ଆଠଗଡ଼: ପୋଲ ତଳକୁ ବସ୍‌ ଖସି ଜଣେ ମୃତ, ୧୦ ଆହତ

ଆଠଗଡ଼: ତୋଟାପଡ଼ାରେ ପୋଲ ତଳକୁ ଏକ ବସ୍‌ ଖସି ପଡ଼ିବାରୁ କଣ୍ଡକ୍ଟରର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି କଟକରୁ ନରସିଂହପୁର ଅଭିମୁଖେ ଯାଉଥିଲା। ତୋଟାପଡ଼ାଠାରେ ବିପରୀତ ଦିଗରୁ ଏକ ଟ୍ରକ୍‌ ଆସିଥିବାରୁ ଅଣ ଓସାରିଆ ପୋଲ ଉପରେ ଭାରସାମ୍ୟ ହରାଇ ବସ୍‌ଟି ତଳକୁ ଖସି ପଡ଼ିଥିଲା।

athagarh-accident

Rakesh Mallick
  • Published: Wednesday, 17 August 2016
  • , Updated: 17 August 2016, 01:39 PM IST

ଆଠଗଡ଼: ତୋଟାପଡ଼ାରେ ପୋଲ ତଳକୁ ଏକ ବସ୍‌ ଖସି ପଡ଼ିବାରୁ କଣ୍ଡକ୍ଟରର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ବସ୍‌ଟି କଟକରୁ ନରସିଂହପୁର ଅଭିମୁଖେ ଯାଉଥିଲା। ତୋଟାପଡ଼ାଠାରେ ବିପରୀତ ଦିଗରୁ ଏକ ଟ୍ରକ୍‌ ଆସିଥିବାରୁ ଅଣ ଓସାରିଆ ପୋଲ ଉପରେ ଭାରସାମ୍ୟ ହରାଇ ବସ୍‌ଟି ତଳକୁ ଖସି ପଡ଼ିଥିଲା।

Related story