କଣ୍ଟେନମେଣ୍ଟ ଜୋନ୍‌ରେ ପୁଲିସ୍‌ ଉପରକୁ ପଥର ମାଡ଼

ରାଉରକେଲା(ପବନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଲାରେ ସମୁଦାୟ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବିଶ୍ରାରୁ ୫ ଜଣ ଓ ନାଲାରୋଡ୍‌ରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ସଂକ୍ରମଣକୁ ରୋକିବାକୁ ଏହି ୨ ଅଞ୍ଚଳକୁ  କଣ୍ଟେନମେଣ୍ଟ ଜୋନ୍‌ରେ ପରିଣତ କରାଯାଇଥିବା ବେଳେ ଆଜି ନାଲାରାଡ଼ରେ ପୁଲିସ୍‌ ଉପରକୁ ପଥର ମାଡ଼ ହୋଇଥିବା ସୂଚନା ମିଳିଛି। କୌଣସି କାରଣରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ କିଛି ଲୋକ ପଥର ମାଡ଼ କରିବା ସହ ବ୍ୟାରିକେଡ ଭାଙ୍ଗିଦେଇଛନ୍ତି। ଖବର ମିଳିବା […]

rkl-2--1

Niharika Rout
  • Published: Monday, 04 May 2020
  • , Updated: 07 May 2020, 11:09 AM IST

ରାଉରକେଲା(ପବନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଲାରେ ସମୁଦାୟ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବିଶ୍ରାରୁ ୫ ଜଣ ଓ ନାଲାରୋଡ୍‌ରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ସଂକ୍ରମଣକୁ ରୋକିବାକୁ ଏହି ୨ ଅଞ୍ଚଳକୁ  କଣ୍ଟେନମେଣ୍ଟ ଜୋନ୍‌ରେ ପରିଣତ କରାଯାଇଥିବା ବେଳେ ଆଜି ନାଲାରାଡ଼ରେ ପୁଲିସ୍‌ ଉପରକୁ ପଥର ମାଡ଼ ହୋଇଥିବା ସୂଚନା ମିଳିଛି।

କୌଣସି କାରଣରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ କିଛି ଲୋକ ପଥର ମାଡ଼ କରିବା ସହ ବ୍ୟାରିକେଡ ଭାଙ୍ଗିଦେଇଛନ୍ତି। ଖବର ମିଳିବା ପରେ  ନାଲାରୋଡକୁ ଅଧିକ ଫୋର୍ସ ପଠାଯାଇଛି। ରାଉରକେଲା ଏସ୍‌ପି କେ. ଶିବା ସୁବ୍ରମଣି ଓ ବରିଷ୍ଠ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିବା ଜଣାଯାଇଛି। ତେବେ କେଉଁ କାରଣରୁ ଉତ୍ତ୍ୟକ୍ତ ଲୋକେ ପଥର ମାଡ଼ ସହ ବ୍ୟାରିକେଡ଼ ଭାଙ୍ଗିଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏହି ଆକ୍ରମଣରେ କିଛି ପୁଲିସ୍‌ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି।

Related story