ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ପଣ୍ଡ ହେଲା ଏଟିଏମ୍ ଲୁଟ୍ ଉଦ୍ୟମ । କଟକ ରୋଡରେ କିଛି ଦୁର୍ବୃତ୍ତ ଏଟିଏମ୍ ଭାଙ୍ଗି ଲୁଟ୍ କରିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ବିଫଳ କରିଛି ପୁଲିସ । ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରିବା ସହ ଅନ୍ୟ ୪ ଜଣଙ୍କୁ ଅଟକ ରଖିଛି ।
ସୂଚନା ମୁତାବକ, ଆଜି ସକାଳେ କଟକ ରୋଡ ସ୍ଥିତ ଇଣ୍ଡିଆନ ବ୍ୟାଙ୍କର ଏକ ଏଟିଏମ୍ ଭିତରେ କିଛି ଦୁର୍ବୃତ୍ତ ପସିଥିଲେ । ଏଟିଏମ ଭାଙ୍ଗି ସେମନେ ଲୁଟ୍ କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟ ଆଖପାଖର କିଛି ଲୋକେ ପାଟିତୁଣ୍ଡ କରିବାରୁ ଲୁଟେରାମାନେ ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଲୋକେ ଜଣକୁ କାବୁ କରି ପୁଲିସ ଜିମା ଦେଇଛନ୍ତି । ପଚରାଉଚରା ପରେ ତାକୁ ଗିରଫ କରିବା ସହ ପୁଲିସ ଅନ୍ୟ ୪ ଜଣକୁ ଅଟକ ରଖିଛି । ସମସ୍ତ ଧରାପଡିଥିବା ଲୁଟେରା ବସ୍ତି ଅଞ୍ଚଳର ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।