‘ଦେଶର ଉର୍ଜା ସୁରକ୍ଷା ବିକାଶରେ ଆତ୍ମନିର୍ଭର ଭାରତର ବଡ଼ ଭୂମିକା ରହିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ଉର୍ଜା ସୁରକ୍ଷା ବିକାଶରେ ଆତ୍ମନିର୍ଭର ଭାରତର ବଡ଼ ଭୂମିକା ରହିବ। ଗ୍ଲୋବାଲ୍‌ କାଉଣ୍ଟର ଟେରୋରିଜମ୍‌ କାଉନସଲି ପକ୍ଷରୁ ଆୟୋଜିତ ଜିସିଟିସି ଉର୍ଜା ସୁରକ୍ଷା ସମ୍ମିଳନୀ ୨୦୨୦ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଦେଶର ନାଗରିକଙ୍କ ପାଇଁ ସୁରକ୍ଷିତ, ସ୍ୱଚ୍ଛ, ସୁଲଭ ଉର୍ଜାକୁ ଅଧିକ ଧ୍ୟାନ ଦିଆଯିବ। ଏଥିପାଇଁ ୨୦୨୩୦ ସୁଦ୍ଧା ୫ ହଜାର ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ତା’ସହିତ ୨୦୨୩ ସୁଦ୍ଧା ସମସ୍ତ […]

Dhramendra Pradhan

Dhramendra Pradhan

Manoranjan Sial
  • Published: Tuesday, 29 September 2020
  • Updated: 29 September 2020, 10:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ଉର୍ଜା ସୁରକ୍ଷା ବିକାଶରେ ଆତ୍ମନିର୍ଭର ଭାରତର ବଡ଼ ଭୂମିକା ରହିବ। ଗ୍ଲୋବାଲ୍‌ କାଉଣ୍ଟର ଟେରୋରିଜମ୍‌ କାଉନସଲି ପକ୍ଷରୁ ଆୟୋଜିତ ଜିସିଟିସି ଉର୍ଜା ସୁରକ୍ଷା ସମ୍ମିଳନୀ ୨୦୨୦ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି, ଦେଶର ନାଗରିକଙ୍କ ପାଇଁ ସୁରକ୍ଷିତ, ସ୍ୱଚ୍ଛ, ସୁଲଭ ଉର୍ଜାକୁ ଅଧିକ ଧ୍ୟାନ ଦିଆଯିବ। ଏଥିପାଇଁ ୨୦୨୩୦ ସୁଦ୍ଧା ୫ ହଜାର ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ତା’ସହିତ ୨୦୨୩ ସୁଦ୍ଧା ସମସ୍ତ ରେଳ ଲାଇନକୁ ୧୦୦ ପ୍ରତିଶତ ବିଦ୍ୟୁତୀକରଣ କରାଯିବାର ଯୋଜନା ଅଛି। ଦେଶରେ ୧୫ ଲକ୍ଷରୁ ଅଧିକ ସୋଲାର ପମ୍ପ ସ୍ଥାପନ କରିବାକୁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୧୪ ହଜାର କୋଟି ଟଙ୍କା ବ୍ୟୟରେ ୧୨ଟି ଟୁ-ଜି ଜୈବ ଗବେଷଣାଗାର ପ୍ରତିଷ୍ଠା ହେବ। ଓଡ଼ିଶାର ଚଣ୍ଡିଖୋଲ ଓ କର୍ଣ୍ଣାଟକର ପାଦୁର ପେଟ୍ରୋଲିୟମ୍‌ ଭଣ୍ଡାରର ବିକାଶ କରାଯିବ। ଏଥିପାଇଁ ବିଦେଶୀ କମ୍ପାନୀଗୁଡ଼ିକୁ ନିମନ୍ତ୍ରଣ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos