ମାଲକାନଗିରି(ଜିତେନ୍ଦ୍ର ବେଉରା) : ଜୁଆ ଖେଳ ଉପରେ ଚଢ଼ାଇ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଏସ୍ଡିପିଓ। ଏପରି ଘଟଣା ଗତ ରାତିରେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ମାରାଂପାଲି ଗାଁରେ ଘଟିଛି। ଏହି ଘଟଣାରେ ପୁଲିସ୍ ୧୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ମାରାଂପାଲି ଗାଁରେ ଜୁଆଖେଳ ଚାଲିଥିବା ଖବର ପାଇ ଗତ ରାତିରେ ପୁଲିସ୍ ଚଢ଼ାଉ କରିଥିଲା। SDPOଙ୍କ ନେତୃତ୍ୱରେ ପୁଲିସ୍ ଟିମ୍ ପହଞ୍ଚିବାରୁ ସ୍ଥାନୀୟ ଲୋକ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଏସ୍ଡିପିଓ ସାମାନ୍ୟ ଆହତ ହୋଇଥିଲେ। ଖବର ପାଇ ଅଧିକ ପୁଲିସ୍ ଯାଇ SDPOଙ୍କୁ ଉଦ୍ଧାର କଲେ।
ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ଯବାନ ମୁତୟନ କରାଯାଇଛି। ଯବାନ ମୁତୟନ ସମୟରେ ଆକ୍ରମଣକାରୀ ସେମାନେ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ପୁଲିସ୍ ୧୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ଆଉ ଦିନକ ପରେ ମକର ସଂକ୍ରାନ୍ତ ଥିବାରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିଭିନ୍ନ ସ୍ଥାନରେ କୁକୁଡ଼ା ଲଢ଼େଇ ଓ ଜୁଆ ଖେଳ ଚାଲିଛି। ୫ ବର୍ଷ ତଳେ ମଧ୍ୟ ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ଘଟିଥିଲା। ତତ୍କାଳୀନ ଏସଡିପିଓ ଚଢ଼ାଉ ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।