ଖୋର୍ଦ୍ଧା: ପୁଣି ଥରେ ଅଶାନ୍ତ ହୋଇ ଉଠିଛି ତରଙ୍ଗର ସାରୁଅ ଷ୍ଟୁଡିଓ। ସାରୁଅ ଷ୍ଟୁଡିଓର ସିକ୍ୟୁରିଟି ଅଫିସରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସଂଘବଦ୍ଧ ମରଣାନ୍ତକ ଆକ୍ରମଣରେ ସିକ୍ୟୁରିଟି ଅଫିସର ହଲିମ୍ ଖାନ୍ ଗୁରୁତର ହୋଇ ପଡ଼ିଛନ୍ତି। ୮ରୁ୧୦ ଜଣ ଲୋକ ଠେଙ୍ଗାବାଡ଼ିରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଘଟଣା ସଂପର୍କରେ ବାଘମାରି ଥାନାରେ ଏତଲା ଦାଏର କରିଛନ୍ତି ହଲିମ୍ ଖାନ୍। ଗୁରୁତର ହଲିମଙ୍କୁ ହସ୍ପିଟାଲ ପଠାଇ ଘଟଣା ସ୍ଥଳ ଅନୁଧ୍ୟାନ କରିଛି ପୁଲିସ୍।
ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ସକାଳେ ଲ୍ୟାଣ୍ଡ ଅଫିସରଙ୍କୁ ଖୋଜିଥିଲେ। ଲ୍ୟାଣ୍ଡ ଅଫିସରଙ୍କୁ ଖୋଜି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ସିକ୍ୟୁରିଟି ଅଫିସର ହଲିମ୍ ବିରୋଧ କରିବାରୁ ତାଙ୍କୁ ଧମକ ଦେଇ ଫେରିଯାଇଥିଲେ ସଂପୃକ୍ତ ବ୍ୟକ୍ତି। କିଛି ସମୟ ପରେ ୮/୧୦ ଜଣଙ୍କୁ ଧରି ପୁଣି ପହଞ୍ଚିଥିଲେ ସଂପୃକ୍ତ ବ୍ୟକ୍ତି। ଏହାପରେ ସେମାନେ ମିଳିତ ଭାବେ ସିକ୍ୟୁରିଟି ଅଫିସର ହଲିମ୍ଙ୍କୁ ଆକ୍ରମଣ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପ୍ରଧାନମନ୍ତ୍ରୀ ମୋଦି କରିବେନି ରୋଡ୍ ଶୋ’, ରିପୋର୍ଟ କାର୍ଡ ଦେବେ ମୋହନ ସରକାର
ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଓଡ଼ିଶାରେ ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ ଆୟୋଜନ ହେଉଛି । ସମ୍ମିଳନୀର ଦ୍ୱିତୀୟ ଦିନ ଅର୍ଥାତ୍ ନଭେମ୍ବର ୩୦ତାରିଖରେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେଇ ଡିସେମ୍ବର ୧ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।
Jobs
ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ନିଯୁକ୍ତ ହୋଇପାରନ୍ତି ମହିଳା
୮୨୬ ଜଣ ଆଗ୍ନିକ ଓ ୧୧୫ ଜଣ ଆଗ୍ନିକ ଗାଡିଚାଳକଙ୍କୁ ନିଯୁକ୍ତିପତ୍ର ପ୍ରଦାନ।
Crime
ପୁଲିସ୍ ଓ ଓକିଲ କହି ଟଙ୍କା ଆଦାୟ କରୁଥିଲେ ଦୁଇ ଯୁବକ
ଅଭିଯୋଗ ଅନୁସାରେ ଦୁଇ ଧ୍ରୁତ ହେଉଛନ୍ତି ନୟାଗଡ ଜିଲ୍ଲା ସରୋଡା ଗାଁର କାର୍ତ୍ତିକ ରାଉତରାୟ ଓ ଏକାନ ପାଣି। ଏମାନେ କୁଆଡେ ଜାନୁଆରୀ ୨୩ ତାରିଖରେ ଚାଲାଣଗୁଡା ସରପଞ୍ଚ ଇରମା ମାଢ଼ିଙ୍କୁ ଫୋନ୍ କରିଥିଲେ।
Politics
ନିର୍ବାଚନ ପୂର୍ବରୁ ବିଜେଡି ସରକାର ବାଣ୍ଟିଥିଲେ ୨୫୨କୋଟି ଟଙ୍କାର ଝୋଟବ୍ୟାଗ
ରାଜ୍ୟବାସୀ ବିଜେଡି ସରକାରକୁ ବାଏବାଏ କରି ବିଜେପି ସରକାରକୁ କ୍ଷମତାସୀନ କରିବା ପରେ ଏହି ତଥ୍ୟ ପଦାକୁ ଆସିଛି ।
Miscellaneous
ଯୁଦ୍ଧଭୂମିର ଭ୍ରମ; ପୁରୀରେ ଘୁଁ ଘୁଁ ଗର୍ଜନ କରୁଛନ୍ତି ଯୁଦ୍ଧ ଟ୍ୟାଙ୍କ
ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା ସହ ପରାକ୍ରମ ଦେଖାଇବାକୁ କେତେ ସଜାଗ ଭାରତୀୟ ନୌସେନା, ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ।