ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ ଘଟଣା; ସନ୍ଧ୍ୟା ପର୍ଯ୍ୟନ୍ତ ମହଲତ ଦେଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଟାଉନ୍ ଥାନା କାଶୀପୁର ନିକଟରେ ଗତକାଲି ରାତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଅତର୍କିତ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀମାନେ ପିସିସି ସଭାପତିଙ୍କ ଡ୍ରାଇଭର ଓ ପିଏସଓଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ବିଜେପିକୁ ସିଧାସଳଖ ଦାୟୀ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି ସନ୍ଧ୍ୟା ଭିତରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ରାସ୍ତାକୁ ଓହ୍ଲାଇବାକୁ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । […]

niranjan

niranjan

Niharika Rout
  • Published: Monday, 18 January 2021
  • Updated: 18 January 2021, 02:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଟାଉନ୍ ଥାନା କାଶୀପୁର ନିକଟରେ ଗତକାଲି ରାତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଅତର୍କିତ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀମାନେ ପିସିସି ସଭାପତିଙ୍କ ଡ୍ରାଇଭର ଓ ପିଏସଓଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ବିଜେପିକୁ ସିଧାସଳଖ ଦାୟୀ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି ସନ୍ଧ୍ୟା ଭିତରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ରାସ୍ତାକୁ ଓହ୍ଲାଇବାକୁ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

ନିରଞ୍ଜନଙ୍କ ଉପସ୍ଥିତିରେ ଟାଉନ୍ ଥାନାରେ ଏନେଇ ତାଙ୍କ ସୁରକ୍ଷାକର୍ମୀ ଏତଲା ଦେଇଥିବା ବେଳେ ପୁଲିସ୍‌ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ମହାନ୍ତିଙ୍କୁ ଅଟକ ରଖିଛି ।

ଅପରପକ୍ଷେ, ପିସିସି ସଭାପତିଙ୍କ ଗାଡ଼ିକୁ ଆକ୍ରମଣ ନେଇ କାର୍ଯ୍ୟାନୁଷ୍ଠାନ ଦାବି  କରିଛି  କଂଗ୍ରେସ। ସନ୍ଧ୍ୟା ଭିତରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ  ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି । କାର୍ଯ୍ୟାନୁଷ୍ଠାନ ନିଆନଗଲେ ଉଭୟ ବିଜେପି ଓ ବିଜେଡି ସଭାପତିଙ୍କ ଗାଡ଼ି ଅଟକାଇବ ବୋଲି କହିଛି କଂଗ୍ରେସ ।  ସେପଟେ ଏହି ଘଟଣା ନେଇ ଡିଜିପିଙ୍କ ଉଦ୍ଦେଶ୍ୟରେ ଡିସିପିଙ୍କୁ ସ୍ମାରକପତ୍ର ଦେଇଛି କଂଗ୍ରେସ।

ଗତକାଲି ରାତିରେ ହୋଇଥିବା ଆକ୍ରମଣ ଉଦ୍ୟମ ଘଟଣା ପାଇଁ ବିଜେପିକୁ ଦାୟୀ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆକ୍ରମଣକାରୀମାନେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ଜାଣିବା ପରେ ସେ ଚକିତ ବୋଲି ନିରଞ୍ଜନ ଟୁଇଟ୍ କରି କହିଛନ୍ତି । ଏଥିସହିତ ଘଟଣାକୁ ନେଇ ସେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ।

ସିରିଜ ଟୁଇଟ୍ କରି ନିରଞ୍ଜନ କହିଛନ୍ତି, ଏହା ବିଜେପିର ରାଜନୈତିକ ଅଭିସନ୍ଧି ଓ ନୈରାଶ୍ୟର ପ୍ରତିଫଳନ ।  କଂଗ୍ରେସ ରାଜ୍ୟରେ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ଉଠାଇଚାଲିଛି ଏବଂ  ବିଜେପିର ନୀତି ବିରୋଧରେ କଂଗ୍ରେସ ସ୍ୱର ଉତ୍ତୋଳନ କରୁଛି । ବିଜେପି ପାଇଁ କଂଗ୍ରେସ ଏବେ ସବୁଠୁ ବଡ଼ ପ୍ରତିବନ୍ଧକ ହୋଇଥିବାରୁ ଏମିତି କାଣ୍ଡ କରାଯାଇଛି ବୋଲି  ଉଲ୍ଲେଖ କରିଛନ୍ତି ନିରଞ୍ଜନ । ସେ କହିଛନ୍ତି, କାହିଁକି ବିଜେପି ଏମିତି କାପୁରୁଷୋଚିତ ଆଚରଣ କରୁଛି । ଯଦି ମୋ ସହ ଏଭଳି ହେଲା, ଆମ ମା, ଝିଅମାନେ କେତେ ସୁରକ୍ଷିତ? ବୋଲି ପଚାରିଛନ୍ତି ପିସିସି ସଭାପତି  । ତେବେ ନିରଞ୍ଜନଙ୍କ ଟୁଇଟ୍‌କୁ ନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos