ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ରାଜରାସ୍ତାରେ ଘଟିଲା ରାଜନୈତିକ ହିଂସାକାଣ୍ଡ । ରାତି ଅନ୍ଧାରରେ ବିଜେପି କର୍ପୋରେଟରଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ଏହାପଛରେ ବିଜେଡି ହାତ ଥିବା ଖୁଲମଖୁଲା ଅଭିଯୋଗ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ଭୁବନେଶ୍ୱର ମହାନଗର ନିଗମର ୨୯ ନମ୍ବର ଓ୍ୱାର୍ଡ ବିଜେପି କର୍ପୋରେଟର ଜୀବନ ରାଉତ । ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି।
ଜୀବନଙ୍କ ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ରାତି ୧୨ଟା ବେଳକୁ କାମ ସାରି ନିଜ ସହଯୋଗୀଙ୍କ ସହ ଘରକୁ ଫେରୁଥିଲି। ଘର ପାଖାପାଖି ଏକ ଅନ୍ଧାରୁଆ ଜାଗାରେ ୨୫ରୁ ୩୦ ଦୁର୍ବୃତ୍ତ ଲୁହା ଛଡ଼, ପିସ୍ତଲ, ଭୁଜାଲି ଧରି ଛିଡ଼ା ହୋଇଥିଲେ। ସେମାନେ ମୋ ଗାଡ଼ି ଅଟକାଇ ଗାଳିଗୁଲଜ କଲେ । ୩ ଦିନ ତଳେ ବିଜେଡ଼ିର ଏକ ପିଲାକୁ ବିଜେପିରେ ମିଶାଇଥିଲି। ସେହି ରାଗ ରଖି ସେମାନେ ମୋତେ ଆକ୍ରମଣ କରିଥିଲେ। ଆକ୍ରମଣ ଯୋଗୁଁ ତାଙ୍କର ହାତ ଭାଙ୍ଗିଯାଇଥିବା କହିଛନ୍ତି ଜୀବନ । ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।
ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପ୍ରଧାନମନ୍ତ୍ରୀ ମୋଦି କରିବେନି ରୋଡ୍ ଶୋ’, ରିପୋର୍ଟ କାର୍ଡ ଦେବେ ମୋହନ ସରକାର
ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଓଡ଼ିଶାରେ ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ ଆୟୋଜନ ହେଉଛି । ସମ୍ମିଳନୀର ଦ୍ୱିତୀୟ ଦିନ ଅର୍ଥାତ୍ ନଭେମ୍ବର ୩୦ତାରିଖରେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେଇ ଡିସେମ୍ବର ୧ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।
Jobs
ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ନିଯୁକ୍ତ ହୋଇପାରନ୍ତି ମହିଳା
୮୨୬ ଜଣ ଆଗ୍ନିକ ଓ ୧୧୫ ଜଣ ଆଗ୍ନିକ ଗାଡିଚାଳକଙ୍କୁ ନିଯୁକ୍ତିପତ୍ର ପ୍ରଦାନ।
Crime
ପୁଲିସ୍ ଓ ଓକିଲ କହି ଟଙ୍କା ଆଦାୟ କରୁଥିଲେ ଦୁଇ ଯୁବକ
ଅଭିଯୋଗ ଅନୁସାରେ ଦୁଇ ଧ୍ରୁତ ହେଉଛନ୍ତି ନୟାଗଡ ଜିଲ୍ଲା ସରୋଡା ଗାଁର କାର୍ତ୍ତିକ ରାଉତରାୟ ଓ ଏକାନ ପାଣି। ଏମାନେ କୁଆଡେ ଜାନୁଆରୀ ୨୩ ତାରିଖରେ ଚାଲାଣଗୁଡା ସରପଞ୍ଚ ଇରମା ମାଢ଼ିଙ୍କୁ ଫୋନ୍ କରିଥିଲେ।
Politics
ନିର୍ବାଚନ ପୂର୍ବରୁ ବିଜେଡି ସରକାର ବାଣ୍ଟିଥିଲେ ୨୫୨କୋଟି ଟଙ୍କାର ଝୋଟବ୍ୟାଗ
ରାଜ୍ୟବାସୀ ବିଜେଡି ସରକାରକୁ ବାଏବାଏ କରି ବିଜେପି ସରକାରକୁ କ୍ଷମତାସୀନ କରିବା ପରେ ଏହି ତଥ୍ୟ ପଦାକୁ ଆସିଛି ।
Miscellaneous
ଯୁଦ୍ଧଭୂମିର ଭ୍ରମ; ପୁରୀରେ ଘୁଁ ଘୁଁ ଗର୍ଜନ କରୁଛନ୍ତି ଯୁଦ୍ଧ ଟ୍ୟାଙ୍କ
ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା ସହ ପରାକ୍ରମ ଦେଖାଇବାକୁ କେତେ ସଜାଗ ଭାରତୀୟ ନୌସେନା, ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ।