ବାଇକ୍‌ ଧକ୍କାକୁ ନେଇ ଯୁବକଙ୍କୁ ଛୁରାମାଡ଼

ସମ୍ୱଲପୁର(ସମୀର ଷଡ଼ଙ୍ଗୀ): ସମ୍ୱଲପୁର ଫାଟକ ଅଞ୍ଚଳର ଦେହେରୀପାଲି ଜନଗହଳି ରାସ୍ତାରେ ବାଇକ୍‌ ଧକ୍କାକୁ ନେଇ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଆହତ ଯୁବକଙ୍କ ନାଁ ଅମନ ସିଂ।  ଅମନଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି। ଗତକାଲି ସନ୍ଧ୍ୟାରେ ବୁଢ଼ାରାଜା ଦେହେରୀପାଲିରୁ କିଛି ଯୁବକ ବାଇକ୍‌ରେ ଆସୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଅମନ ତାଙ୍କ ବାଇକ୍‌ରେ ଆସୁଥିଲେ। ତେବେ ବାଇକ୍‌ରେ ଆସୁଥିବା ଯୁବକଙ୍କ ଗାଡ଼ି ସହ ଅମନଙ୍କ […]

knife-1

Jyoshna Pradhan
  • Published: Friday, 31 January 2020
  • , Updated: 31 January 2020, 09:19 AM IST

ସମ୍ୱଲପୁର(ସମୀର ଷଡ଼ଙ୍ଗୀ): ସମ୍ୱଲପୁର ଫାଟକ ଅଞ୍ଚଳର ଦେହେରୀପାଲି ଜନଗହଳି ରାସ୍ତାରେ ବାଇକ୍‌ ଧକ୍କାକୁ ନେଇ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଆହତ ଯୁବକଙ୍କ ନାଁ ଅମନ ସିଂ।  ଅମନଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି।

ଗତକାଲି ସନ୍ଧ୍ୟାରେ ବୁଢ଼ାରାଜା ଦେହେରୀପାଲିରୁ କିଛି ଯୁବକ ବାଇକ୍‌ରେ ଆସୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଅମନ ତାଙ୍କ ବାଇକ୍‌ରେ ଆସୁଥିଲେ। ତେବେ ବାଇକ୍‌ରେ ଆସୁଥିବା ଯୁବକଙ୍କ ଗାଡ଼ି ସହ ଅମନଙ୍କ ଗାଡ଼ିର ଧକ୍କା ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଉକ୍ତ ଯୁବକମାନେ ଅମନଙ୍କୁ  ଛୁରୀରେ ଆକ୍ରମଣ କରିଥିଲେ। ସମସ୍ତ ଯୁବକ ନିଶାଶକ୍ତ  ଥିବା ଅମନ କହିଛନ୍ତି।

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related story