ଘରୁ ଡାକି ନେଇ ଛୁରୀ ଭୁଷି ଦେଲା ଭଉଣୀର ପ୍ରେମିକ

ଆନନ୍ଦପୁର(ମୁନା ସିଂ): ଭଉଣୀ ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ଭାଇକୁ ହେଲା ଛୁରା ମାଡ଼ ।  ଖୋଦ ପ୍ରେମିକା ଗାଁକୁ ଆସି ତା’ ଭାଇକୁ ଘରୁ ଡାକି ଛୁରା ମାଡ଼ କଲା ପ୍ରେମିକ । ଛୁରା ମାଡ଼ ଯୋଗୁ ଯୁବକଜଣକ ଗୁରୁତର ହୋଇ ପଡ଼ିଥିବା ବେଳେ ଫେରାର ହୋଇ ଯାଇଛନ୍ତି ଅଭିଯୁକ୍ତ ଯୁବକ । ଏପରି ଆଶ୍ଚର୍ଯ୍ୟଜନକ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ମୋଚିନ୍ଦା ଗ୍ରାମରେ ହୋଇଛି। ମୋଚିନ୍ଦା ଗ୍ରାମର ବୁବୁ ସାହୁଙ୍କ ଭଉଣୀଙ୍କର ଆନନ୍ଦପୁରର ଗୁଡ଼ୁ […]

Knife-attack

Niharika Rout
  • Published: Wednesday, 01 June 2022
  • , Updated: 01 June 2022, 01:50 PM IST

ଆନନ୍ଦପୁର(ମୁନା ସିଂ): ଭଉଣୀ ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ଭାଇକୁ ହେଲା ଛୁରା ମାଡ଼ ।  ଖୋଦ ପ୍ରେମିକା ଗାଁକୁ ଆସି ତା’ ଭାଇକୁ ଘରୁ ଡାକି ଛୁରା ମାଡ଼ କଲା ପ୍ରେମିକ । ଛୁରା ମାଡ଼ ଯୋଗୁ ଯୁବକଜଣକ ଗୁରୁତର ହୋଇ ପଡ଼ିଥିବା ବେଳେ ଫେରାର ହୋଇ ଯାଇଛନ୍ତି ଅଭିଯୁକ୍ତ ଯୁବକ । ଏପରି ଆଶ୍ଚର୍ଯ୍ୟଜନକ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ମୋଚିନ୍ଦା ଗ୍ରାମରେ ହୋଇଛି।

ମୋଚିନ୍ଦା ଗ୍ରାମର ବୁବୁ ସାହୁଙ୍କ ଭଉଣୀଙ୍କର ଆନନ୍ଦପୁରର ଗୁଡ଼ୁ ଜେନା ନାମକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଉଭୟଙ୍କ ସମ୍ପର୍କକୁ ବୁବୁଙ୍କ ପରିବାର ଲୋକେ ବିରୋଧ କରୁଥିବା ବେଳେ ଭଉଣୀଠୁ ଦୂରେଇ ଯିବାକୁ ବୁବୁ ବାରମ୍ବାର ଗୁଡ଼ୁଙ୍କୁ ଧମକ ଦେଉଥିଲେ। ଏଥିଯୋଗୁ ସୁଯୋଗ ଅପେକ୍ଷାରେ ଥିବା ଗୁଡ଼ୁ ଆଜି ମୋଚିନ୍ଦା ଗ୍ରାମକୁ ଆସିଥିବା ବେଳେ ବୁବୁଙ୍କୁ ଡକେଇ ପଠାଇଥିଲେ।

ଉକ୍ତ  ସମୟରେ ବୁବୁ ଘରେ ଥିବା ବେଳେ ଗୁଡ଼ୁଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ଗୁଡ଼ୁ ଏକ ଛୁରୀରେ ବୁବୁଙ୍କ ଛାତିକୁ ଆକ୍ରମଣ କରିଥିଲେ। ବୁବୁଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରୁ ଗୁଡ଼ୁ ଫେରାର ହୋଇଯାଇଛି। ଖବର ପାଇ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ଗୁଡ଼ୁ ମୋତେ ମାରିଦେବାକୁ ବାରମ୍ବାର ଧମକ ଦେଉଛି। ସେ ନିଜ ପାଖରେ ବନ୍ଧୁକ ବି ରଖୁଛି । ପୁଲିସ୍‌ ତୁରନ୍ତ ଗୁଡ଼ୁକୁ ଗିରଫ କରୁ ବୋଲି କହିଛନ୍ତି ବୁବୁ ସାହୁ।

Related story