ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାକୁ ନେଇ ରକ୍ତାକ୍ତ ହେଲା ଗାଁ ଦାଣ୍ଡ। ବାପପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ବାପା ଆଖି ବୁଜିଥିବା ବେଳେ ପୁଅ ଗୁରୁତର ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛି। ଏପରି ଅମାନବୀୟ ଘଟଣା ବ୍ରହ୍ମପୁର ସଦର ଥାନା ଝାଡ଼ଙ୍କୁଲିରେ ଘଟିଛି। ମୃତକ ହେଲେ ଝାଡ଼ାଙ୍କୋଲି ଗ୍ରାମର କୋରା ସେଠୀ। ଗୁରୁତର ଅବସ୍ଥାରେ ତାଙ୍କ ପୁଅ ପ୍ରଶାନ୍ତ ସେଠୀ ଏବେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ଗତକାଲି ରାତି ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଥିଲା। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି । ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମ୍ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି । କୌଣସି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ ହୋଇଥିବା ପୁଲିସ ଅନୁମାନ କରୁଛି । ପୁଲିସ ବିଭିନ୍ନ ସ୍ଥାନରେ ଚଉ କରି ଜଣେ ଯୁବକକୁ ଅଟକ ରଖିଥିବା ସୂଚନା ମିଳିଛି। ଏ ଦିଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କଟକ ସହରରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବକୁ ନେଇ ଉଦ୍ବେଗ ପ୍ରକାଶ କଲେ ହାଇକୋର୍ଟ
ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଗ୍ରହଣ କରିଛନ୍ତି ହାଇକୋର୍ଟ। କୋର୍ଟ ଉଦବେଗ ପ୍ରକାଶ କରି କହିଛନ୍ତି, ସନ୍ଧ୍ୟା ୫ ଟା ହେଲେ ସହରବାସୀ କବାଟ ଓ ଝରକା ବନ୍ଦ କରି ଦେଉଛନ୍ତି।
Entertainment
ହିନ୍ଦୀ ସିନେମା ‘ସାବରମତୀ ରିପୋର୍ଟ’କୁ ଟିକସମୁକ୍ତ କଲେ ଓଡ଼ିଶା ସରକାର
ଓଡ଼ିଶାର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ‘ଦି ସାବରମତୀ ରିପୋର୍ଟ’କୁ କରମୁକ୍ତ ଘୋଷଣା କରିବାରେ ଓଡ଼ିଶା ହେଉଛି ଦେଶର ସପ୍ତମ ବିଜେପି ଶାସିତ ରାଜ୍ୟ।
Miscellaneous
ନୂଆବର୍ଷ ପୂର୍ବରୁ ପି.ଏମ୍ ଆବାସର ନୂଆ ସର୍ଭେ: ସର୍ତ୍ତାବଳୀ କୋହଳ, ସବୁ ଯୋଗ୍ୟ ପରିବାରକୁ ମିଳିବ ଘର
ପ୍ରତ୍ୟେକ ଗାଁରେ ସର୍ଭେ କରିବେ ନିର୍ଦ୍ଦିଷ୍ଟ ବ୍ଲକ କର୍ମଚାରୀ। ଗ୍ରାମସଭା ଡାକି ସମସ୍ତ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ଅନୁମୋଦନ କରାଯିବ।
Miscellaneous
ନିର୍ଦ୍ଦେଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ର ଲୋକାର୍ପିତ
ଚାଷୀଙ୍କ ସ୍ୱାର୍ଥ ସାଧନ ଓ ସେମାନଙ୍କୁ ସର୍ବାଧିକ ଲାଭ ଦେବା ଲକ୍ଷ୍ୟ ନେଇ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଧାନ ବିକ୍ରୟ ପ୍ରକ୍ରିୟାରେ କୌଣସି ସମସ୍ୟା ଥିଲେ ଚାଷୀମାନେ ତୁରନ୍ତ ସେମାନଙ୍କ ଅଭିଯୋଗ ଏହି କେନ୍ଦ୍ର ମାଧ୍ୟମରେ କରିପାରିବେ।
Crime
ବାଙ୍କୀ ପୁଲିସ୍ର ଅଜବ ସର୍ତ୍ତ: ଅଭିଯୁକ୍ତକୁ ଧରିବା ପାଇଁ ବୋଲେରୋ ଓ ଟଙ୍କା ଦିଅ!
ଭଲ ପାଇବା ଜୀବନର ଗୋଟିଏ ବଡ଼ ଭୁଲ ଥିଲା ବୋଲି ଭାବି ନେଇଥିଲେ ଲିମା। ଆଉ ନୂଆକରି ଜୀବନ ଗଢ଼ିବା ପାଇଁ ରାଜଧାନୀର କଂକ୍ରିଟ୍ ସହରରେ ଲାଗି ପଡ଼ିଥିଲେ।