ଓ ଆଖପାଖ ଅଞ୍ଚଳରେ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

ଗତକାଲି ଏହି ହାତୀପଲ ସାରକୋଳି ଗାଁ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ।

Related story