ରାସ୍ତାରେ ଛିଡ଼ା ହୋଇଥିଲେ ୨ ଭାଇ, ଦୁର୍ବୃତ୍ତ କଲେ ଅତର୍କିତ ଆକ୍ରମଣ

ଅନୁଗୋଳ(ବିରଜା ପ୍ରସାଦ ଦାସ): ରାସ୍ତାରେ ୨ ଭାଇ ଛିଡ଼ା ହୋଇଥିବା ବେଳେ ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣରେ ଟଳି ପଡ଼ିଲେ ଜଣେ ଭାଇ। ଅନ୍ୟ ଜଣେ ଗୁରୁତର ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣାଯାଇଛି। ଏପରି ହୃଦୟ ବିଦାରକ ଘଟଣା ଗତକାଲି ରାତିରେ ଅନୁଗୋଳ ଥାନା ମୁଷାପାପୁଲି ଗାଁ ନିକଟରେ ଘଟିଛି। ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ  ମୂଷାପାପୁଲି ଛକରେ ରନ୍ତଲେଇ ଗାଁର ଦୁଇ ଭାଇ ଦୁଃଶାସନ ସେନାପତି ଓ ଦୁଷ୍ମନ୍ତ ସେନାପତି ଛିଡ଼ା […]

attack

Niharika Rout
  • Published: Thursday, 05 November 2020
  • , Updated: 05 November 2020, 08:01 AM IST

ଅନୁଗୋଳ(ବିରଜା ପ୍ରସାଦ ଦାସ): ରାସ୍ତାରେ ୨ ଭାଇ ଛିଡ଼ା ହୋଇଥିବା ବେଳେ ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣରେ ଟଳି ପଡ଼ିଲେ ଜଣେ ଭାଇ। ଅନ୍ୟ ଜଣେ ଗୁରୁତର ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣାଯାଇଛି। ଏପରି ହୃଦୟ ବିଦାରକ ଘଟଣା ଗତକାଲି ରାତିରେ ଅନୁଗୋଳ ଥାନା ମୁଷାପାପୁଲି ଗାଁ ନିକଟରେ ଘଟିଛି।

ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ  ମୂଷାପାପୁଲି ଛକରେ ରନ୍ତଲେଇ ଗାଁର ଦୁଇ ଭାଇ ଦୁଃଶାସନ ସେନାପତି ଓ ଦୁଷ୍ମନ୍ତ ସେନାପତି ଛିଡ଼ା ହୋଇଥିଲେ। ତେବେ ହଠାତ କିଛି ଦୁର୍ବୃତ୍ତ ଆସି ବନ୍ଧୁକରୁ ଗୁଳି ଫୁଟାଇବା ସହ ଉଭୟଙ୍କୁ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲେ ।  ଆକ୍ରମଣରେ ଦୁଷ୍ମନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ଦୁଃଶାସନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Related story