ସାମାନ୍ୟ କଥାରୁ ବର୍ବର କାଣ୍ଡ; ଗାଁ ଦାଣ୍ଡରେ ନିସ୍ତୁକ ପିଟିଲେ

ଖୋର୍ଦ୍ଧା(ବଳରାମ ଲେଙ୍କା): ସାମାନ୍ୟ କଥା କଟାକଟିରୁ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ବର୍ବରତାର ସୀମା ଲଂଘି ୧୦ରୁ ୧୨ ଦୁବୃର୍ତ୍ତ ତାଙ୍କୁ ନିସ୍ତୁକ ପିଟିଛନ୍ତି। ଏଭଳି ଲୋମହର୍ଷଣକାରୀ ଘଟଣା ଖୋର୍ଦ୍ଧା ବାଘମାରୀ ଥାନା ପୋଡ଼ାଡିହ ଗାଁରେ ଘଟିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଥିଲେ ବି କାହାକୁ ଗିରଫ ନ କରିବା ଘଟଣାକୁ ଅଧିକ ରହସ୍ୟ ଘେରକୁ ଠେଲି ଦେଇଛି। ମିଳିଥିବା ସୂଚନା ମୁତାବକ, ଗତ ୮ ତାରିଖରେ ପୋଡ଼ାଡିହ […]

khor-4

Niharika Rout
  • Published: Thursday, 21 May 2020
  • , Updated: 21 May 2020, 01:10 PM IST

ଖୋର୍ଦ୍ଧା(ବଳରାମ ଲେଙ୍କା): ସାମାନ୍ୟ କଥା କଟାକଟିରୁ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ବର୍ବରତାର ସୀମା ଲଂଘି ୧୦ରୁ ୧୨ ଦୁବୃର୍ତ୍ତ ତାଙ୍କୁ ନିସ୍ତୁକ ପିଟିଛନ୍ତି। ଏଭଳି ଲୋମହର୍ଷଣକାରୀ ଘଟଣା ଖୋର୍ଦ୍ଧା ବାଘମାରୀ ଥାନା ପୋଡ଼ାଡିହ ଗାଁରେ ଘଟିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଥିଲେ ବି କାହାକୁ ଗିରଫ ନ କରିବା ଘଟଣାକୁ ଅଧିକ ରହସ୍ୟ ଘେରକୁ ଠେଲି ଦେଇଛି।

ମିଳିଥିବା ସୂଚନା ମୁତାବକ, ଗତ ୮ ତାରିଖରେ ପୋଡ଼ାଡିହ ଗାଁ ଦେଇ ଏକ ଟ୍ରାକ୍ଟର ଯାଉଥିବା ବେଳେ ସ୍ଥାନୀୟ ବ୍ୟକ୍ତିଙ୍କ କାର୍ ସହ ଧକ୍କା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ଲୋକେ ଟ୍ରାକ୍ଟର ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ। ଉକ୍ତ ସମୟରେ ଟ୍ରାକ୍ଟର ମାଲିକ ରମେଶ ଜଗଦେବ ସେଠାରେ ପହଞ୍ଚି ଆଲୋଚନା ମାଧ୍ୟମରେ ଘଟଣାର ସମାଧାନ କରିବାକୁ କହିଥିଲେ । ହେଲେ ଏହାକୁ ଶୁଣିବାକୁ ନାରାଜ୍ ଲୋକେ ଡ୍ରାଇଭରଙ୍କୁ ଛାଡ଼ି ରମେଶଙ୍କୁ ପିଟିବା ଆରମ୍ଭ କରିଦେଲେ।

ରମେଶଙ୍କ ଘର ମଧ୍ୟ ପୋଡ଼ାଡିହ ଗାଁରେ ହୋଇଥିବା ବେଳେ ନିଜ ଗାଁରେ ସେ ଏପରି ଅତର୍କିତ ଆକ୍ରମଣର ଶିକାର ହେଲେ।   ଏପରିକି ଗାଁର ୧୦ରୁ ୧୨ ଜଣ ବ୍ୟକ୍ତି ମିଳିତ ଭାବେ ଠେଙ୍ଗା, ବାଡ଼ି ସାହାଯ୍ୟରେ ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନିସ୍ତୁକ ପିଟିବାକୁ ଲାଗିଲେ।  ଛାଡ଼ିଦେବାକୁ ବାରମ୍ବାର ଆକୁଳ ନିବେଦନ କରିବା ସତ୍ତ୍ୱେ ସେମାନେ ତାଙ୍କୁ ସାଂଘାତିକ ଭାବେ ପିଟିବାକୁ ଲାଗିଥିଲେ।  ବିଚ୍‌ ରାସ୍ତାରେ ଏପରି ହୃଦୟ ବିଦାରକ ଘଟଣା ଦୀର୍ଘ ସମୟ ଧରି ଚାଲିଥିବା ବେଳେ କେହି ଏହାକୁ ରୋକିବାକୁ ସାହସ କରିପାରି ନ ଥିଲେ।

ଏହି ଆକ୍ରମଣରେ ଗୁରୁତର ହୋଇପଡ଼ିଥିବା ରମେଶଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ସେଠାରେ ସେ ମରଣ ସହ ସଂଘର୍ଷ କରୁଥିବା ବେଳେ ଏନେଇ ତାଙ୍କ ମା’ ବାଘମାରୀ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାକୁ ଇତି ମଧ୍ୟରେ ୧୨ ଦିନରୁ ଅଧିକ ଅତିକ୍ରମ କରି ସାରିଥିବା ବେଳେ ପୁଲିସ୍‌  କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା କିମ୍ବା ଅଭିଯୁକ୍ତଙ୍କୁ ଗିରଫ କରୁ ନ ଥିବା ଅଭିଯୋଗ ହୋଇଛି ।

Related story