ଆଠଗଡ଼: ହାତୀ ଆକ୍ରମଣରେ ପୁଣି ଜଣେ ମୃତ

ଆଠଗଡ଼: କଟକ ଜିଲ୍ଲା ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ବାଳି ଗାଁରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଗୋପାଳ ସାହୁ। ସେ ଶୌଚ ହେବା ପାଇଁ ବାହାରକୁ ଯାଇଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଗାଁ ଲୋକେ ଜାତୀୟ ରାଜପଥ ୫୫ ଅବରୋଧ କରିଥିଲେ। ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ସହାୟତା ସହିତ ଜଣଙ୍କୁ ଚାକିରି ଦିଆଯିବ ବୋଲି […]

elephant-2

Rakesh Mallick
  • Published: Friday, 28 October 2016
  • , Updated: 28 October 2016, 11:32 AM IST

ଆଠଗଡ଼: କଟକ ଜିଲ୍ଲା ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ବାଳି ଗାଁରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଗୋପାଳ ସାହୁ। ସେ ଶୌଚ ହେବା ପାଇଁ ବାହାରକୁ ଯାଇଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଗାଁ ଲୋକେ ଜାତୀୟ ରାଜପଥ ୫୫ ଅବରୋଧ କରିଥିଲେ। ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ସହାୟତା ସହିତ ଜଣଙ୍କୁ ଚାକିରି ଦିଆଯିବ ବୋଲି ଡିଏଫ୍‌ଓ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

ଗତକାଲି ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ବଉଳ ପହିଲାବର ରାସ୍ତାରେ ଗତକାଲି ଭୋରରେ ହାତୀ ଆକ୍ରମଣରେ ଶଶାଙ୍ଗ ଗାଁର ଟିକମ ସାହୁଙ୍କ ମୃତ୍ୟୁ ଘଟିଥିଲା। ଟିକମ ବଉଳ ଛକରେ ଥିବା ତାଙ୍କ ଦୋକାନ ଖୋଲିବାକୁ ଆସୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଧରି ତଳେ କଚାଡ଼ିବା ସହିତ ତାଙ୍କ ମୁଣ୍ଡକୁ ଗୋଡ଼ରେ ଚାପି ଦେଇଥିଲା। ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ବଉଳ ଛକରେ ଜାତୀୟ ରାଜପଥ ୫୫କୁ ପ୍ରାୟ ୫ ଘଣ୍ଟା ଧରି ଲୋକେ ଅବରୋଧ କରିଥିଲେ।

Related story