ଏଟିଏମ୍‌ ଜାଳିଦେଲେ ଦୁର୍ବୃତ୍ତ

ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ଉତ୍ତରେଶ୍ୱର ବଜାର ନିକଟରେ ଥିବା  ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏଟିଏମ୍‌ କାଉଣ୍ଟରକୁ ଜାଳିଦେଲେ ଦୁର୍ବୃତ୍ତ। ଗତକାଲି ରାତି ପ୍ରାୟ ୨ଟା ବେଳେ ଏଟିଏମ୍‌ ଜଳୁଥିବା ଦେଖି  ପୋଲିସ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ରାତିରେ ଦୁର୍ବୃତ୍ତମାନେ ଏଟିଏମ୍‌କୁ କଟ୍‌ରେ କାଟି ସେଥିରେ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସୋର ଥାନା ଆଇଆଇସି ପହଞ୍ଚି  ତଦନ୍ତ କରିଛନ୍ତି। ତେବେ କେତେ […]

ATM

Rakesh Mallick
  • Published: Thursday, 15 February 2018
  • , Updated: 15 February 2018, 08:19 AM IST

ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ଉତ୍ତରେଶ୍ୱର ବଜାର ନିକଟରେ ଥିବା  ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏଟିଏମ୍‌ କାଉଣ୍ଟରକୁ ଜାଳିଦେଲେ ଦୁର୍ବୃତ୍ତ। ଗତକାଲି ରାତି ପ୍ରାୟ ୨ଟା ବେଳେ ଏଟିଏମ୍‌ ଜଳୁଥିବା ଦେଖି  ପୋଲିସ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ।

ରାତିରେ ଦୁର୍ବୃତ୍ତମାନେ ଏଟିଏମ୍‌କୁ କଟ୍‌ରେ କାଟି ସେଥିରେ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସୋର ଥାନା ଆଇଆଇସି ପହଞ୍ଚି  ତଦନ୍ତ କରିଛନ୍ତି। ତେବେ କେତେ ଟଙ୍କା ଚୋରି ହୋଇଛି କି ନାହିଁ ତାହା ଜଣାପଡ଼ିନାହିଁ।

Related story