ମାନିବାକୁ ହେବ ଚୋରର ସାହସ: ଖରାବେଳେ ଲୁଟୁଥିଲା ଏଟିଏମ୍

ବଣାଇଁ (ରଣଜିତ ଚୌଧୁରୀ): ମାନିବାକୁ ହେବ ଚୋରର ସାହସକୁ। ଦିନ ଦ୍ୱିପହରେ, ଉଦୁଉଦୁ ଖରାବେଳେ ଲୁଟି ନେବାକୁ ବସିଥିଲା ପୁରା ଏଟିଏମ୍। କିନ୍ତୁ ଭାଗ୍ୟ ତାକୁ ସମର୍ଥନ ଦେଲାନି। ଧରାପଡ଼ି କଙ୍କାଳେ ଛେଚା ଖାଇଲା ଓ ଥାନା ହାଜରରେ ପଶିଲା। ଘଟଣା ଘଟିଛି ଆଜି ସୁନ୍ଦରଗଡ଼ ଜିଲ୍ଲାର ବଣାଇ ସହରରେ। ଏଠାକାର ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିକଟ ଏଟିଏମରୁ ଜଣେ ଲୋକ ଟଙ୍କା ଉଠାଇବାକୁ ଯାଇଥିଲେ। ଠିକ୍ ଏତିକି ବେଳେ ଚୋରଟି ଏଟିଏମ ଭିତରେ […]

9a02e610-e06e-4360-843e-fb1b31368ebb

9a02e610-e06e-4360-843e-fb1b31368ebb

Ordigital Desk
  • Published: Friday, 01 June 2018
  • Updated: 01 June 2018, 06:18 PM IST

Sports

Latest News

ବଣାଇଁ (ରଣଜିତ ଚୌଧୁରୀ): ମାନିବାକୁ ହେବ ଚୋରର ସାହସକୁ। ଦିନ ଦ୍ୱିପହରେ, ଉଦୁଉଦୁ ଖରାବେଳେ ଲୁଟି ନେବାକୁ ବସିଥିଲା ପୁରା ଏଟିଏମ୍। କିନ୍ତୁ ଭାଗ୍ୟ ତାକୁ ସମର୍ଥନ ଦେଲାନି। ଧରାପଡ଼ି କଙ୍କାଳେ ଛେଚା ଖାଇଲା ଓ ଥାନା ହାଜରରେ ପଶିଲା।

ଘଟଣା ଘଟିଛି ଆଜି ସୁନ୍ଦରଗଡ଼ ଜିଲ୍ଲାର ବଣାଇ ସହରରେ। ଏଠାକାର ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିକଟ ଏଟିଏମରୁ ଜଣେ ଲୋକ ଟଙ୍କା ଉଠାଇବାକୁ ଯାଇଥିଲେ। ଠିକ୍ ଏତିକି ବେଳେ ଚୋରଟି ଏଟିଏମ ଭିତରେ ପଶି, ଟଙ୍କା ସହ ଏଟିଏମ କାର୍ଡ ଛଡ଼ାଇ ନେଇ ଚମ୍ପଟ୍ ମାରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଟଙ୍କା ଉଠାଇବାକୁ ଯାଇଥିବା ଗ୍ରାହକ ଜଣକ ବଡ଼ ପାଟିରେ ଚିତ୍କାର କରିବାରୁ ନିକଟରେ ଥିବା ସ୍ଥାନୀୟ ଲୋକେ ଏଟିଏମ ପାଖକୁ ଦଉଡ଼ି ଆସିଥିଲେ। ପରିସ୍ଥିତି ଦେଖି ସେମାନେ ଚୋରକୁ ଗୋଡ଼େଇ ଗୋଡ଼େଇ ଧରି ପକାଇଥିଲେ ଏବଂ ମିଳିମିଶି ଉତ୍ତମ ମଧ୍ୟମ ଦେଇଥିଲେ। ଏହାପରେ ଏହି ସାହସୀ ଚୋର ବିଷୟରେ ବଣାଇ ଥାନାରେ ସୂଚନା ଦେବା ପରେ, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚୋରକୁ ଧରି ଥାନାକୁ ନେଇଥିଲା। ଏହି ଏଟିଏମ ଚୋରର ଅନ୍ୟକିଛି ସହଯୋଗୀ ଥିବା ପୋଲିସ୍‌କୁ ସୂଚନା ମିଲିଛି। ଏହି ଏଟିଏମ ଚୋର ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳରୁ ଆସିଥିବା ଜଣାପଡ଼ିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos